ଲଡୁଗାଁରେ ଖରିଫ ମଣ୍ଡି ଉଦ୍‌ଘାଟିତ

କୋକସରା,୨୨।୧୧(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମଣ୍ଡି ଶୁଭାରମ୍ଭ ହୋଇଛି । ଲଡୁଗାଁ ନିୟନ୍ତ୍ରଣ ବଜାର କମିଟି ପ୍ରାଙ୍ଗଣରେ ଚାଷୀ କମିଟି ସଦସ୍ୟ, ପ୍ୟାକ୍ସ କର୍ମଚାରୀ, ଆରଏମସି କର୍ମଚାରୀ ଓ ଶ୍ରମିକ ଉପସ୍ଥିତ ଥିଲେ । ଏହି ଅବସରରେ ଧାନ କେମିତି ଶୀଘ୍ର ଉଠିବ ସେ ନେଇ ଚାଷୀମାନେ ପ୍ୟାକ୍ସ କର୍ମଚାରୀଙ୍କୁ କହିବା ସହ ଚାଷୀଙ୍କ ଟୋକନ ପ୍ରଦାନରେ ସ୍ବଚ୍ଛତା ସହ ଛୋଟ ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଇବାକୁ ଦାବି କରିଛନ୍ତି । ଲଡୁଗାଁର ଚାଷୀ ସଙ୍ଗଠନରୁ ପଙ୍କଜ ଚୌଧୁରୀ, ଅଶୋକ ଅଗ୍ରୱାଲ ଧାନ ବିକ୍ରି କରିବାକୁ ଥିବା ବେଳେ ଚାଷୀ ଧନୟ ମୁଣ୍ଡ, ସୁରେଶ ଅଗ୍ରୱାଲ, କିରଣ ସାହୁ, ଭଗବାନ ନାଗ, ଜୟନାରାୟଣ ପାଢ଼ୀ ସମେତ ମିଲ ମାଲିକ ବଣ୍ଟି ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଲିଙ୍ଗରାଜ ଅଗ୍ରୱାଲ, ମନୋଜ ଅଗ୍ରୱାଲ ଉପସ୍ଥିତ ଥିଲେ। ଲଡୁଗାଁ ପ୍ୟାକ୍ସ ସମ୍ପାଦକ ଗରିବ ଲହଜଲ, ସହସମ୍ପାଦକ ପଦ୍ମନ ବାଗ, ଆରଏମ୍‌ସି କର୍ମଚାରୀ ରଣଜିତ ବାହାଦୂର, ଧନୁର୍ଯ୍ୟସୁନାନୀଙ୍କ ସମେତ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀମାନେ ଉପସ୍ଥିତ ଥିଲେ ।