ଗାଁରେ ହସ ଲିଭାଇଛି କିଡ୍‌ନୀ ରୋଗ

ଫୁଲବାଣୀ ଅଫିସ, ୨୬।୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ପୁରୁଷ ା ଆଶା ଆଶଙ୍କାରେ ପ୍ରତି ମୁହୂର୍ତ୍ତ କଟୁଛି। ରାଣୀପଥର ଗାଁର ନୂଆସାହି, ବଙ୍ଗଳା ସାହି, ରୁଗୁଡିସାହି, ଖାନ୍ଦିକୁଟି ସାହିରେ ୧୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଗତ କିଛି ବର୍ଷ ହେଲା ଏସବୁ ଗାଁରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ା କେଉଁ କାରଣରୁ ଏହା ହେଉଛି ତାହା ଜଣାପଡ଼ୁନି। ପ୍ରଶାସନ ପକ୍ଷରୁ କୌଣସି ଡାକ୍ତରୀ ଟିମ୍‌ ବି ଯାଇ ଏହାର କାରଣ ଖୋଜିନାହାନ୍ତି। ଯଦି ପରିବାରରେ କାହାକୁ ଜ୍ୱର ହେଲା, ଅଜଣା ଆତଙ୍କରେ ରହୁଛନ୍ତି ା
ବର୍ତ୍ତମାନ ସୁଦ୍ଧା ରାଣୀପଥର ଗାଁରେ ୬ ଜଣରୁ ଊର୍ଦ୍ଧ୍ୱ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଅଛନ୍ତି। କେବଳ ବଙ୍ଗଳା ସାହିରେ ବର୍ତ୍ତମାନ ୬ ଜଣ ଆକ୍ରାନ୍ତ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବଙ୍ଗଳା ସାହିର ଚମ୍ପେଶ୍ୱର ବେହେରା ପୂର୍ବରୁ ଗାଁରେ ଏକ ଦେକାନ କରି ପରିବାର ଚଳାଉଥିଲେ। ୭ବର୍ଷ ପୂର୍ବେ ତାଙ୍କୁ ଜ୍ୱର ହୋଇଥିଲା ା ସେ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲୋ ଜ୍ୱର ନ ଛାଡିବାରୁ ସମ୍ବଲପୁର ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ ା ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସେଠାରେ ପଡ଼ିଥିଲା। ଔଷଧ ଖାଇବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। କୋଭିଡ୍‌ ସମୟରେ ଚମ୍ପେଶ୍ୱର ଔଷଧ କିଣି ନ ପାରିବାରୁ ଧୀରେ ଧୀରେ ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଲା ା ଏବେ ସପ୍ତାହକୁ ୩ଥର ତାଙ୍କୁ ଡାଇଲିସିସ ହେବାକୁ ପଡୁଛି ା ସେପଟେ ଅର୍ଥ ନ ଥିବାରୁ ମେଡିକାଲ ଯିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ସାହିର ବିଜୁ ବେହେରା ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ା ସ୍ତ୍ରୀ ମୂଲ ଲାଗି ଟଙ୍କା ଆଣିଲେ ପରିବାର ପ୍ରତିପୋଷଣ ହେଉଛି ା ଅନ୍ୟ ଜଣେ ହେଲେ ଟୁକୁନା ବେହେରା ା ଗତ ୭ ମାସ ହେଲା ସେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ା ଅଟୋ ଚଳାଇ ପରିବାର ଚଳାଉଥିଲେ ା ଏବେ ଆଉ ଗାଡି ଚଲାଇ ପାରୁନାହାନ୍ତି ା ସେହିପରି ପ୍ରମୋଦ କୁମାର ବେହେରା ମାସେ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ହିମୋଗ୍ଲୋବିନ ମଧ୍ୟ କମିଯାଉଛି । ବ୍ଲଡ ଗ୍ରୁପ ବି-ନେଗେଟିଭ ହୋଇଥିବାରୁ ରକ୍ତ ସବୁ ବେଳେ ମିଳିପାରୁନି ା ତାଙ୍କୁ ଆଇରନ ଇଞ୍ଜେକସନ ଦେବାକୁ ପଡୁଛି। ତେବେ ଇଞ୍ଜେକସନର ମୂଲ୍ୟ ଚାରି ହଜାର ଟଙ୍କାରୁ ଅଧିକ ହୋଇଥିବାରୁ ତାଙ୍କ ପକ୍ଷେ ଏହା ସମ୍ଭବ ହୋଇ ପାରୁନି। ଏଭଳି ଆହୁରି ବଙ୍ଗଳା ସାହିର ବରୁଣ କହଁର, ଇନ୍ଦ୍ରଜିତ ଦୀପ, ନୂଆସାହିର ସୁକାନ୍ତ ବେହେରା, ସ୍ବାମୀ ଦାମୋଦର ବେହେରା, ଗୋକୂଳ ବେହେରୋ, ଖାନ୍ଦିକୁଟିର ରତ୍ନ ବେହେରାଙ୍କ ଅବସ୍ଥା ମଧ୍ୟ ଅନୁରୁପ ା
ରାଣୀପଥର ଗାଁରେ ଥିବା ନଳକୂପର ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ପାଣି ଯୋଗୁ ଏପରି ହେଉଥିବା ଆକ୍ରାନ୍ତମାନେ ଅନୁମାନ କରିଛନ୍ତି। ସେମାନେ ଏ ନେଇ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନାହିଁ ା ଏକ ଡାକ୍ତରୀ ଦଳ ସେଠାକୁ ଯାଇ ପାଣି ପରୀକ୍ଷା କରିବା ସହ କେଉଁ କାରଣରୁ ଏହି ରୋଗ ବ୍ୟାପୁଛି ତାହା ଅନୁଧ୍ୟାନ କରିବାକୁ ଦାବି ହୋଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ନାହିଁ। ଗ୍ରାମକୁ ଏକ ଡାକ୍ତରୀ ଟିମ୍‌ ପଠାଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri