୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ଦାଦରପାଲି ଗ୍ରାମର ସହଦେବ ମହାକୁରଙ୍କ ପୁଅ ମେଘୁ ମହାକୁର(୩୪) ବୋଲି ଜଣା ପଡିଛି ।

ଖବର ଅନୁସାରେ, ମେଘୁଙ୍କୁ ପ୍ରାୟ ମାସେ ପୂର୍ବରୁ ଜ୍ଵର ହୋଇଥିଲା। ସେ ସ୍ଥାନୀୟ ଅଞ୍ଚଳରୁ ଔଷଧ ବ୍ୟବହାର ପରେ ମଧ୍ୟ ଜ୍ଵର କମି ନଥିଲା। ଫଳରେ ସେ ସମ୍ବଲପୁର ଯାଇ ଚିକିତ୍ସା ହେବା ସହିତ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ତାଙ୍କୁ କିଡନୀ ରୋଗ ହୋଇଥିବା ଜଣା ପଡ଼ିଥିଲା। ପରେ ସେ ଅଧିକ ଚିକିତ୍ସା ପାଇଁ ବୁର୍ଲ୍ଲା ବଡ଼ ମେଡ଼ିକାଲ ଓ କଟକ ରେ ଚିକିତ୍ସିତ ହୋଇଥିଲା। ମେଘୁ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। ଜମି ମାତ୍ର ଏକ ଏକର ଅଛି। ସେହି ଜମି ଖଣ୍ଡକ ବନ୍ଦକ ରଖିବା ସହିତ ଧାର କଟକ କରି ସେ ଚିକିତ୍ସିତ ହେଉଥିଲେ। ହେଲେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଛି।

ପରିବାର ଲୋକଙ୍କ କହିବା ଅନୁସାରେ କିଡନୀ ରୋଗ ବଢ଼ିଯିବା ପରେ ତାଙ୍କ ଫୁସଫୁସ୍ ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପଡ଼ିଥିଲେ। ମୃତ ମେଘୁ ବିବାହିତ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ରିନା ମହାକୁର ଏବେ ଅସହାୟ ହୋଇ ପଡିଛନ୍ତି । ତାଙ୍କର ୪ ବର୍ଷର ଏକ ଝିଅ ମଧ୍ୟ ଅଛି। ମେଘୁ ଚାଷ କାମ ସହିତ ଝାଳ ମୁଢ଼ି ବିକ୍ରୀ କରି ପରିବାର ଚଳାଉ ଥିଲେ। ମେଘୁଙ୍କ ବାପା ସହଦେବ ଏବେ ବର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାଶାୟୀ ଅଟନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କ ଗ୍ରାମ ଦାଦରପାଲିକୁ ଅଣାଯିବା ପରେ ଗ୍ରାମରେ ଏକ ଶୋକାକୂଳ ପରିସ୍ଥିତି ଦେଖାଦେଇଥିଲା। ମେଘୁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ବୀରମହାରାଜପୁର ଅଞ୍ଚଳର ଉପାନ୍ତ ବହଳପଦର, ଦୁର୍ଜନତୈଳା ଓ କୋଟସମଲେଇ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମାସେ ମଧ୍ୟରେ ୪ ଜଣ ବ୍ୟକ୍ତିଙ୍କ କିଡନୀ ରୋଗର ମୃତ୍ୟୁ ହୋଇଥିଲ। ଏବେ ପୁଣି ଗତ ସପ୍ତାହରେ ୪ ଦିନ ମଧ୍ୟରେ ବହଳପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଗ୍ରାମରେ ଗୋଟିଏ ପରିବାରର କକା ଓ ପୁତୁରାଙ୍କ କିଡନୀ ରୋଗର ମୃତ୍ୟୁ ହୋଇଥିଲ। ଏହାର ୪ ଦିନ ପରେ ପୁଣି ଦାଦରପାଲି ଗ୍ରାମର ମେଘୁଙ୍କ ମୃତ୍ୟୁ କିଡନୀ ରୋଗର ହେବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ସମୟକୁ ଗମ୍ଭୀରତା ସହିତ ନେଇ ଏଥି ପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି। ତୁରନ୍ତ ଅଞ୍ଚଳର କିଡନୀରେ ମୃତକଙ୍କୁ ସରକାରୀ ସହାୟତା ପ୍ରଦାନ ସହିତ କିଡନୀ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri