ବାପା ବସ୍‌ ଡ୍ରାଇଭର, ପୁଅ କିନ୍ତୁ ସୁପରଷ୍ଟାର

ହାଇଦ୍ରାବାଦ: ବାପା ଜଣେ ବସ୍‌ ଡ୍ରାଇଭର। ହେଲେ ପୁଅ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର। ଆମେ କହୁଛୁ କେଜିଏଫ୍‌ ଷ୍ଟାର ୟଶଙ୍କ କଥା। ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିବା ବେଳେ ଆଗାମୀ ଏପ୍ରିଲ ୧୪ରେ ଏହାର ଦ୍ୱିତୀୟ ଭାଗ ରିଲିଜ ହେବାକୁ ଯାଉଛି। ଏହାକୁ ନେଇ ଏବେଠାରୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳୁଛି।
କନ୍ନଡ ଫିଲ୍ମଜଗତର ସବୁଠାରୁ ଅଧିକ ପାଉଣା ନେଉଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ୟଶ। ଆଜିର ସଫଳତା ପାଇବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମ ପିଛା ୟଶ ୧୫ କୋଟି ଟଙ୍କା ଚାର୍ଜ କରିଥାନ୍ତି।

ୟଶଙ୍କ ପ୍ରକୃତ ନାମ ନବୀନ କୁମାର ଗୌଡ଼ା। ହେଲେ ସେ ତାଙ୍କର ଷ୍ଟେଜ୍‌ ନାମରୁ ଲୋକପ୍ରିୟ ହୋଇଥିଲେ। କର୍ନାଟକର ହସନ ଜିଲାର ଭୁବନାହାଲି ଗାଁର ଏକ ମଧ୍ୟବିତ ପରିବାରରେ ତାଙ୍କ ଜନ୍ମ। ବାପା ତାଙ୍କର ଡ୍ରାଇଭର। ପୁଅ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ହେଁ ଏବେ ବି ସେ ଡ୍ରାଇଭର ଥିବା କୁହାଯାଏ।

ୟଶ ପାଠପଢ଼ା ସରିବା ପରେ ବେନକା ଡ୍ରାମା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ୨୦୦୫ରେ ନନ୍ଦ ଗୋକୁଳ ଟେଲି ଧାରାବାହିକରୁ ସେ ନିଜର ଅଭିନୟରେ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ଶୋ’ରେ ନଜର ଆସିଥିଲେ। ପ୍ରାରମ୍ଭିକ ସମୟରେ ଛୋଟ ଛୋଟ ଚରିତ୍ରରୁ ସେ ଅଭିନୟ ଆରମ୍ଭ କରି ଆଜି ନାୟକ ସାଜିଛନ୍ତି। ୨୦୧୦ରେ ଫିଲ୍ମ ‘ମୋଦାଲସାଲା’ ଜରିଆରେ ପରିଚିତ ଚେହେରା ପାଲଟିଥିଲେ ସେ। ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଛନ୍ତି ସେ।

୨୦୧୮ରେ ରିଲିଜ ହୋଇଥିଲା ୟଶଙ୍କ ଅଭିନୀତ ଫିଲ୍ମ ‘କେଜିଏଫ୍‌’। ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ବଡ଼ ବଜେଟର ଏହି ବଡ଼ ଫିଲ୍ମ କନ୍ନଡ଼ ସିନେମାର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଥିଲା। ଏବେ ଏହାର ଦ୍ୱିତୀୟ ଭାଗ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ୟଶ ରାଧିକା ପଣ୍ଡିତଙ୍କୁ ବିବାହ କରିଛନ୍ତି। ସେ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ। ୨୦୧୬ରେ ବିବାହ ପରେ ସେ ଅଭିନୟ ଛାଡ଼ି ପରିବାରରେ ମନୋନିବେଶ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏବେ ଉଭୟଙ୍କର ଦୁଇଟି ସନ୍ତାନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri