ବନ ବିଭାଗରେ ହାଜର ହେଲେ ଖଳନାୟକ

ଚଣ୍ଡିଖୋଲ,୨୪।୭(ପ୍ରଦୀପ୍ତ କୁମାର ପୃଷ୍ଟି):ମଞ୍ଚରେ ଅଜଗର ସାପ ଧରି ଯାତ୍ରା ପରିବେଷଣ କରିବା ତୁଳସୀ ଗଣନାଟ୍ୟର ଖଳନାୟକ ସାଜିଥିବା ଅଭିନେତା ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ବନ ବିଭାଗ ନୋଟିସ ଅନୁସାରେ ଖଳନାୟକ ସାଇ ସତ୍ୟଜିତ୍‌ ବୁଧବାର ଯାଜପୁର ଜିଲା ବୈରୀ ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସେ ସେଠାରେ କହିଛନ୍ତି, ଯେଉଁ ସାପଟି ଧରି ମଞ୍ଚରେ ପ୍ରଦର୍ଶନ କରିଥିଲେ, ତାହା ଅଜଗର ନ ଥିଲା, ତାହା ସାଉଥ୍‌ ଆଫ୍ରିକାର ବଲ-ପାଇଥନ୍‌ ନାମକ ସାପ। ଏହା ବିଷଧର ନୁହେଁ। ଏହି ସାପ ଭାରତରେ ବିକ୍ରି କରାଯାଉଛି। ସାଇ ସତ୍ୟଜିତ୍‌ ଜିଏସ୍‌ଟି ସହିତ ସମ୍ପୂର୍ଣ୍ଣ ପଇସା ଦେଇ ସାପଟିକୁ କିଣିଛନ୍ତି। ଏହାକୁ ଘରେ ରଖିଲେ କୌଣସି ଅସୁବିଧା ନାହିଁ। ଏପରିକି ଓଡ଼ିଶାରେ ବିଭିନ୍ନ ଲୋକ ଏହି ସାପକୁ କିଣି ଘରେ ରଖିଛନ୍ତି। କିନ୍ତୁ ଏହାକୁ ମଞ୍ଚରେ ପ୍ରଦର୍ଶନ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ସାଇ ସତ୍ୟଜିତ୍‌ ଜାଣିନାହାନ୍ତି ବୋଲି ବନ ବିଭାଗ ଅଧିକାରୀଙ୍କୁ କହିଛନ୍ତି। ଯଦି ବନ ବିଭାଗ ତରଫରୁ ମନା କରାଯାଏ ତେବେ ସେ ଆଉ ସାପ ଧରି ଅଭିନୟ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୈରୀ ରେଞ୍ଜର ଆଦିତ୍ୟ ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ଆମେ ନୋଟିସ ଦେବାପରେ ସେ କାଗଜପତ୍ର ଧରି ଏଠାରେ ପହଞ୍ଚତ୍ଥିଲେ। ଏହାର ଯାଞ୍ଚ କରାଯିବ। ଏହାପରେ ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏସିଏଫ୍‌ ରବିନାରାୟଣ ମହାନ୍ତି କହିଛନ୍ତି, ସେ ସାପ କିଣିଥିବା ନେଇ ଯେଉଁ କାଗଜପତ୍ର ଦେଖାଉଛନ୍ତି ତାହାକୁ ଯାଞ୍ଚ କରାଯିବ। ଏଥିସହ ଯେଉଁଠାରୁ ସାପ କିଣିଛନ୍ତି ତାଙ୍କର ବିକ୍ରିକରିବାର ଅନୁମତି ଅଛି କି ନାହିଁ ଏବଂ ସେ କେଉଁଠାରୁ ଆଣିଲେ ତାହାକୁ ମଧ୍ୟ ଯାଞ୍ଚ କରାଯିବ। ବନ୍ୟପ୍ରାଣୀ ନିୟମ ଅନୁଯାୟୀ ଯେଉଁମାନେ କାଗଜପତ୍ର ଠିକ୍‌ କରି କିଣିଥିବେ ତାହା ଠିକ୍‌ ଥାଇପାରେ। କିନ୍ତୁ ବନ୍ୟପ୍ରାଣୀଙ୍କୁ ଧରି ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଦ୍ୱାରା ଆଇନର ଉଲ୍ଲଂଘନ ହେଉଛି। ତେଣୁ ସମସ୍ତ ଯାଞ୍ଚ ପ୍ରକ୍ରିୟା ସରିଲାପରେ ଯାହା ଆଇନଗତ ଦୃଷ୍ଟିକୁ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ କଳାକାର ଓ ଯାତ୍ରା ମାଲିକଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇପାରେ ବୋଲି ଏସିଏଫ୍‌ ମହାନ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ କହିଛନ୍ତି, କଳାକାର ନିଜେ ସାପ କିଣି ତାହାକୁ ସେ ଆଖଡ଼ାଶାଳରେ ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଏଥିରେ ଯାତ୍ରା ପାର୍ଟିର କୌଣସି ସମ୍ପର୍କ ନାହିଁ।
ଖଳନାୟକ ସାଇ ସତ୍ୟଜିତ୍‌ ମଞ୍ଚରେ ସାପ ଧରି ଅଭିନୟ କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିଲା। ଏହାପରେ ବୈରୀ-ଡାଳିଯୋଡ଼ା ରେଞ୍ଜ ତରଫରୁ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମ ତିରଣସ୍ଥିତ ଯାତ୍ରା ଆଖଡ଼ାଶାଳରେ ମଙ୍ଗଳବାର ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଖଳନାୟକ କିମ୍ବା ଯାତ୍ରା ପାର୍ଟି ମାଲିକ ଅନୁପସ୍ଥିତ ଥିଲେ। ତେଣୁ ବନ ବିଭାଗ କାର୍ଯ୍ୟାଳୟରେ ହାଜରହେବାକୁ ଖଳନାୟକଙ୍କୁ ବନବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri