Categories: ବାଣିଜ୍ୟ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କଲା ଖିମ୍‌ଜୀ

ଭୁବନେଶ୍ୱର,୫।୮: ବର୍ତ୍ତମାନ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି କୋଭିଡ୍‌ ଯୋଦ୍ଧାମାନେ ନିରନ୍ତର ଯୋଗଦାନ ରଖି ଆସୁଛନ୍ତି। ଏହି ଯୋଦ୍ଧାଙ୍କ କାର୍ଯ୍ୟକୁ ଖିମ୍‌ଜୀ ଗ୍ରୁପ୍‌ର ପ୍ରମୁଖ ଜୁଏଲେରି ବ୍ରାଣ୍ଡ ଖିମ୍‌ଜୀ ସମ୍ମାନ ଜଣାଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି। ଖିମ୍‌ଜୀ ଫାଉଣ୍ଡେଶନ ପକ୍ଷରୁ କୋଭିଡ୍‌ ଯୋଦ୍ଧାଙ୍କୁ ‘ଖିମଜୀ ମୋ ଅଳଙ୍କାର ଆଓ୍ବାର୍ଡ ’ପ୍ରଦାନ କରାଯାଇଛି। କଟକ ଏବଂ ଭୁବନେଶ୍ୱରର ୫ କୋଭିଡ୍‌ ଯୋଦ୍ଧାଙ୍କୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଲାଗି ଏଭଳି ପୁରସ୍କାର ଦିଆଯାଇଛି। ଟିଭି ରିଆଲିଟି ଶୋ ରଜ କୁଇନ ଅସବରରେ ଏଭଳି ସମ୍ମାନ ଗ୍ରୁପ୍‌ ପ୍ରଦାନ କରିଥିବା କହିଛି। ବିଏମ୍‌ସର ସାନିଟେଶନ ଓ୍ବାର୍କର ଜୟନ୍ତୀ ନାୟକ, ପୂଜା ନାୟକ, ବାଣୀବିହାର ନିକଟସ୍ଥ ବସ୍ତିରୁ ଯୁବ ବ୍ରିଗେଡ ପ୍ରଭାସିନୀ ବେହେରା, ଏଲିନା ନନ୍ଦିତା ପରିଡ଼ାଙ୍କୁ ପୁରସ୍କୃତ କରାଯାଇଛି। ସେହିଭଳି ଲକ୍‌ଡାଉନରେ ଅସୁବିଧା ସାମ୍ନା କରିଥିବା ଲୋକଙ୍କୁ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ଯୋଗାଣ ଲାଗି କଟକର ଜୟଲକ୍ଷ୍ମୀ ମହାରଣା ଏବଂ ବିଜୟଲକ୍ଷ୍ମୀ ମହାରଣାଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କୋଭିଡ୍‌ ଯୋଦ୍ଧାଙ୍କ କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ ବୋଲି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି। କୋଭିଡ୍‌ ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇ ଏଭଳି ଏକ ପଦକ୍ଷେପ ଗ୍ରୁପ୍‌ ହାତକୁ ନେଇଛି। ଏଭଳି ଛୋଟ ଛୋଟ ପଦକ୍ଷେପ ଦ୍ୱାରା ସେମାନଙ୍କ ମନୋବଳ ବଢ଼ାଇବା ସହ ଉତ୍ସାହିତ କରାଯାଉଛି ବୋଲି ଖିମ୍‌ଜୀ ମତ ପ୍ରକାଶ କରିଛନ୍ତି।

Share