ବାଣ ଭିଡ଼ାକୁ ନ ଥିଲା ଅନୁମତି: ଜିଲାପାଳ

ଖୋର୍ଦ୍ଧା ଅଫିସ, ୬।୩: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଜେଟିରେ ସୋମବାର ଭୟଙ୍କର ବାଣ ବିସ୍ଫେରରଣ ଘଟିଛି। ତେବେ ସ୍ଥିତି ଅନୁଧ୍ୟାନ କରି ଜିଲାପାଳ କହିଛନ୍ତି, ବାଣ ଭିଡ଼ା ପାଇଁ କୌଣସି ଅନୁମତି ନେଇ ନ ଥିଲେ। ବିନା ଅନୁମତିରେ ଏକ ସରକାରୀ ଜମି ଉପରେ ବାଣ ଭିଡ଼ା ଚାଲିଥିଲା। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋଦ୍ଧା ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ଦୋଳପୂର୍ଣ୍ଣିମା ପାଇଁ ବାଣ ଭିଡ଼ା ଚାଲିଥିବା ବେଳେ ଭୟଙ୍କର ବାଣ ବିସ୍ଫେରରଣ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ବେଳେ ୩ ଜଣ ଗୁରତର ହୋଇ ଚିକିତ୍ସାଧୀନ ଅଛନ୍ତି।