ଭୁବନେଶ୍ୱର,୧୪ା୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଇ ଲୋକମାନଙ୍କୁ ଚାକିରି ଦେବାର ଲୋଭ ଦେଖାଉଥିଲେ। ଏପରିକି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝର ଯାଇ ସେଠାରୁ ତାଙ୍କ ଗିରଫ କରିଥିବା ସୂଚନା ମିଳିଛି।
ସୂଚନା ଥାଉକି, ଗିରଫ ଭୟରେ ସୁରେଶ୍ୱରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

