ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରରେ ପୋଟାଶିୟମ, ପ୍ରୋଟିନ୍‌, ସୋଡିୟମ(ଲବଣ) ଏବଂ ଶୁଗାର(ସର୍କରା) ଆଦି କମ୍‌ ହେବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଷ୍ଟୋନ ଭଳି ସମସ୍ୟା ଅଧିକ ହୋଇଥାଏ। ଫଳରେ ତଳିପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମସ୍ୟା ଅଧିକ ନ ବଢ଼ିବା ପାଇଁ କ’ଣ କରିବା ଉଚିତ ଆସନ୍ତୁ ଜାଣିବା:

ରୋଗର ଲକ୍ଷଣ: କୀଡ଼ନୀରେ ଷ୍ଟୋନ(ପଥର) ହେବା ପରେ ରୋଗୀକୁ ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୋଇଥାଏ। କେବଳ ଏତିକି ନୁହେଁ ପରିଶ୍ରାର ରଙ୍ଗ ହଳଦିଆ ହେବା ସହ ର୍ଦୁଗନ୍ଧ ହୋଇଥାଏ। ତଳିପେଟ, ଅଣ୍ଟାରେ ଯନ୍ତ୍ରଣା ହେବା ମଧ୍ୟ ଏହାର ଏକ ଲକ୍ଷଣ। ଏହି ସମସ୍ୟା ଅଧିକ ବଢ଼ିଲେ ରୋଗୀକୁ ଜ୍ୱର, ଥକ୍କାପଣ ଲାଗିଥାଏ।

ଖାଇବେ ନାହିଁ କେଉଁ ଖାଦ୍ୟ: ଖାଦ୍ୟପେୟରେ ଅବହେଳା କାରଣରୁ କିଡନୀରେ ପଥର ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ଖାଦ୍ୟପେୟ ଉପରେ ନଜର ରଖିବା ଉଚିତ। ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଏହାଛଡ଼ା ଆମିଷ କମ୍‌ ଖାଇବା ଉଚିତ। ଏହି ରୋଗୀଙ୍କୁ ଅଧିକ ଭିଟାମିନ ଜାତୀୟ ଖାଦ୍ୟ ଖାଇବା ଉଚିତ। ଏହାଛଡ଼ା ହଳଦୀ, ପାଳଙ୍ଗ ଆଦି ଖାଇବା ଉଚିତ।

କିପରି ରହିବ ଡାଏଟ: କିଡନୀରେ ଅଧିକ ବୋଝ ନପକାଇବା ପାଇଁ ଅଧିକ ପାଣି ପିଇବା ଉଚିତ। ଏହାଦ୍ୱାରା ଶରୀରରୁ କ୍ଷତିକାରକ ପଦାର୍ଥ ବାହାରିଯାଇଥାଏ। ଏଣୁ ଡାଏଟରେ ଜୁଆଁଣି ଏବଂ ସେଓର ଜୁସ୍‌ ପିଇବା ଉଚିତ। ପ୍ରତିଦିନ ବ୍ୟକ୍ତିକୁ ଅତିକମ୍‌ରେ ୭ରୁ ୮ ଗ୍ଲାସ ପାଣି ପିଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।