କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ। ହେଲେ କେବେ କେବେ ବିଭିନ୍ନ କାରଣରୁ ଏହା ଠିକ୍‌ ଭାବେ କାର୍ଯ୍ୟ କରିବାରେ ଅସମର୍ଥ ହୋଇପଡ଼େ। ଯଦ୍ୱାରା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସହିତ ମୃତ୍ୟୁ ହେବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ହେଲେ ଯଥା ସମୟରେ ଏହାର ଚିକିତ୍ସା କରାଇବା ସହ ଆବଶ୍ୟକସ୍ଥଳେ ବୃକକ୍‌ ପ୍ରତ୍ୟାରୋପଣ ବା କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇପାରିଲେ ରୋଗୀ ଜଣଙ୍କ ପୁନର୍ବାର ସୁସ୍ଥ ଜୀବନ ଜୀଇପାରିବ। ବର୍ତ୍ତମାନ କିଡ୍‌ନୀ ସମସ୍ୟା ଥିବା ଅଧିକାଂଶ ରୋଗୀ ଠିକ୍‌ ଭାବରେ ଚିକିତ୍ସା, ବିଶେଷ କରି ଅକାମୀ ହୋଇପଡ଼ିଥିବା କିଡ୍‌ନୀକୁ ବାହାର କରି ନୂତନ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇ ସୁସ୍ଥ ହୋଇପାରୁଛନ୍ତି। ଏଥିପାଇଁ ଅତ୍ୟାଧୁନିକ ଲାପରୋସ୍କୋପିକ୍‌ ପଦ୍ଧତି ବେଶ୍‌ ଲାଭପ୍ରଦ ହେଉଛି। ଏଥିରେ ପେଟ ଆଦୌ କଟା ନ ଯାଇ ୨-୩ଟି ଛୋଟ ଛୋଟ କଣା କରି କିଡ୍‌ନୀ କଢ଼ାଯାଇ ରୋଗୀ ଦେହରେ ଲଗାଯାଇଥାଏ। ଫଳରେ ରୋଗୀକୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ି ନ ଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇ ପୂର୍ବଭଳି ନିଜର ସମସ୍ତ କାମ ମଧ୍ୟ କରିପାରେ। ଏହି ପଦ୍ଧିତିରେ ଅପରେଶନ୍‌ କରିବାର ଆଉ ଏକ ଭଲ କଥା ହେଉଛି ରୋଗୀ ପେଟରେ କଟାଦାଗ ମଧ୍ୟ ରହି ନ ଥାଏ।
କ’ଣ ରହିଛି ଆଇନ: ଯଦିଓ କିଡ୍‌ନୀ ଦାନ କରି ଜଣଙ୍କ ଜୀବନ ବଞ୍ଚାଇବା ଏକ ମହତ୍‌ କାର୍ଯ୍ୟ, ହେଲେ ଏହାକୁ ନେଇ ହେଉଥିବା ବିଭିନ୍ନ ଅପରାଧ ଯୋଗୁ ଆମ ଦେଶରେ ଏଥିପାଇଁ ସ୍ବତନ୍ତ୍ର ନିୟମ ରହିଛି। Human Organ Transplantation Act(HOTA) ଏଭଳି ଅବୈଧ ଅଙ୍ଗ ବ୍ୟବସାୟକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ। ଏହି ଆଇନ୍‌ ଅନୁସାରେ ବାପା-ମାଆ, ଭାଇ ଭଉଣୀ, ସ୍ବାମୀ-ସ୍ତ୍ରୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ତଥା ଆତ୍ମୀୟମାନେ ସ୍ବଇଚ୍ଛାରେ ବିନା କୌଣସି ବଳପୂର୍ବକ କିମ୍ବା ଆର୍ଥିକ ଲାଭ ବିନା କିଡ୍‌ନୀ ଦାନ କରିପାରିବେ।
କିଡ୍‌ନୀ ଦାନର ବୟସସୀମା: କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନ ଥିବା ଏବଂ କିଡ୍‌ନୀ ଭଲ ଭାବେ କାର୍ଯ୍ୟକରୁଥିବା ୧୮ରୁ ୬୦ ବର୍ଷ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି କିଡ୍‌ନୀ ଖରାପ ହୋଇଥିବା ଜଣେ ରୋଗୀଙ୍କୁ ସ୍ବଇଚ୍ଛାରେ ଗୋଟିଏ କିଡ୍‌ନୀ ଦାନ କରିପାରିବେ। ୬୦ ବର୍ଷ ଊର୍ଦ୍ଧ୍ୱବ୍ୟକ୍ତି ମଧ୍ୟ କିଡ୍‌ନୀ ଦାନ କରିପାରନ୍ତି। ଯଦି ବୟସ୍କ ବ୍ୟକ୍ତିଙ୍କ ଦୁଇଟି ଯାକ କିଡ୍‌ନୀର ଅବସ୍ଥା ଠିକ୍‌ ଥିବା ଡାକ୍ତରୀ ପରୀକ୍ଷାରୁ ଜଣା ପଡ଼େ, ତାହେଲେ ସେମାନେ ନିଜର ଗୋଟିଏ କିଡ୍‌ନୀ ଦାନ କରିପାରିବେ। ଏମିତିକି ୮୫ ରୁ ୯୦ ବର୍ଷ ବୟସର ଅନେକ ବ୍ୟକ୍ତି ନିଜର ଗୋଟିଏ କିଡ୍‌ନୀ ଦାନ କରି ସୁସ୍ଥ ରହିଥିବା ଦେଖିବାକୁ ମିଳିଛି।
କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ସ୍ବାସ୍ଥ୍ୟଗତ ପରୀକ୍ଷା ପାଇଁ ଅନେକ ମାପଦଣ୍ଡ ରହିଛି। ଭାରତରେ ଏବଂ ପୃଥିବୀରେ ଏହି କଠିନ ମାପଦଣ୍ଡଗୁଡ଼ିକୁ ପୂରଣ କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। ଆବଶ୍ୟକ ହେଉଥିବା କିଡ୍‌ନୀ ଅଭାବକୁ ଦୂର କରିବା ପାଇଁ ଡାକ୍ତରମାନେ କିଡ୍‌ନୀ ଦାନ କରୁଥିବା ମାନଦଣ୍ଡକୁ ବୃଦ୍ଧି କରିଛନ୍ତି। ଯାହା ଫଳରେ ଅଧିକରୁ ଅଧିକ ଲୋକ କିଡ୍‌ନୀ ଦାନ କରିପାରିବେ।
କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ: ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଜଣେ କିଡ୍‌ନୀ ଦାନ କରିପାରିବେ କି? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରେ। ତେବେ ଏହାର ଉତ୍ତର ହେଉଛି ହଁ, ଅର୍ଥାତ୍‌ ମାତ୍ର କେତେକ ରୋଗ ଥିଲେ କିଡ୍‌ନୀ ଡୋନେଟ୍‌ କରାଯାଇପାରିବ। ଉଦାହରଣ ସ୍ବରୁପ ଯଦି ଜଣଙ୍କୁ ଡାଇବେଟିସ୍‌ ଅଛି କିନ୍ତୁ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଛି କିମ୍ବା ଉଚ୍ଚ ରକ୍ତଚାପ ରହିଛି ଏବଂ ତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଔଷଧ ଖାଉଛନ୍ତି ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିଛି ତେବେ ସେହି ବ୍ୟକ୍ତି କିଡ୍‌ନୀ ଦାନ କରିପାରିବେ। ହେଲେ କିଡ୍‌ନୀ ଦାନ କରିବା ପୂର୍ବରୁ କିଡ୍‌ନୀ ଦାନ କରୁଥିବା ବ୍ୟକ୍ତିଙ୍କର ଭଲ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। କାରଣ ସେମାନେ ନିଜ କିଡ୍‌ନୀ ଦାନ କରି ଜଣେ ରୋଗୀଙ୍କୁ ନୂତନ ଜୀବନ ଦେଇଥାନ୍ତି।
କିଡ୍‌ନୀ ଦାନ ପରେ: କିଡ୍‌ନୀ ଦାନ ପରେ ଜୀବନଶୈଳୀରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଅନେକଙ୍କ ମନରେ ଭା୍ରନ୍ତ ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କିଡ୍‌ନୀ ଡୋନେଟ୍‌ କରିବା ପରେ ନିୟମିତ ଡାକ୍ତରୀ ପରୀକ୍ଷା ସହିତ ଡୋନର ଏକ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବେ।

ଡା. ମାନସ ରଞ୍ଜନ ପ୍ରଧାନ
-ବରିଷ୍ଠ ମୂତ୍ରରୋଗ ବିଶେଷଜ୍ଞ
ମଣିପାଲ ହସ୍ପିଟାଲ, ଭୁବନେଶ୍ୱର
ମୋ: ୮୨୮୦୦୬୦୭୦୭


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri