ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ:  ସଭାପତି, ସମ୍ପାଦକ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ  ଅନୁଷ୍ଠିତ ହେବ। ସମୁଦାୟ ୫ ପଦବୀ ପାଇଁ ୧୦ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ଶୁକ୍ରବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନରେ ସା ୫ଟା ସୁଦ୍ଧା ସଭାପତି ପଦବୀ ନିମନ୍ତେ ଆଇନଜୀବୀ ରସାନନ୍ଦ ରାଉତ ଏବଂ ସମ୍ପାଦକ ପଦବୀ ନିମନ୍ତେ ଆଇନଜୀବୀ ପ୍ରଦୀପ କୁମାର ନାୟକ ଦାଖଲ କରିଥିବା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂହ ଏବଂ ଅତିରିକ୍ତ ନିର୍ବାଚନ ଅଧିକାରୀ ନୀଳମାଧବ ରଥ ଜଣାଇଛନ୍ତି।
ସଭାପତି ପଦବୀ ନିମନ୍ତେ ହୃଦୟ ରଞ୍ଜନ ମେକାପ,ଏ.ସୋମେଶ୍ୱର ରାଓ,ଉପସଭାପତି ନିମନ୍ତେ ସଞ୍ଜୟ କୁମାର ପଣ୍ଡା ଓ ସୁକାନ୍ତ କୁମାର ପ୍ରଧାନ। ସମ୍ପାଦକ ପଦବୀ ନିମନ୍ତେ କୁରେଶୁ ପଣ୍ଡା,ସନ୍ତୋଷ କୁମାର ସାହୁ,ସହ – ସମ୍ପାଦକ ନିମନ୍ତେ ରବିଚନ୍ଦ୍ର ଗୌଡ଼ ଏବଂ ଜୟକୃଷ୍ଣ ମହାପାତ୍ର,କୋଷାଧ୍ୟକ୍ଷ ପଦବୀ ନିମନ୍ତେ ସୀମାଞ୍ଚଳ ପ୍ରଧାନଙ୍କ ନାମାଙ୍କନ ପତ୍ର କାଏମ ରହିଛି। କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି। ଅନ୍ୟ ସମସ୍ତ ପଦବୀ ନିମନ୍ତେ ଦିି-ମୁଖି ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡିଛି।
 ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଶନିବାର ପ୍ରକାଶ ପାଇବ। ୨୮ ତାରିଖ ସକାଳ ୭ ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

ୱାରେଣ୍ଟିଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର କୁକୁଡ଼ାଖଣ୍ଡି ବ୍ଲକ ବଣିଆମାରି ଗ୍ରାମର ବିପ୍ର ମଲ୍ଲିକଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରି ବ୍ରହ୍ମପୁର…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

ରନ୍ଧନ ଗ୍ୟାସ୍‌ର ଅଚଳାବସ୍ଥା ନେଇ ଗର୍ଜିଲା କଂଗ୍ରେସ

ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ…

ଶ୍ରୀମନ୍ଦିରରେ ରକ୍ତଛିଟା: ଭିତର କାଠ ଦର୍ଶନ ବିଳମ୍ବ

ପୁରୀ,୧୩।୩: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri