ଅଭାବକୁ ପୂରା କରିବ ଖରିଫ୍‌ ପିଆଜ

ନୂଆପଡ଼ା,୨୨।୧୨(ମକାରୁ ବେମାଲ): ପିଆଜ ଅଭାବକୁ ପୂରା କରିବ ଖରିଫ ପିଆଜ। ଜିଲାର ଉପାନ୍ତ ଅଞ୍ଚଳରେ ଏବେ ଅମଳ ହେଉଛି ଖରିଫ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଚାହିଦା ଥିବା ବେଳେ ଅଭାବକୁ ପୁରା କରିବା ସହ ଭଲ ଦୁଇ ପଇସା ପାଇବ ବୋଲି ଆଶା ବାନ୍ଧିଛି ଚାଷୀ। ଚାଷୀଙ୍କ କ୍ଷେତରେ ଚାଷ ହୋଇଛି ପିଆଜ। ଏ ଚାଷ ପାରମ୍ପରିକ ଚାଷ ନୁହେଁ ଏହି ହେଉଛି ଖରିଫ ଋତୁରେ ଉତ୍ପାଦିତ ହୋଇଥିବା ଅମଳ। ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ଲର୍କି ଗାଁର ଚାଷୀ ଶିବ ବିଶ୍ବାଳ। ଖରାଟିଆ ପିଆଜ କରି କ୍ଷତି ସହୁଥିବା ବେଳେ ବର୍ତ୍ତମାନ ଖରିଫ ଚାଷ କରି ଭଲ ଉତ୍ପାଦନ କରିଛନ୍ତି। ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର ଏବଂ ଉଦ୍ୟାନ ବିଭାଗ ସହାୟତାରେ ତାଲିମ ନେଇ ବର୍ତ୍ତମାନ ୧୦ ଡେସିମିଲ ଜମିରେ ପରୀକ୍ଷା ମୂଳକ ଭାବେ ଚାଷ କରିଛନ୍ତି ଶିବ। ଆଗରୁ ରବି ଋତୁରେ ପିଆଜ ଚାଷ କରି ଅଭାବୀ ବିକ୍ରିର କ୍ଷତି ସହୁଥିବା ଚାଷୀ ବର୍ତ୍ତମାନ ବଜାରରେ ଚାହିଦା ଥିବାରୁ ଭଲ ଦୁଇ ପଇସା ପାଇବ ବୋଲି ଆଶା କରିଛନ୍ତି। ତାହା ସହିତ ପାରମ୍ପରିକ ଚାଷ ଛାଡ଼ି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାକୁ ମନ ବଳାଇଛନ୍ତି। ଅନ୍ୟପଟେ ବୋଡ଼େନ ଅଞ୍ଚଳର ଜଣେ ଚାଷୀ ମଧ୍ୟ ଏହି ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଦିଆଯାଇଛି ପିଆଜ ବିହନ। ବର୍ତ୍ତମାନ ଚାଷୀଙ୍କ କ୍ଷେତରେ ଅମଳ ହେବା ଆରମ୍ଭ ହୋଇଛି ପିଆଜ। ଜିଲାର ୫୫ଜଣ ଚାଷୀଙ୍କୁ ପରୀକ୍ଷା ମୂଳକ ଭାବେ ଦିଆଯାଇଥିବା ବେଳେ ଆଗକୁ ପିଆଜ ଅଭାବକୁ ଦୂର କରିବା ପାଇଁ ସମସ୍ତ ଚାଷୀଙ୍କୁ ପିଆଜ ଚାଷ କରିବାକୁ କହିଛନ୍ତି ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ନୂଆପଡା ହରେକୃଷ୍ଣ ହସଦା। ବିଭିନ୍ନ କିସମର ପିଆଜ ଚାଇନା କିଙ୍ଗ, ନନ୍ଦୀ, ଭିମା ସୁପର, ଭୀମା ରାଜ, ଭିମା ଡାର୍କ ରେଡ ଭଳି କିସମ ଚାଷ କରିଛି ଚାଷୀ। ଅନ୍ୟପଟେ ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର ହାଇଦ୍ରାବାଦରୁ ଆସିଥିବା ଅଧିକାରୀ କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ସୂଜୟ ଓଜେ। ନୂଆପଡ଼ା ଭଳି ଜିଲାରେ ଏହି ଚାଷ କରି ଆମେ ସଫଳ ହୋଇଛୁ ଆଗକୁ ମଧ୍ୟ ଜିଲାବ୍ୟାପୀ ଚାଷୀଙ୍କୁ ପିଆଜ ଚାଷ କରିବାକୁ ଉତ୍ସାହିତ କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri