ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜ କୁଳଗୃହ ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି, ୯।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଓଡ୍ରଖଣ୍ଡାୟତ କାଳଞ୍ଜି ସମାଜ ଚାଞ୍ଚଡାପଲ୍ଲୀ କୁଳଘର ପ୍ରତିଷ୍ଠା ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଖେମୁଣ୍ଡି ଅଞ୍ଚଳ ପରିଷଦ ସଭାପତି ରାମନାଥ ବିଷୋୟୀଙ୍କ ତତ୍ୱାବଧାନରେ  ଆୟୋଜିତ କାର୍ଯ୍ୟକ୍ରମରେ ମହୁରୀ, ଆସ୍କା, କଇଁଣ୍ଡି ଅଞ୍ଚଳ ପରିଷଦ କର୍ମକର୍ତ୍ତା  ଗୁରୁନାଥ ବିଷୋୟୀ, ରାଜକିଶୋର ବରାଡ଼, ନବକୃଷ୍ଣ ବିଷୋୟୀ, ଜଗବନ୍ଧୁ ଜେନା, ସୁବାସ ତାରିଣୀ, ପର୍ଶୁରାମ ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ରାଜୁ ନାହାକ  କେନ୍ଦ୍ରୀୟ କମିଟି କର୍ମକର୍ତ୍ତା ଏହି ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ରୀନା ପ୍ରଧାନ  ଓ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ରଞ୍ଜିତା ସେଠୀ ଓ ଜିଲା ପରିଷଦ ସଭ୍ୟା ଏମ. ଅନୁସୟା ରେଡ୍ଡୀ, ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ,ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ,ଗୋପାଳକୃଷ୍ଣ ମଲ୍ଲିକ ପ୍ରମୁଖ  ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ସକାଳ ୮ ଟା ରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅତିଥି ମାନଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା।

ଗ୍ରାମବାସୀ  ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢୀ  ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶୋଭାଯାତ୍ରା ସରିବା ପରେ ନୂତନ କୁଳ ଗୃହରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କାଳଞ୍ଜି ସମାଜ ଏକ ଐତିହାସିକ ଜାତି ଏଣୁ ଏହି ଜାତିକୁ ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ନିଶା ନିବାରଣ, ନାରୀସଶକ୍ତି କରଣ, ଶିକ୍ଷା ଓ ଅର୍ଥନୈତିକ ବିକାଶ ଦିଗରେ ସମସ୍ତ କର୍ମକର୍ତ୍ତା ମିଳିମିଶି କାମ କରିବାକୁ ହେବ ବୋଲି କୁଳ ର  କେନ୍ଦ୍ର କମିଟି ସଭାପତି ସନ୍ତୋଷ କୁମାର ଜେନା ଓ ଉପସଭାପତି ବୃନ୍ଦାବନ ଖଟେଇ ତାଙ୍କ ବକ୍ତବ୍ୟରେ କହିଥିଲେ।ଖେମୁଣ୍ଡି ଅଞ୍ଚଳ ପରିଷଦ ଅନ୍ତର୍ଗତ ୫ ଟି ମଣ୍ଡଳ କର୍ମକର୍ତ୍ତା ଓ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ସମସ୍ତ ସଭ୍ୟା ସଭ୍ୟ ବୃନ୍ଦ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri