ନୂଆଦିଲ୍ଲୀ, ୧୬ା୧୦: ପଞ୍ଚମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ରାଜସ୍ଥାନର ୭ଟି ସହରରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ଥର ପାଇଁ ଏଥିରେ ବିଚ୍ ଭଲିବଲ, କାନୋଇଂ ଓ କାୟାକିଂ ଏବଂ ସାଇକ୍ଲିଂ ଓ ଖୋ-ଖୋକୁ ସାମିଲ କରାଯାଇଛି।
୨୩କ୍ରୀଡ଼ା ପଦକ ପାଇଁ ପ୍ରତିଯୋଗିତା ହେବ। ଏଥିରେ ଖୋ ଖୋକୁ ପ୍ରଦର୍ଶନ ଖେଳ ଭାବେ ସ୍ଥାନ ମିଳିଛି। ଚଳିତବର୍ଷ ପ୍ରଥମ ଭାଗରେ ବିହାରରେ ୟୁଥ୍ ଗେମ୍ସ ଭଳି ରାଜସ୍ଥାନର ୭ଟି ସହର ଜୟପୁର, ଆଜ୍ମିର, ଉଦୟପୁର, ଯୋଦ୍ଧପୁର, ବିକାନେର, କୋଟା ଓ ଭରତପୁରଠାରେ ଅନୁଷ୍ଠିତ ହେବ। ୧୨ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ୟୁନଭର୍ସିଟି ଗେମ୍ସରେ ୫,୦୦୦ରୁ ଊର୍ଦ୍ଧ୍ୱ ଆଥ୍ଲେଟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।


