ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼ ଜରାଜୀର୍ଣ୍ଣ

ଖୋର୍ଦ୍ଧା,୨୧ା୧(ପ୍ରଭାତ ପାଣିଗ୍ରାହୀ)ପାଇକ ବିଦ୍ରୋହର ଐତିହାସିକ ସଂଗ୍ରାମ, ଗାରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡ଼ି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ବିଲୁପ୍ତ ଓ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ, ସେହି ଗଡ଼ ଏବେ ନିଜ ପରିଚୟ ଖୋଜୁଛି। ତେବେ ପାଇକମାନଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ଜରୁରି ହୋଇପଡ଼ିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ଏହି ଗଡ଼ର ପୁନରଦ୍ଧାର କରାଗଲେ, ସାରା ଦେଶରେ ଏହାର ଗୌରବ ବଢିବ। ପାଇକ ବୀର ଏବଂ ଏହି ଗଡର ଐତିହ୍ୟ ସମ୍ପର୍କରେ ସାରା ସମାଜ ଜାଣିପାରିବ।
ଗବେଷକ ପ୍ରଫେସର ନାରାୟଣ ରାଓ କହିଛନ୍ତି, ଖୋର୍ଦ୍ଧାଗଡର ଏକ ଗାରିମାମୟ ଐତହ୍ୟ ରହିଛି। ଏହି ଗଡରେ ବହୁ ଐତିହ୍ୟ କୀର୍ତ୍ତିରାଜୀ କାଳଖଣ୍ଡରେ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜୀ ସଂରକ୍ଷଣ ହୋଇପାରିବ। ଏହା ଓଡ଼ିଆ ଜାତିର ଗୌରବକୁ ବୃଦ୍ଧି ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହାର ସମ୍ମାନ ବଢିପାରିବ। ଐତିହ୍ୟ ଗବେଷକ ସତ୍ୟବାଦୀ ବଳିୟାରସିଂ କହିଛନ୍ତି, ପାଇକ ବିଦ୍ରୋହ ସହ ଖୋର୍ଦ୍ଧାଗଡ ଅଙ୍ଗାଙ୍ଗୀଭାବେ ଜଡିତ। ଏହାର ପୁନରୁଦ୍ଧାର କରାଗଲେ ପାଇକ ବୀରଙ୍କ ବୀରତ୍ୱ, ଶୌର୍ଯ୍ୟ, ପରାକ୍ରମକୁ ଆଗାମୀ ପିଢି ଜାଣିବାର ସୁଯୋଗ ପାଇବ। ଏହାର ପୁନରୁଦ୍ଧାର କରାଗଲେ ଓଡ଼ିଶାର ଗୌରବ ବଢିବ। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ପାଇକବୀରଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ। ସାମାଜିକ କର୍ମୀ ରାମ ନାରାୟଣ ଦାଶ କହିଛନ୍ତି, ଏହି ଖୋର୍ଦ୍ଧାଗଡରୁ ପାଇକ ବୀରମାନେ ଯୁଦ୍ଧ ରଣକୌଶଳ ବିଷୟରେ ଆଲୋଚନା କରି ପରବର୍ତ୍ତୀ ସମୟରେ ସଂଗ୍ରାମରେ ଯାଶ ଦେଇଥିଲେ। ପାଇକ ବିଦ୍ରୋହର ସମସ୍ତ ସ୍ମୃତି ଖୋର୍ଦ୍ଧାଗଡ଼ ସହ ଜଡିତ। ଏହାର ପୁନରୁଦ୍ଧାର ଜରୁରି ହୋଇପଡ଼ିଛି। ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ, ୧୫୬୮ ମସିହାରେ ଗଜପତି ମୁକୁନ୍ଦଦେବଙ୍କ ନିହତ ପରେ ରାଜ୍ୟରେ ଅରାଜକତା ଦେଖାଯାଇଥିଲା। କଳାପାହଡ଼ ଉକତ୍ଳରେ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲା। ଅନେକ ମଠ, ମନ୍ଦିର ଧ୍ୱଂସ ପାଇଲା। ରମେଇ ରାଉତରାୟ ବରୁଣେଇ ପାଦଦେଶରେ ଜଗନ୍ନାଥପୁର-କଟକ ନାମରେ ୧୫୬୮ରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ। ରମେଇ ରାଉତରାୟ ଗଜପତି ରାମଚନ୍ଦ୍ର ଦେବଭାବେ ପରିଚିତ ହେଲେ। ଗଡ଼ର ପୂର୍ବ ଦିଗରେ ଥିବା ବର୍ତ୍ତମାନର ବଡ଼ତୋଟା ହାଇସ୍କୁଲ ରାଜାଙ୍କର ଅସ୍ତ୍ରଗାର ବୋଲି ଅନୁମାନ କରାଯାଉଥିବା ଐତିହାସିକ ମାନେ କୁହନ୍ତି ା ଗଡ଼ ମଧ୍ୟରେ ୧୫ଏକର ପରିମିତ ସ୍ଥାନରେ ରହିଥିବା ରାଣୀ ପୋଖରୀ ରହିଛି। ଏଥିସହିତ ଗଡ଼ ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲା। ଯାହା ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି।

ପ୍ରସ୍ତର କହୁଛି ବୀରତ୍ୱର ଗାଥା
ଖୋର୍ଦ୍ଧାଗଡ଼ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ଚାରିଆଡ଼େ ଅନାବନା ଗଛଲତା ମାଡ଼ି ଲୁଚିଗଲାଣି। ନିଜ ବକ୍ଷରେ ସ୍ମୃତିକୁ ଉଜ୍ଜୀବୀତ କରି ରଖିଥିବା ଏହି ଗଡ଼ ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ ଭାବେ ପରିଚିତ। ଏହି ଗଡ଼ର ପ୍ରତ୍ୟେକ ପ୍ରସ୍ତର କହୁଛି ଦୁର୍ଗର ବୀରତ୍ୱର କାହାଣୀ। ଅତୀତର ବୀରତ୍ୱକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି ଖୋର୍ଦ୍ଧାଗଡ଼।

ଗଡ଼ର ବିକାଶକୁ ଅଣଦେଖା
ରାଜ୍ୟ ସରକାର ଐତିହ୍ୟସ୍ଥଳୀ, ମଠ, ମନ୍ଦିର ଋପାନ୍ତରିତ କରୁଛନ୍ତି। ସରକାରଙ୍କ ଏହି ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ଆନ୍ତରିକତା ଅଭାବ ରହିଥିବା ସାଧାରଣରେ ଆଲୋଚନା ହେଉଛି। ସରକାର ଗତ ବର୍ଷ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବିଧାନସଭାରେ ଶ୍ୱେତପତ୍ର ଜାରି କରିଥିବା ବେଳେ ଏହାର ଅସ୍ତିତ୍ୱ ସହ ଜଡିତ ଖୋର୍ଦ୍ଧାଗଡର ବିକାଶକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ସ୍ଥାନୀୟ ଜିଲା ପ୍ରଶାସନର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗଡ଼ର ପୁନରୁଦ୍ଧାର ହୋଇପାରୁନି ବୋଲି କେତେଜଣ ବୁଦ୍ଧିଜୀବୀ, ଗବେଷକ କହିଛନ୍ତି।

ଉଦାସୀନତାରୁ ଅସ୍ତିତ୍ୱ ହରାଉଛି
ସରକାରଙ୍କ ଉଦାସୀନାତା ଯୋଗୁ ଏହି ଗଡ଼ ଲୁପ୍ତ ହେବାକୁ ବସିଛି। ଏହି ଦୁର୍ଗ ଏବେ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି। ସମାଜର ଆଢୁଆଳରେ ନିଜ ସ୍ଥିତି, ଅସ୍ତିତ୍ୱକୁ ନେଇ ଏହି ଗଡ ବିଲୁପ୍ତର ଦ୍ୱାରଦେଶରେ ରହିଛି। ୧୯୭୮ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଖୋର୍ଦ୍ଧାଦୁର୍ଗର ଉନ୍ନତ୍ତି ହାତକୁ ନେଇଥିଲେ। ବିଭିନ୍ନ ସମୟରେ ଏହାର ପୁନରୁଦ୍ଧାର ଲାଗି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ତେବେ ଏହି ଗଡ଼ର ଜରାଜୀର୍ଣ୍ଣ କାରଣରୁ ଏଠାରେ କୌଣସି ପର୍ଯ୍ୟଟକଙ୍କ ପାଦ ପଡିନଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri