ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର,୧୦ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ବାଇପାସ୍‌ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କୁ କେତେକ ଅଚିହ୍ନା ଯୁବକ ଉଠାଇ ନେଇଛନ୍ତି। ଏହି ବ୍ୟବସାୟୀ ଜଣକ ହେଲେ ଅଇଁଠାପାଲି ଥାନା ନୂଆପଡାର ନରେଶ ଅଗ୍ରୱାଲ (୬୩)। ତେବେ କେଉଁ କାରଣରୁ ତାଙ୍କୁ ସମ୍ପୃକ୍ତ ଯୁବକମାନେ ଉଠାଇ ନେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ମୁଣ୍ଡ ଜାମିନ ରଖି ଟଙ୍କା ଆଦାୟ ନଚେତ୍‌ ଜମି ବିବାଦକୁ ନେଇ ତାଙ୍କୁ ସେମାନେ ଉଠାଇ ନେଇଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ଘଟଣା ସ୍ଥଳରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ୫ଟି ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଜିଲା ବାହାରକୁ ମଧ୍ୟ ପୋଲିସ ଟିମ୍‌ ଯାଇ ରାସ୍ତା ପାର୍ଶ୍ୱର ସିସି ଟିଭି ଯାଞ୍ଚ କରୁଛି। ନରେଶଙ୍କ ପୁଅ ଦୀପକ ଅଗ୍ରୱାଲଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଶାସନ ନିକଟରେ ଏକ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ୨ ବର୍ଷ ତଳେ ନରେଶ ଜମି କିଣିଛନ୍ତି। ସେଠାରେ ମାର୍ଚ୍ଚ ମାସରୁ ନିର୍ମାଣ କାମ ଚାଲିଛି। ଏହି ଜମିକୁ ନେଇ କୁଆଡେ ବିବାଦ ରହିଛି। ଶୁକ୍ରବାର ନରେଶ କାମ ଦେଖିବାକୁ କାର (ଓଡି -୧୫ -କେ- ୬୭୮୯)ରେ ଯାଇଥିଲେ। ୧୨ଟାରେ ମଧ୍ୟାହ୍ନ ଭୋଜନ ଖାଇ ଶ୍ରମିକମାନେ ବିଶ୍ରାମ ନେଇଥିଲେ । କାର ଡ୍ରାଇଭର ମଧ୍ୟ ନରେଶଙ୍କଠାରୁ ଦୂରରେ ଛିଡା ହୋଇଥିଲେ। ଏହି ସମୟରେ କେତେକ ଯୁବକ ଏକ କାରରେ ଆସି ପହଞ୍ଚତ୍ଥିଲେ। ନରେଶଙ୍କ କାରର ଆଗପଟର ଏକ ଚକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଚକ ଫାଟିବା ଶବ୍ଦ ଶୁଣି କିଛି ଦୂରରେ ଥିବା ନରେଶ କାର ପାଖକୁ ଆସିଥିଲେ। ତାଙ୍କ ସାଙ୍ଗରେ ୨ ଜଣ ମହିଳା ଶ୍ରମିକ ମଧ୍ୟ ଧାଇଁ ଆସିଥିଲେ। ଯୁବକମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ନରେଶଙ୍କୁ କାରରେ ବସାଇ ଝାରସୁଗୁଡା ପଟକୁ ନେଇ ଚାଲି ଯାଇଥିଲେ। ନରେଶଙ୍କ କାର ଡ୍ରାଇଭର ତାଙ୍କ ପରିବାର ବର୍ଗଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ପୁଅ ଦୀପକଙ୍କ କହିବା ଅନୁସାରେ ତାଙ୍କ ପରିବାରର କାହା ସହିତ ଶତ୍ରୁତା ନାହିଁ। ଜମି ବିବାଦ ହୋଇଥିଲେ କାମ ଆରମ୍ଭରୁ ଅଶାନ୍ତି ଲାଗିଥାନ୍ତା। ଏଣୁ କିଛି ବୁଝି ହେଉନି କ’ଣ ପାଇଁ ବାପାଙ୍କୁ ସେମାନେ ଉଠାଇ ନେଇଛନ୍ତି। ତେବେ ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି ଯେ, ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ଅପହରଣ ମାମଲା ରୁଜୁ ହୋଇଛି। ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରୁଛି। ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri