ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ ଚାଉଳ ସ’ ମିଲ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୮ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଚିଲିକା ଚଣ୍ଡେଶ୍ୱର ଅଞ୍ଚଳର ଏକ ଚାଉଳ ସ’ମିଲ୍‌ର କର୍ମଚାରୀ ସୁକାନ୍ତ ଚନ୍ଦ୍ର ରାଉତରାୟ ଓ ଅଶୋକ ଏବଂ ଚାଳକ ମହେନ୍ଦ୍ର ଷଣ୍ଢ ବ୍ୟବସାୟ ବାବଦ ବକେୟା ଟଙ୍କା ସଂଗ୍ରହ କରି କାର୍‌ରେ ଫେରୁଥିଲେ। ବାଣପୁର ଓଭରବ୍ରିଜ ଠାରେ ହଠାତ୍‌ ଏକ ଟାଟା ଏସିଇ ସମ୍ମୁଖକୁ ଆସିଯିବାରୁ କାର୍‌ ଚାଳକ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ ଏକ ପଲସରରେ ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ୍‌ କାର୍‌ର ଡୋର ଗ୍ଲାସ ଭାଙ୍ଗିବା ସହ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇଥିଲେ। ଏହା ପରେ ଗାଡିରେ ଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ତେବେ କର୍ମଚାରୀ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ବ୍ଲାଙ୍କ ଫାୟାରିଂ କରି ସେଠାରେ ଖସି ପଳାଇଥିଲେ। ଖବରପାଇ ବାଣପୁର ଥାନା ଅଧିକାରୀ, ବାଲୁଗଁା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri