ଖଟୁଆକୁଦା ସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ଦାବି ଜୋର ଧରିଲା, ବିଇଓ ଅଫିସରେ ଫେରାଦ ହେଲେ ଗ୍ରାମବାସୀ

ଗଞ୍ଜାମ,୨୪।୫(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆ କୁଦା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି ଜୋର ଧରିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ l ବୁଧବାର ଗ୍ରାମବାସୀ ଏନେଇ ବିଇଓ କାର୍ଯ୍ୟାଳୟ ଆସି ବିଇଓ ଏବଂ ଏବିଇଓଙ୍କ ଅନୁପସ୍ଥିତରେ କ୍ଲର୍କଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି l ପ୍ରଧାନଶିକ୍ଷକ ଜଣଙ୍କ ଅଧିକାଂଶ ସମୟରେ ସ୍କୁଲକୁ ବିଳମ୍ବରେ ଆସୁଥିବା ଏବଂ ପିଲାଙ୍କୁ ଠିକ୍‌ ଭାବେ ପlଠ ପଢାଉ ନ ଥିବା ଦାବି ପତ୍ରରେ ଦର୍ଶାଇଛି ସ୍କୁଲ ପରିଚାଳନା କମିଟିl ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିଲେ ମାନସିକ ରୋଗୀଙ୍କୁ ଭଳି ବ୍ୟବହାର କରୁଥିବା କହିଛନ୍ତି। ଏଥିସହ ଶ୍ରେଣୀ ଗୃହରେ ପାଠ ପଢ଼ା ସମୟରେ ପ୍ରଧାନ ଶିକ୍ଷକ ଡ୍ରାମା କରୁଥିବା ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ ସୂଚନା ଦେଇଛନ୍ତି l ଏନେଇ ପିଲାମାନେ ସ୍କୁଲରୁ ଘରକୁ ଯାଇ ନିଜ ଅଭିଭାବକଙ୍କଠାରେ ଅଭିଯୋଗ କରୁଛନ୍ତି l ଏଣୁ ତୁରନ୍ତ ତାଙ୍କୁ ଏହି ସ୍କୁଲରୁ ବଦଳି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l