ବିବାହ ନ କରି ବି ଏକାଠି ରହି ହେବ: କିଆରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନିଙ୍କ ଏକ ବୟାନ ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି । କିଆରା କହିଛନ୍ତି ବିବାହ ବିନା ଜଣେ ୱେଲ ସେଟେଲ ହୋଇ ପାରିବ । ତେବେ ଅଭିନେତ୍ରୀଙ୍କ ଏହି ବୟାନ ସିଧାସାଳଖ ତାଙ୍କ ପୁରୁଷ ବନ୍ଧୁଙ୍କ ଆଡକୁ ଇଙ୍ଗିତ କରୁଛି ବୋଲି କୁହାଯାଉଛି । କିଆରା ଏବେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ରିଲେସନଶିପରେ ଅଛନ୍ତି ବୋଲି କୁହାଯାଉଛି । ହେଲେ ଏକଥା ନା କିଆରା ନା ସିଦ୍ଧାର୍ଥ କେହି ବି ସ୍ପଷ୍ଟ କରି ନାହାନ୍ତି । ଅନେକ ଥର ଉଭୟଙ୍କୁ ସ୍ପଟ କରାଯାଇଥିଲେ ବି ଏହି ରିଲେଶନକୁ ନେଇ କେହି ମୁହଁ ଖୋଲୁ ନାହାନ୍ତି । ଉଭୟଙ୍କୁ କିଛି ବିବାହ ଉତ୍ସବରେ ବି ଏକାଠି ଦେଖିବାକୁ ମିଳିଛି । ଆଉ ଏବେ କିଆରା ଯାହା କହିଛନ୍ତି ଯେ ଜଣେ ବିବାହ ବିନା ବି ୱେଲ ସେଟେଲ ହୋଇପାରେ ଏହା ଟିକେ ତାଙ୍କ ଆଡକୁ ଇଙ୍ଗିତ କରୁଛି ବୋଲି ଅନୁମାନ କରାଯାଉଛି ।
କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା କି କିଆରା ଆଉ ସିଦ୍ଧାର୍ଥ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ହେଲେ କିଛିଦିନ ପରେ ପୁଣି ଏମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ହୁଏତ ଦେଖେଣାହାରୀଙ୍କ ମନରେ ଭ୍ରମ ସୃଷ୍ଟି କରିବାକୁ ଏମିତି କରାଯାଇଥାଇପାରେ ବୋଲି କୁହାଗଲା । ସେ ଯାହା ବି ହେଉ ନିକଟରେ ଉଭୟ ଭୁଲ ଭୁଲେୟା ୨ର ପ୍ରିମିୟରରେ ନଜର ଆସିଥିଲେ । ଏମିତି ଅନୁମାନ କରାଯାଉଥିଲା କି କିଆରା ଓ ସିଦ୍ଧାର୍ଥଙ୍କ ମନୋମାଳିନ୍ୟ ବୋଧହୁଏ ଶେଷ ହୋଇଯାଇଛି । ଆଉ ଉଭୟ ପୁଣି ଏକାଠି ହୋଇଯାଇଛନ୍ତି । ଏବେ କିଆରାଙ୍କ ବୟାନ କହୁଛି ଯେ ସେ ବିବାହ ନ କରି ବୋଧହୁଏ ସିଦ୍ଧାର୍ଥଙ୍କ ସହ ଭଲରେ ଅଛନ୍ତି ।

Share