୨୦୨୫ରେ ଏହି ୩ ରାଶିର ଚମକିବ ଭାଗ୍ୟ, ଆପଣ ନାହାନ୍ତି ତ…

ଜ୍ୟୋତିଷଶାସ୍ତ୍ରରେ କେତୁ ଗ୍ରହକୁ ମୋକ୍ଷ ଏବଂ ଆଧ୍ୟାତ୍ମର କାରକ ବୋଲି କୁହାଯାଏ। ଏହାକୁ ପାପ ଗ୍ରହ କୁହାଯାଉଥିଲେ ହେଁ ଏହାର କିଛି ଗୁଣ ବୃହସ୍ପତିଙ୍କ ସହ ମେଳ ଖାଏ। ଆସନ୍ତାବର୍ଷ ମେ’ ୧୮ରେ କେତୁ ଗ୍ରହ କନ୍ୟା ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ପରେ ଓଲଟା ଚଳନରେ ସିଂହ ରାଶିରେ ଗୋଚର କରିବେ। ଏହି ରାଶି ପରିବର୍ତ୍ତନ ଯୋଗୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ। ନୂଆ ବର୍ଷରେ ଏମାନଙ୍କୁ ଭାଗ୍ୟର ସାଥ୍‌ ମିଳିବ ଆସନ୍ତୁ ଜାଣିବା:

ମିଥୁନ ରାଶି: କେତୁ ଗୋଚର ଯୋଗୁ ମିଥୁନ ରାଶି ପାଇଁ ୨୦୨୫ ଭଲ ସୁଯୋଗ ନେଇ ଆସିବ। ଏହି ସମୟରେ ଆପଣଙ୍କୁ ଅଚାନକ ଟଙ୍କା ମିଳିପାରେ। ଆମଦାନୀର ନୂଆ ସ୍ରୋତ ସୃଷ୍ଟି ହେବ। ଆପଣଙ୍କ ଆତ୍ମବିଶ୍ୱାସ ମଜଭୂତ ହେବ, ଯାହାଦ୍ୱାରା ଆପଣ ପ୍ରତିଟି କାମରେ ଭଲ ପ୍ରଦର୍ଶନ କରିବେ। ପରିବାରରେ କୌଣସି ଭଲ ଖବର ଯୋଗୁ ଖୁସିର ବାତାବରଣ ରହିବ। ନିଜର କଥା ଏବଂ ତର୍କ ଯୋଗୁ ସମାଜରେ ପରିଚୟ ବଢ଼ିବ। ଚାକିରିଆଙ୍କୁ ଲାଭ ମିଳିବ।

ବିଛା ରାଶି: କେତୁ ଗୋଚର ଯୋଗୁ ବିଛା ରାଶି ଜାତକଧାରୀଙ୍କ କ୍ୟାରିୟର ଏବଂ ଚାକିରିରେ ଭଲ ପ୍ରଭାବ ପଡ଼ିବ। ଅଫିସରେ ପରିଶ୍ରମ ଯୋଗୁ ପ୍ରଶଂସିତ ହେବେ। ବିଦେଶ ଯାତ୍ରାର ସୁଯୋଗ ରହିଛି। କିଛି ଲୋକଙ୍କୁ ବିଦେଶରେ ଚାକିରିର ଯୋଗ ରହିଛି। ଚାକିରି ଖୋଜୁଥିଲେ ଏହି ସମୟରେ ଭଲ ସୁଯୋଗ ମିଳିବ। ସଞ୍ଚୟ ଖାତାରେ ଟଙ୍କା ବଢ଼ଇବ। କ୍ୟାରିୟରରେ ଭଲ ପରିଣାମ ମିଳିବ।

ଧନୁ ରାଶି: କେତୁ ଗୋଚର ଯୋଗୁ ଧନୁ ରାଶିର ଲୋକେ ଧର୍ମକର୍ମରେ ରୁଚି ରଖିବେ। ଟଙ୍କା ପଇସାର ଅଭାବ ରହିବ ନାହିଁ। ବାପାଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ୨୦୨୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଚାକିରି କରିଥିଲେ ପ୍ରମୋଶନ ହୋଇପାରେ। ବୈବାହିକ ଜୀବନରେ ଚାଲୁଥିବା ଅସୁବିଧା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri