ଏହି ଦିନଠାରୁ ଖରିଫ୍‌ ଧାନ ସଂଗ୍ରହ ଆରମ୍ଭ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ପ୍ରଶାସନର ଆଦେଶ ଖିଲାପକାରୀ ଅଧିକାରୀ, ମିଲର ତଥା ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଉପସ୍ଥିତ ରହି ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହିତ ମଣ୍ଡିରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟନୀ ଛଟନି ଭଳି ଅବ୍ୟବସ୍ଥା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ତଥା ଉପସ୍ଥିତ ଲୋକ ପ୍ରତିନିଧିଙ୍କ ଅନୁମୋଦନ କ୍ରମେ ନଭେମ୍ବର ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ପାଇଁ ଦିନଧାର୍ଯ୍ୟ କରାଯାଇଥିଲା।
ଜିଲାର ୧୨ ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ରୁ ସମୁଦାୟ ୨୧୦ଟି ଧାନ କ୍ରୟ କେନ୍ଦ୍ର (ପିପିସି) ଦ୍ୱାରା ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସୁବିଧା ପାଇଁ ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆର୍ଦ୍ରତା ମିଟର, ତାର୍ପୋଲିନ, ୱେ ବ୍ରିଜ, ବିଶ୍ଳେଷଣ କିଟ୍‌ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଥିବା ମଡେଲ ମଣ୍ଡି ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲାର ସମସ୍ତ ମାର୍କେଟ ୟାର୍ଡରେ କଳାବଜାର ରୋକିବା ପାଇଁ ଜିଲା ଏବଂ ଉପଖଣ୍ଡ କଣ୍ଟ୍ରୋଲ ରୁମ୍‌ ସିସିଟିଭି ଲାଇଭ ଫୁଟେଜ ଦ୍ୱାରା ୨୪ ଘଣ୍ଟା ତଦାରଖ କରାଯିବ ବୋଲି ସୂଚନା ଦିଆଯାଇଛି। ଚାଷୀଙ୍କ ପୂର୍ବ ସମସ୍ୟା ଗୁଡିକର ଆଲୋଚନା ତଥା ପରାମର୍ଶ ଆଧାରରେ ଜିଲାପାଳ ଚଳିତ ବର୍ଷ ଧାନ ସଂଗ୍ରହରେ ସ୍ବଛତା ଆଣିବା ସକାଶେ କୌଣସି ମିଲର, ଆର୍‌ଏମ୍‌ସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତଲା ଦେବା କିମ୍ବା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୬୪୬-୨୪୬୦୪୧ରେ ଅଭିଯୋଗ କଲେ ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଥିଲେ। ସେହିପରି ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ଅଭିଯୋଗ ଗ୍ରହଣ ପାଇଁ ସ୍ବତନ୍ତ୍ର ରେଜିଷ୍ଟର ସହ ଜିଲା ମୁଖ୍ୟାଳୟରେ ଅଭିଯୋଗ ଗ୍ରହଣ ପାଇଁ ଏକ ସ୍ବତନ୍ତ୍ର ଟୋଲ ଫ୍ରି ନମ୍ବର ଜାରି କରାଯିବ। ରେଜିଷ୍ଟ୍ରେଶନ ପରେ ଚାଷୀଙ୍କ ମୋବାଇଲରେ ମଣ୍ଡିକୁ ଧାନ ନେଇଯିବା ତାରିଖର ସୂଚନା ଆସିବ ଏବଂ ଗୋଟିଏ ଟୋକନର ଅବଧି ୩୦ ଦିନ ପର୍ଯ୍ୟନ୍ତ ରହିବ। ଧାନ ଦେବାର ୪୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡିବିଟି ଦ୍ୱାରା ଟଙ୍କା ପଠାଯିବ ବୋଲି ସୂଚନା ଦିଆଯାଇଥିଲା। ପ୍ରତ୍ୟେକ ଆର୍‌ଏମ୍‌ସି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଧାନ ସଂଗ୍ରହ ତାରିଖ ତଥା ଅନ୍ୟାନ୍ୟ ବିବରଣୀ ବିଷୟରେ ସଚେତନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତି ଆର୍‌ଏମ୍‌ସିର ଅଧ୍ୟକ୍ଷମାନଙ୍କୁ ଗାଁ ଗାଁ ବୁଲି ଚାଷୀମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀମାନଙ୍କୁ ଟୋକନ ଦେବା ବ୍ୟବସ୍ଥା କରିବା, କଳାବଜାର କିମ୍ବା ଆବଶ୍ୟକ ଧାନ ପଡୋଶୀ ଜିଲାକୁ ସ୍ଥାନାନ୍ତର ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଜିଲାର ସମସ୍ତ ସୀମାନ୍ତରେ ପୋଲିସ ମୁତୟନ କରିବା ସହିତ କଡାକଡି ଯାଞ୍ଚ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମିନା ଏବଂ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ବରଗଡ଼ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପଦ୍ମପୁର ଉପ ଜିଲାପାଳ ଆରାଗୁଲା ସ୍ନେହା, ଜିଲାର କୃଷକ ପ୍ରତିନିଧି, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ବିଭୂ ପ୍ରସନ୍ନ ଆଚାର୍ଯ୍ୟ ବୈଠକ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri