KIIT ରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ କରୁ କରୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟ ଉଠୁଛି ପଡୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ଘଟଣାରେ ଗିରଫ କରାଯାଇଥିବା ୫ଜଣ ଦୋଷୀଙ୍କୁ ଜାମିନ ମିଳିଛି।

KIIT student death ମୃତ୍ୟୁ ଘଟଣାରେ ୫ ଗିରଫଙ୍କୁ ଜାମିନ ମିଳିଛି। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଜାମିନ ମିଳିଛି। ଗିରଫ ହୋଇଥିବା ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ ସୁରକ୍ଷାକର୍ମୀ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ଦିଆଯାଇଛି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲବଣ୍ଡରେ ଜାମିନ ମିଳିଛି। ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର ଜେଏମଏଫସି-୨।

କିଟ୍‌ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Nepal Student Suicide ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିରେ ସ୍ଥାନ ପାଇଛନ୍ତି ୩ଟି ବିଭାଗର ସଚିବ। କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ ସ୍ଥାନ ପାଇଛନ୍ତି।

KIIT student death: କମିଟି ଗଠନ କରିବା ସହ ଛାତ୍ରୀଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ତ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ।

KIITUniversity ରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍‌ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍‌ ଜରିଆରେ ଓଢ଼ଣିରେ ଝୁଲି ଆଖି ବୁଜିଛନ୍ତି।

ତେବେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍‌ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍‌ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଛାତ୍ରୀଛାତ୍ର ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ।

ସେପଟେ ଏହି ଘଟଣାରେ ପୁରୁଷବନ୍ଧୁ ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ)ର ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବଙ୍କ ବ୍ଲାକମେଲ୍‌ ସହି ନ ପାରି ପ୍ରକ୍ରିତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାନ୍ତ ସିଗ୍‌ଦେଲ୍‌ କହିଛନ୍ତି। ସିଗ୍‌ଦେଲଙ୍କ ଏତଲା ଆଧାରରେ ଇନ୍‌ଫୋସିଟି ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୦୮ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ.୫୪/୨୦୨୫) ରୁଜୁ କରିଛି। ଅଭିଯୁକ୍ତ ଆଦଭିକ୍‌ ରାଜ୍ୟ ବାହାରକୁ ଖସି ପଳାଉଥିବା ବେଳେ ପୋଲିସ ଟିମ୍‌ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ତାଙ୍କୁ ବିଚାବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଦଭିକ୍‌ଙ୍କ ଘର ଲକ୍ଷ୍ନୌରେ ହୋଇଥିବାବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ପାଖରୁ ମୋବାଇଲ ଓ ଲାପଟପ୍‌ ଜବତ କରାଯାଇଛି।

ତେବେ ଏହି ଘଟଣାକୁ ନେଇ ନେପାଳୀ ଛାତ୍ରୀଛାତ୍ର ଓ କିଟ୍‌ କର୍ତ୍ତୃପକ୍ଷ ମୁହାଁମୁହିଁ ପରିସ୍ଥିତିର କେତେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଛାତ୍ରୀଙ୍କୁ ଧମକ ସହ ହଷ୍ଟେଲରୁ ବଳପୂର୍ବକ ତଡୁଥିବା ଦେଖିବାକୁ ମିଳିଛି। ଏଥିସହ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରୁଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି। ସେପଟେ କ୍ୟାମ୍ପସ୍‌ରେ ଅଧିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡାଇବା ପାଇଁ ସବୁ ବର୍ଷର ନେପାଳୀ ଛାତ୍ରୀଛାତ୍ରଙ୍କ କ୍ଲାସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ‘ସାଇନ୍‌ ଏ ଡାଏ’ ଘୋଷଣା କରିଥିଲେ। ସେମାନଙ୍କୁ ନିଜ ଘରକୁ ଫେରିଯିବାକୁ କୁହାଯିବା ସହ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ପ୍ରାୟ ଶତାଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ବସ୍‌ ଯୋଗେ ବଳପୂର୍ବକ କଟକ ରେଳ ଷ୍ଟେଶନରେ ଛାଡ଼ି ଦିଆଯାଇଥିଲା।

ଏହାକୁ ନେଇ ନେପାଳୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଘରକୁ ଯିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯାଇ ତୁରନ୍ତ ଚାଲିଯିବାକୁ କୁହାଯିବାରୁ ଛାତ୍ରୀଛାତ୍ରମାନେ ଅକଳରେ ପଡ଼ିଥିଲେ। ପୋଲିସ ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍‌ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍‌ ଇଣ୍ଟରନ୍ୟାଶନାଲ ରିଲେଶନ୍‌ ଅଫିସ (ଆଇଆର୍‌ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋସ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍‌ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକ୍ରିତି ରାଜି ନ ହେବାରୁ ଆଦଭିକ୍‌ ତାଙ୍କୁ ପୁଣି ମାନସିକ ନିର୍ଯାତନା ଦେଇଥିଲେ।

ରବିବାର ସକାଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପ୍ରକ୍ରିତି ଆତ୍ମହତ୍ୟା କରିଥିବା ନେଇ ସହପାଠୀମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଉଦ୍‌ବେଗ ପ୍ରକାଶ କରିବା ସହ ନେପାଳ ଦୂତାବାସ ଘଟଣାକୁ ନେଇ ଚିନ୍ତାପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ତେବେ ଏହାପରେ ସାରେ କିଟ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇ ଛାତ୍ରୀଛାତ୍ରମାନଙ୍କୁ ଫେରିଆସିବାକୁ ଅପିଲ୍‌ କରାଯାଇଛି। ଯେଉଁମାନେ ଯାଇଛନ୍ତି କିମ୍ବା ଯିବାକୁ ବସିଛନ୍ତି, ସେମାନେ ଫେରିବାକୁ କୁହାଯାଇଛି। ତେବେ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସ୍‌ରେ ଦର୍ଶାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri