ଔଷଧ ପାଇଁ କିଡ୍‌ନୀ ରୋଗୀଙ୍କ ଭିକ୍ଷାବୃତ୍ତି

ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍‌ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି। ଭିକ୍ଷା କରି ଯାହା ମିଳୁଛି ସେଥିରେ ଅଙ୍କିତ ଔଷଧ କିଣି ଖାଉଛନ୍ତି।
ଅଙ୍କିତଙ୍କ ଘର ବିହାର ରାଜ୍ୟ ଗୟା ଅଞ୍ଚଳରେ ଏବଂ ତାଙ୍କ ବାପା ସଲେସ କୁମାର ଜଣେ ଚାଷୀ। ଅଙ୍କିତଙ୍କୁ ୧୪ ବର୍ଷ ହୋଇଥିଲା ବେଳେ ତାଙ୍କ ମା’ କୁମକୁମ କୁମାରୀ ଅଜଣାରୋଗରେ ମୃତ୍ୟୁବରଣ କଲେ। ପରେ ଅଙ୍କିତ ବାପାଙ୍କୁ ଚାଷକାମରେ ସହଯୋଗ କଲେ। ୨୦୧୨ରେ ତାଙ୍କ ପେଟରେ ଷ୍ଟୋନ୍‌ ହୋଇଥିଲା। ଚାଷୀ ମୂଲିଆ ଘର ହୋଇଥିବାରୁ ତାଙ୍କ ବାପା ତାଙ୍କୁ ସେହି ସମୟରେ ଭଲ ଚିକିତ୍ସା କରାଇ ପାରି ନ ଥିଲେ। ଅଙ୍କିତଙ୍କ ପେଟରେ ଷ୍ଟୋନ ବଡିବାରେ ଲାଗିଲା। ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀଙ୍କ ସାହାଯ୍ୟରେ ବନରାସ ସ୍ଥିତ ସରକାରୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅଙ୍କିତ ଡାକ୍ତରଖାନାରୁ ଆସିବା ପରେ ଅର୍ଥାଭାବରୁ ଔଷଧ ଖାଇପାରିଲେନି। ଫଳରେ ଏହି ରୋଗ ଭଲହେବା ପରିବର୍ତ୍ତେ ତାଙ୍କ କିଡ୍‌ନୀରେ ପ୍ରଭାବ ପକାଇଲା। ଫଳରେ ସଲେସ ଅଙ୍କିତଙ୍କୁ ଧରି ରାଉରକେଲାସ୍ଥିତ ସମ୍ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ରାଉରକେଲାରେ ସମ୍ପର୍କୀୟ ଦାଦାଙ୍କ ଘରେ ଅଙ୍କିତଙ୍କୁ ଛାଡି ସଲେସ ଗାଁକୁ ଅର୍ଥ ଯୋଗାଡ କରିବାକୁ ପଳାଇ ଯାଇଥିଲେ। ପରେ ତାଙ୍କ ସମ୍ପର୍କୀୟ ଦାଦା ଏକ ଘରୋଇ କ୍ୟାମ୍ପରେ ଏହି ରୋଗକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଏଥିପାଇଁ ଡାକ୍ତର ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏଥିସହ ତାଙ୍କୁ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଅଙ୍କିତ ରାଉରକେଲାରେ ଔଷଧ ପାଇଁ ୬ ମାସ ହେଲା ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଛି। ପ୍ରତିମାସରେ ଔଷଧ ପିଛା ୧୫ ଶହ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଭଳି ଭିକ୍ଷାବୃତ୍ତି କରି ନିଜ ଜୀବନ ବଞ୍ଚାଇବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କଲେ ଅଙ୍କିତ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri