ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ

ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍‌ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ଗୁରୁବାର ରାହୁଲ ଗାନ୍ଧୀ ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ଜିଲା କଂଗ୍ରେସ କାର୍ଯାଳୟରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ସୂଚନା ଦେଇଛନ୍ତି, ବୁଧବାର ଚାନ୍ଦବାଲି ବ୍ଲକ ମତୋଠାରେ ନିର୍ବାଚନୀ ସମାବେଶରେ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଯୋଗଦେଇ ସଭାକୁ ସମ୍ବୋଧିତ କରିବେ। ସେହିପରି ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଦ୍ରକ ରାଣୀତାଲ ନିକଟସ୍ଥ ମଇତାପୁର ପଡ଼ିଆରେ ଯୋଗଦେଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ।

ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣାରେ ନିର୍ବାଚନ ଚାଲିଛି। ବିଜେଡ଼ି ଏମ୍‌ପି ସିଟ୍‌ ଭାଜପାକୁ ଛାଡ଼ିବ ଓ ଭାଜପା ବିଧାୟକ ସିଟ୍‌ ବିଜେଡ଼ିକୁ ଛାଡ଼ିବ ବୋଲି ବୁଝାମଣା ହୋଇଥିବା ପିସିସି ସଭାପତି ଆରୋପ ଲଗାଇଛନ୍ତି। କଂଗ୍ରେସ ସମୟରେ ପାରାଦ୍ୱୀପ ବନ୍ଦର, ରାଉରକେଲାର ଷ୍ଟିଲ ପ୍ଲାଂଟ, ନାଲ୍‌କୋ, ମିଗ୍‌ବିମାନ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ୨୫ ବର୍ଷର ବିଜେଡ଼ି ଶାସନରେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇପାରି ନାହିଁ। ରାଜ୍ୟର ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ଚାଷୀଙ୍କ ମଧ୍ୟ ଉନ୍ନତି ହୋଇପାରିନାହିଁ। କଂଗ୍ରେସ ସରକାରକୁ ଆସିଲେ ବେକାରୀଙ୍କ ନିଯୁକ୍ତି ଦିଆଯିବ, ଧାନ କୁଇଣ୍ଟାଲ ୩ହଜାର ଟଙ୍କା କରାଯିବ ବୋଲି ସେ କହିଥିଲେ।

ଭଦ୍ରକ ଲୋକସଭା ସହ ୭ଟି ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେହିପରି ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାକୁ ନବୀନ ପଟ୍ଟନାୟକ ଦାଦନରେ ଏକ ନମ୍ବର କରିଛନ୍ତି। ନିର୍ବାଚନରେ ଗୁଣ୍ଡାଗିରି ଓ କଳାଟଙ୍କା ବ୍ୟବହାର କରି ପୁଣିଥରେ ସରକାର କରିବା ପାଇଁ ଚେଷ୍ଟା କରୁଛନ୍ତି।

ରାଜ୍ୟବାସୀ ଭାଜପା,ବିଜେଡ଼ିର ଭିତିରି ବୁଝାମଣାକୁ ବୁଝିପାରିଛନ୍ତି। ଏଥର ନିଶ୍ଚୟ ପରିବର୍ତ୍ତନ ହେବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ସଂଯୋଜନାରେ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ଜିଲା ସଭାପତି ନଳିନୀକାନ୍ତ ମହାନ୍ତି, ସୁବ୍ରତ ଦାସ, ଦେବରୂପ ମହାନ୍ତି, ଦଳିତ ନେତା ରାଜେନ୍ଦ୍ର ଜେନା, ବଳରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri