Categories: ମେଟ୍ରୋ

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଅପହରଣ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଦିନ ଦ୍ୱିପ୍ରହରରେ ଅପହରଣ। ଜଣେ ଯୁବତୀଙ୍କୁ ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଯାଇଥିଲେ ଅଭିଯୁକ୍ତ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେହି ୩ଜଣଙ୍କ ମଧ୍ୟରୁ ଯବତୀଙ୍କ ମାମୁଁଙ୍କ ହାତ ଥିବା କୁହାଯାଉଛି। ଏନେଇ ଯୁବତୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି