Categories: ବାଣିଜ୍ୟ

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଲା କିଟ୍‌

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ୍‌ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୩ ବୁଧବାର ପ୍ରକାଶ ପାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ ଉଠିଛି। ପୂର୍ବବର୍ଷ କିଟ୍‌ ୮୦୧+ ସ୍ଥାନରେ ରହିଥିବାବେଳେ ଏବର୍ଷ ୨ଶହ ର଼୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି।

ଏଥିସହ ଦେଶର ପୂର୍ବାଞ୍ଚଳ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‌ ପ୍ରଥମ ସ୍ଥାନରେ ରହିଛି। ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‌କମ୍‌ ଆଦି ମାନଦଣ୍ଡକୁ ନେଇ ଟାଇମ୍ସ ହାୟର ଏଜୁକେଶନ୍‌ ପକ୍ଷରୁ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ କିଟ୍‌ ରୌପ୍ୟ ଜୟନ୍ତୀ ପାଳନ କରୁଥିବାବେଳେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାରୁ କିଟ୍‌ର ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଖୁସି ଭରିଦେଇଛି। ଏଥିପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।

Share