ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ ସରିଛି। ବିଭିନ୍ନ ପଦବୀ ନିମନ୍ତେ ୧୦ ପ୍ରାର୍ଥି ସେମାନଙ୍କ ନାମାଙ୍କନ ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂହ ଏବଂ ଅତିରିକ୍ତ ନିର୍ବାଚନ ଅଧିକାରୀ ନୀଳମାଧବ ରଥଙ୍କ ନିକଟରେ ଦାଖଲ କରିଛନ୍ତି। ସଭାପତି ପଦବୀ ନିମନ୍ତେ ହୃଦୟ ରଞ୍ଜନ ମେକାପ,ଏ.ସୋମେଶ୍ୱର ରାଓ,ରସାନନ୍ଦ ରାଉତ। ଉପସଭାପତି ନିମନ୍ତେ ସଞ୍ଜୟ କୁମାର ପଣ୍ଡା ଓ ସୁକାନ୍ତ କୁମାର ପ୍ରଧାନ। ସମ୍ପାଦକ ପଦବୀ ନିମନ୍ତେ କୁରେଶୁ ପଣ୍ଡା,ସନ୍ତୋଷ କୁମାର ସାହୁ,ପ୍ରଦୀପ କୁମାର ନାୟକ। ସହ – ସମ୍ପାଦକ ନିମନ୍ତେ ରବୀଚନ୍ଦ୍ର ଗୌଡ଼ ଏବଂ ଜୟକୃଷ୍ଣ ମହାପାତ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯୋଗ୍ୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶିତ ହେବ। କୌଣସି ପ୍ରାର୍ଥୀ ଚାହିଁଲେ ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଆସନ୍ତା ଶନିବାର ପ୍ରକାଶ ପାଇବ। ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।

