କେ.ଜି. ପିଛା ୫୦ ଗ୍ରାମ୍‌

କାମାକ୍ଷାନଗର,୩୦ା୭(ସୁଧୀର ପରିଡ଼ା)ଗରିବଙ୍କୁ ମିଳୁଥିବା ଚାଉଳ ବିକ୍ରି ଟଙ୍କାରେ ହେବ ଗଁାର ବିକାଶ। ଏଥିଲାଗି ବାଧ୍ୟତାମୂଳକ ଭାବେ କିଲୋଗ୍ରାମ୍‌ ପିଛା କଟାଯାଉଛି ୫୦ ଗ୍ରାମ୍‌ ଚାଉଳ। ଢେଙ୍କାନାଳ ଜିଲା ଭୁବନ ବ୍ଲକ ଜିରାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଗ୍ରାମାଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ନିୟନ୍ତ୍ରଣ ରଖୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଅନ୍ୟପଟେ ହିତାଧିକାରୀଙ୍କ ଅଭିଯୋଗ ପରେ ଏହାକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଜିରାଳ ଗ୍ରାମସଭା ଜରିଆରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି। ଗ୍ରାମ ସଭାଘରେ ଖାଉଟି ଦ୍ରବ୍ୟ ମହଜୁଦ୍‌ ରଖାଯାଉଥିବାବେଳେ ସେଠାରୁ ପ୍ରାୟ ୧୨୪୦ ହିତାଧିକାରୀଙ୍କୁ ଚାଉଳ ବଣ୍ଟାଯାଇଥାଏ। ତଦନୁଯାୟୀ ଗୁରୁବାର ଓ ଶୁକ୍ରବାର ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ତେବେ ଦାୟିତ୍ୱରେ ଥିବା କ୍ୟାଶିୟର ପ୍ରକାଶ କୁମାର ଲେଙ୍କା କେଜି ପିଛା ୫୦ ଗ୍ରାମ ଚାଉଳ କମ୍‌ ଦେଇଥିଲେ। କେତେଜଣ ହିତାଧିକାରୀ ଏହାର ପ୍ରତିବାଦ କରିବା ପରେ ଗ୍ରାମସଭାର ନିଷ୍ପତ୍ତି ଅନୁଯାୟୀ ଗଁାର ଉନ୍ନତି ପାଇଁ ଚାଉଳ କଟାଯାଉଥିବା କହିଥିଲେ, ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ କ୍ୟାଶିୟର ଲେଙ୍କାଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ଏ ନେଇ ସଭାପତିଙ୍କୁ ପଚାରିବାକୁ କହି ଫୋନ୍‌ କାଟି ଦେଇଥିଲେ। ଗ୍ରାମ ସଭାପତି ଅର୍ଜୁନ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଏଭଳି କରାଯାଉଛି। ଏହାର ଲାଭାଂଶରୁ ଗ୍ରାମ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ କରାଯାଉଛି। ବ୍ଲକ ଯୋଗାଣ ନିରୀକ୍ଷିକା ସ୍ବର୍ଣ୍ଣଲତା ଜେନା କୁହନ୍ତି, ତାଙ୍କ ନିକଟକୁ ଅଭିଯୋଗ ଆସିଛି। ଏଭଳି କାର୍ଯ୍ୟକୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବନାହିଁ। କାର୍ଯ୍ୟାନୁଷ୍ଠାନ ନିଆଯିବ।
ଭୋକିଲାଙ୍କ ପେଟକୁ ସରକାର ଯୋଗାଇ ଦେଉଛନ୍ତି ଦାନା। ଗରିବ ପରିବାର ପାଇଁ ଆଶୀର୍ବାଦ ପାଲଟିଛି ଖାଦ୍ୟ ସୁରକ୍ଷା ଯୋଜନା। ହେଲେ ଏହା ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ପକାଇବାକୁ ପଛାଉନାହାନ୍ତି ଅନେକେ। ଗଁାର ବିକାଶ କାର୍ଯ୍ୟ ଆଳରେ ଜିରାଳରେ କିଲୋଗ୍ରାମ ପିଛା ୫୦ ଗ୍ରାମ୍‌ ଚାଉଳ କଟାଯିବା ଘଟଣା ଶିଳ୍ପ ଜିଲା ଢେଙ୍କାନାଳରେ ଆଲୋଡ଼ନ ସୃଷ୍ଟି କରିଛି। ଜିରାଳରେ ଏଭଳି ବେଆଇନ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଛି। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ କେହି ପାଟି ଖୋଲୁ ନ ଥିବା କେତେଜଣ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri