ବ୍ରହ୍ମପୁରରୁ ଚୋରି ଖମ୍ବେଶ୍ବରୀ ବସ ଗଞ୍ଜାମରୁ ଉଦ୍ଧାର

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ): ବ୍ରହ୍ମପୁରରୁ ଚୋରି ହୋଇଥିବା ଖମ୍ବେଶ୍ବରୀ ବସ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି l କେହି ଦୁର୍ବୃତ୍ତ ଏଠାରେ ଛାଡି ଚମ୍ପଟ ମାରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ, ଖମ୍ବେଶ୍ବରୀ ବସ(ଓଡ଼ି୦୭ଏଇ ୯୧୮୧) ଚାରିଦିନ ଲଗାଣ ବର୍ଷା ଯୋଗୁ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ ପମ୍ପଠାରେ ଥିଲା l ଆଜି ସକାଳେ ସେଠାରେ ଗାଡି ନ ଥିବା ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ବସ ମାଲିକଙ୍କୁ ଖବର ଦେଇଥିଲେ। ଏନେଇ ମାଲିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ବସ ଚୋରି ହୋଇଥିବା ବୈଦନାଥ ପୁର ଥାନାରେ ଅଭିଯୋଗ କରିଥିଲେ l ଅନ୍ୟ ଏକ ଖମ୍ବେଶ୍ବରୀ ବସ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ବେଳେ ବସଟି ସୂର୍ଯ୍ୟନାରାୟଣପୁର ରୋଡ଼ ପାର୍ଶରେ ଥିବା ଦେଖି ମାଲିକଙ୍କୁ ଜଣାଇବାପରେ ମାଲିକ କାର ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଗଞ୍ଜାମ ଥାନା ପୋଲିସ ସହାୟତାରେ ବସକୁ ଉଦ୍ଧାର କରିଥିଲେ l ଚାବି ନ ଥିବା ଯୋଗୁ ମେକାନିକ ସାହାର୍ଯ୍ୟରେ ଗାଡି ଷ୍ଟ୍ରାଟ କରିଥିଲେ l ଉକ୍ତ ଗାଡି ଚଳାଉଥିବା ଡ୍ରାଇଭର ଛୁଟିରେ ଥିବା ବେଳେ ସେଠାର ସିସିଟିଭି ଯାଞ୍ଚ କରିବା ପରେ ପ୍ରକୃତ କିଏ ଚୋର ଧରା ପଡିବ ବୋଲି ମାଲିକ ଗଣମାଧ୍ୟମକୁ କହିଛନ୍ତି l ପ୍ରକାଶ ଯୋଗ୍ୟ ଉକ୍ତ ମାଲିକଙ୍କର ୨୦ରୁ ଉର୍ଦ୍ଧ୍ୱ ବସ ଥିବା ଜଣାପଡିଛି l


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ: ଯୋଗଦେଲେ ଏନ୍‌ଏସି ଅଧ୍ୟକ୍ଷ

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ସ୍ବାମୀ ଚେତନାନନ୍ଦ ସାରସ୍ବତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri