ନାରୀ ଶିକ୍ଷା ବିକାଶର ମୁଖ୍ୟ ଉପାଦାନ: ରାଷ୍ଟ୍ରପତି

ବାରିପଦା ଅଫିସ,୭।୫: ନାରୀ ଶିକ୍ଷା ଦେଶ ବିକାଶର ଏକ ମୁଖ୍ୟ ଉପାଦାନ। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ସଂଖ୍ୟାରେ ଶିକ୍ଷାଲାଭ କରୁଥିବା ବେଳେ ଝିଅମାନଙ୍କୁ ପ୍ରୋତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବିକାଶର ଲାଭ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚତ୍ବା ଦରକାର। ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଅନେକ ଲୋକଙ୍କ ପାଖରେ ବିକାଶ ବର୍ତ୍ତମାନ ସୁଦ୍ଧା ଅପହଞ୍ଚ। ସରକାର ଏହାକୁ ମିଶନ ମୋଡ୍‌ରେ ନେଇ ଆଗେଇ ଚାଲିଥିବା ବେଳେ ଏଥିରେ ସହଯୋଗ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ରାଷ୍ଟ୍ରପତି କହିଥିଲେ। ସେହିପରି ପ୍ରତିଯୋଗିତା ଜୀବନର ଏକ ଅବିଚ୍ଛେଦ ଅଙ୍ଗ। ଛାତ୍ରୀଛାତ୍ର ଆଗକୁ ବଢ଼ିବା ସମୟରେ ପଛକୁ ଚାହିଁବାକୁ ପଡ଼ିବ। ସମାଜର କେତେକ ବର୍ଗର ପିଲାମାନେ ପ୍ରତିଯୋଗିତାରେ ସକ୍ଷମ ହୋଇପାରୁନାହାନ୍ତି। ସାମାଜିକ, ଶୈଖିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ଛାତ୍ରୀଛାତ୍ରଙ୍କ ହାତ ଧରି ପ୍ରତିଯୋଗିତାରେ ସାମିଲ କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଥିଲେ।
ପ୍ରାରମ୍ଭରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ରାଷ୍ଟ୍ରପତି। ଓଡ଼ିଶା ଗଠନରେ ମହାରାଜାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ମୟୂରଭଞ୍ଜର ଝୁମର ଲୋକଗୀତ ଓ ଅନ୍ୟାନ୍ୟ ଆଦିବାସୀ ନୃତ୍ୟ, ସଙ୍ଗୀତର ଆକର୍ଷଣ ଖୁବ୍‌ ନିଆରା ବୋଲି ଉଲ୍ଲେଖ କରିଥିଲେ। ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିବା ଶିମିଳିପାଳ ଅଭୟାରଣ୍ୟ ଜୈବ ବିବିଧତା ଦୃଷ୍ଟିରୁ ପୃଥିବୀ ଭୂଗୋଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଧ୍ୟାପିକା, ଅଧ୍ୟାପକମାନେ ଉଚ୍ଚତର ଗବେଷଣା ମାଧ୍ୟମରେ ଏଠାରେ ବସବାସ କରୁଥିବା ବନ୍ୟପ୍ରାଣୀ ଓ ବୃକ୍ଷଲତାର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।
ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଡ.ଗଣେଶୀ ଲାଲଙ୍କ ପୌରୋହିତ୍ୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପ୍ରାଣୀ ସମ୍ପଦ ବିକାଶ, ପଞ୍ଚାୟତିରାଜ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ। ଏହି ଅବସରରେ ଖ୍ୟାତନାମା କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀ, ଝୁମର ଗବେଷିକା ଡ. ବୀଣାପାଣି ମହାନ୍ତ, ରାଜଯୋଗିନୀ ବ୍ରହ୍ମାକୁମାରୀ କମଳେଶ, ସାନ୍ତାଳୀ ସାହିତି୍ୟକ ଅର୍ଜୁନ ଚରଣ ହେମ୍ବ୍ରମଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଏବଂ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଦାସଙ୍କୁ ସମ୍ମାନସୂଚକ ଡିଏସ୍‌ସି ପ୍ରଦାନ କରାଯାଇଥିଲା। ୯୦ ଜଣଙ୍କୁ ପିଏଚ୍‌.ଡି. ଡିଗ୍ରୀ ଓ ୩୪ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, କୁଳସଚିବ ସହଦେବ ସମାଧିଆ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ସିଣ୍ଡିକେଟ ଓ ଏକାଡେମିକ କାଉନସିଲ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri