କେ.ଜି. ପିଛା ୫୦ ଗ୍ରାମ୍‌

କାମାକ୍ଷାନଗର,୩୦ା୭(ସୁଧୀର ପରିଡ଼ା)ଗରିବଙ୍କୁ ମିଳୁଥିବା ଚାଉଳ ବିକ୍ରି ଟଙ୍କାରେ ହେବ ଗଁାର ବିକାଶ। ଏଥିଲାଗି ବାଧ୍ୟତାମୂଳକ ଭାବେ କିଲୋଗ୍ରାମ୍‌ ପିଛା କଟାଯାଉଛି ୫୦ ଗ୍ରାମ୍‌ ଚାଉଳ। ଢେଙ୍କାନାଳ ଜିଲା ଭୁବନ ବ୍ଲକ ଜିରାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଗ୍ରାମାଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ନିୟନ୍ତ୍ରଣ ରଖୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଅନ୍ୟପଟେ ହିତାଧିକାରୀଙ୍କ ଅଭିଯୋଗ ପରେ ଏହାକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଜିରାଳ ଗ୍ରାମସଭା ଜରିଆରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି। ଗ୍ରାମ ସଭାଘରେ ଖାଉଟି ଦ୍ରବ୍ୟ ମହଜୁଦ୍‌ ରଖାଯାଉଥିବାବେଳେ ସେଠାରୁ ପ୍ରାୟ ୧୨୪୦ ହିତାଧିକାରୀଙ୍କୁ ଚାଉଳ ବଣ୍ଟାଯାଇଥାଏ। ତଦନୁଯାୟୀ ଗୁରୁବାର ଓ ଶୁକ୍ରବାର ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ତେବେ ଦାୟିତ୍ୱରେ ଥିବା କ୍ୟାଶିୟର ପ୍ରକାଶ କୁମାର ଲେଙ୍କା କେଜି ପିଛା ୫୦ ଗ୍ରାମ ଚାଉଳ କମ୍‌ ଦେଇଥିଲେ। କେତେଜଣ ହିତାଧିକାରୀ ଏହାର ପ୍ରତିବାଦ କରିବା ପରେ ଗ୍ରାମସଭାର ନିଷ୍ପତ୍ତି ଅନୁଯାୟୀ ଗଁାର ଉନ୍ନତି ପାଇଁ ଚାଉଳ କଟାଯାଉଥିବା କହିଥିଲେ, ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ କ୍ୟାଶିୟର ଲେଙ୍କାଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ଏ ନେଇ ସଭାପତିଙ୍କୁ ପଚାରିବାକୁ କହି ଫୋନ୍‌ କାଟି ଦେଇଥିଲେ। ଗ୍ରାମ ସଭାପତି ଅର୍ଜୁନ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଏଭଳି କରାଯାଉଛି। ଏହାର ଲାଭାଂଶରୁ ଗ୍ରାମ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ କରାଯାଉଛି। ବ୍ଲକ ଯୋଗାଣ ନିରୀକ୍ଷିକା ସ୍ବର୍ଣ୍ଣଲତା ଜେନା କୁହନ୍ତି, ତାଙ୍କ ନିକଟକୁ ଅଭିଯୋଗ ଆସିଛି। ଏଭଳି କାର୍ଯ୍ୟକୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବନାହିଁ। କାର୍ଯ୍ୟାନୁଷ୍ଠାନ ନିଆଯିବ।
ଭୋକିଲାଙ୍କ ପେଟକୁ ସରକାର ଯୋଗାଇ ଦେଉଛନ୍ତି ଦାନା। ଗରିବ ପରିବାର ପାଇଁ ଆଶୀର୍ବାଦ ପାଲଟିଛି ଖାଦ୍ୟ ସୁରକ୍ଷା ଯୋଜନା। ହେଲେ ଏହା ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ପକାଇବାକୁ ପଛାଉନାହାନ୍ତି ଅନେକେ। ଗଁାର ବିକାଶ କାର୍ଯ୍ୟ ଆଳରେ ଜିରାଳରେ କିଲୋଗ୍ରାମ ପିଛା ୫୦ ଗ୍ରାମ୍‌ ଚାଉଳ କଟାଯିବା ଘଟଣା ଶିଳ୍ପ ଜିଲା ଢେଙ୍କାନାଳରେ ଆଲୋଡ଼ନ ସୃଷ୍ଟି କରିଛି। ଜିରାଳରେ ଏଭଳି ବେଆଇନ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଛି। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ କେହି ପାଟି ଖୋଲୁ ନ ଥିବା କେତେଜଣ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri