ପାନୀୟ ଜଳ ପ୍ରକଳ୍ପର ଚାବି ଚୋରି, ଥାନାରେ ଏତଲା

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଜଳସଙ୍କଟ ମଧ୍ୟ ବଢ଼ିବାରେ ଲାଗିଛି। ସରକାର ଅର୍ଥ ବ୍ୟୟକରି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ପ୍ରତ୍ୟେକ ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତରେ ଥିବା ପାନୀୟ ଜଳ ପ୍ରକଳ୍ପରୁ କେତେଜଣ ଦୁର୍ବୃତ୍ତ ଲଗାଯାଇଥିବା ଚାବିକୁ ତାଡ଼ି ଚୋରିକରି ନେଇଯାଇଛନ୍ତି। ଫଳରେ ପଞ୍ଚାୟତର ୭ଟି ୱାର୍ଡର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବଡ଼ପଡ଼ା ସରପଞ୍ଚ ସୌଦାମିନୀ ସେଠୀ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀଯନ୍ତ୍ରୀ ଓ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଜଣାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଶୁକ୍ରବାର ସକାଳୁ କାଠିଆପଡ଼ା, ମିଇଁଜାଉଁଣି ଓ ବଡ଼ପଡ଼ା ଗ୍ରାମକୁ ପାଣି ନ ଆସିବାରୁ ଲୋକେ ସରପଞ୍ଚଙ୍କୁ ଫୋନ୍‌ କରି ଜଣାଇଥିଲେ। ସରପଞ୍ଚଙ୍କ ପ୍ରତିନିଧି ପାରେଶ୍ୱର ସେଠୀ ପାଣି ମୋଟର ଖରାପ ହୋଇଥିବ ଭାବି ପମ୍ପ୍‌ ହାଉସ ଯିବା ବାଟରେ ବାଇଦଣ୍ଡା ଛକ ପାଖରେ ଥିବା ପାଇପ୍‌ ଲାଇନ ଚାମ୍ବରରୁ ପାଣି ଅନର୍ଗଳ ବାହାରି ଯାଉଥିବା ଦେଖିବାକୁ ପାଇଥିଲେ। ସେଠାରେ ଲାଗିଥିବା ଚାବିକୁ କେହି ଦୁର୍ବୃତ୍ତ ଚୋରିକରି ନେବା ସହ ଅନ୍ୟ ଗୋଟିଏ ଚାବିକୁ ଭାଙ୍ଗି ଦେଇଛନ୍ତି। ଫଳରେ ୩ଟି ଗ୍ରାମର ୭ଟି ୱାର୍ଡ ଲୋକଙ୍କ ନିକଟକୁ ପାଣି ପହଞ୍ଚତ୍ପାରୁନାହିଁ। ପିଇବା ପାଣି ପାଇଁ ଲୋକେ ବିଭିନ୍ନ କୂଅ, ପୋଖରୀର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ଏ ନେଇ ସରପଞ୍ଚ ସେଠୀ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାସେ ପୂର୍ବରୁ ବଡ଼ପଡ଼ା ସୁଜନି କ୍ଲବ ପାଖରେ ପୋଖରୀକୁ ପାଣି ପୂରାଇବାକୁ କେତେଜଣ ଲୋକ ପାଇପ୍‌ କାଟି ଦେଇଥିବା ବେଳେ ୧୫ ଦିନ ହେବ ଧୋବଣୀ ଆଡ଼ି ନିକଟରେ ପାଇପ୍‌ କାଟି ଦେଇଥିଲେ। ସେଗୁଡ଼ିକ ମରାମତି କରାଯାଇ ପାଣି ଠିକ୍‌ ଭାବେ ଦିଆଯାଉଥିଲା ବୋଲି ସରପଞ୍ଚ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri