୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ଦାଦରପାଲି ଗ୍ରାମର ସହଦେବ ମହାକୁରଙ୍କ ପୁଅ ମେଘୁ ମହାକୁର(୩୪) ବୋଲି ଜଣା ପଡିଛି ।

ଖବର ଅନୁସାରେ, ମେଘୁଙ୍କୁ ପ୍ରାୟ ମାସେ ପୂର୍ବରୁ ଜ୍ଵର ହୋଇଥିଲା। ସେ ସ୍ଥାନୀୟ ଅଞ୍ଚଳରୁ ଔଷଧ ବ୍ୟବହାର ପରେ ମଧ୍ୟ ଜ୍ଵର କମି ନଥିଲା। ଫଳରେ ସେ ସମ୍ବଲପୁର ଯାଇ ଚିକିତ୍ସା ହେବା ସହିତ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ତାଙ୍କୁ କିଡନୀ ରୋଗ ହୋଇଥିବା ଜଣା ପଡ଼ିଥିଲା। ପରେ ସେ ଅଧିକ ଚିକିତ୍ସା ପାଇଁ ବୁର୍ଲ୍ଲା ବଡ଼ ମେଡ଼ିକାଲ ଓ କଟକ ରେ ଚିକିତ୍ସିତ ହୋଇଥିଲା। ମେଘୁ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। ଜମି ମାତ୍ର ଏକ ଏକର ଅଛି। ସେହି ଜମି ଖଣ୍ଡକ ବନ୍ଦକ ରଖିବା ସହିତ ଧାର କଟକ କରି ସେ ଚିକିତ୍ସିତ ହେଉଥିଲେ। ହେଲେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଛି।

ପରିବାର ଲୋକଙ୍କ କହିବା ଅନୁସାରେ କିଡନୀ ରୋଗ ବଢ଼ିଯିବା ପରେ ତାଙ୍କ ଫୁସଫୁସ୍ ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପଡ଼ିଥିଲେ। ମୃତ ମେଘୁ ବିବାହିତ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ରିନା ମହାକୁର ଏବେ ଅସହାୟ ହୋଇ ପଡିଛନ୍ତି । ତାଙ୍କର ୪ ବର୍ଷର ଏକ ଝିଅ ମଧ୍ୟ ଅଛି। ମେଘୁ ଚାଷ କାମ ସହିତ ଝାଳ ମୁଢ଼ି ବିକ୍ରୀ କରି ପରିବାର ଚଳାଉ ଥିଲେ। ମେଘୁଙ୍କ ବାପା ସହଦେବ ଏବେ ବର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାଶାୟୀ ଅଟନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କ ଗ୍ରାମ ଦାଦରପାଲିକୁ ଅଣାଯିବା ପରେ ଗ୍ରାମରେ ଏକ ଶୋକାକୂଳ ପରିସ୍ଥିତି ଦେଖାଦେଇଥିଲା। ମେଘୁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ବୀରମହାରାଜପୁର ଅଞ୍ଚଳର ଉପାନ୍ତ ବହଳପଦର, ଦୁର୍ଜନତୈଳା ଓ କୋଟସମଲେଇ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମାସେ ମଧ୍ୟରେ ୪ ଜଣ ବ୍ୟକ୍ତିଙ୍କ କିଡନୀ ରୋଗର ମୃତ୍ୟୁ ହୋଇଥିଲ। ଏବେ ପୁଣି ଗତ ସପ୍ତାହରେ ୪ ଦିନ ମଧ୍ୟରେ ବହଳପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଗ୍ରାମରେ ଗୋଟିଏ ପରିବାରର କକା ଓ ପୁତୁରାଙ୍କ କିଡନୀ ରୋଗର ମୃତ୍ୟୁ ହୋଇଥିଲ। ଏହାର ୪ ଦିନ ପରେ ପୁଣି ଦାଦରପାଲି ଗ୍ରାମର ମେଘୁଙ୍କ ମୃତ୍ୟୁ କିଡନୀ ରୋଗର ହେବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ସମୟକୁ ଗମ୍ଭୀରତା ସହିତ ନେଇ ଏଥି ପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି। ତୁରନ୍ତ ଅଞ୍ଚଳର କିଡନୀରେ ମୃତକଙ୍କୁ ସରକାରୀ ସହାୟତା ପ୍ରଦାନ ସହିତ କିଡନୀ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri