ଅବ୍ୟବସ୍ଥାରେ କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସ

କେସିଙ୍ଗା,୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୋଷ୍ଟ ଅଫିସ ଦିନକୁ ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଓ ଅବହେଳା ଯୋଗୁ ଅବ୍ୟବସ୍ଥା ଲାଗି ରହିଛି। ମାସକୁ ୧୦ ଦିନ ଲିଙ୍କ ରହୁ ନ ଥିବାରୁ କାମରେ ବ୍ୟାଘାତ ସୃଷ୍ଟି ଦେଖାଯାଉଛି। କୌଣସି କାରଣରୁ ବିଦ୍ୟୁତ୍‌ ଗଲେ କାମ ବନ୍ଦ ହୋଇଯାଉଛି। ଅଫିସ ପରିସରରେ ଥିବା ୩ଟି ଷ୍ଟାଫ ଘର କାମକୁ ଆସୁନି। ୧୦ ବର୍ଷରୁ ଅଧିକ ହେଲା ଖାଲି ପଡ଼ିବାରୁ ଘରଗୁଡ଼ିକ ପାଲଟିଛି ଭୁତ କୋଠୀ। ପାଣିର ସୁବିଧା ନ ଥିବାରୁ କୌଣସି ଷ୍ଟାଫ ରହୁନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ୨ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟାଫ ଘରଗୁଡ଼ିକୁ ମରାମତି କରାଯାଇଥିଲା। ଗ୍ରାହକମାନଙ୍କ ପାଇଁ ଶୌଚାଳୟ ଗୋଟିଏ ନାହିଁ। ପାଇପ ପାଇଁ ପାଣିର କୌଣସି ସୁବିଧା ନାହିଁ। ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଗତ ଦୁଇ ମାସ ତଳେ ଡାକ ବିଭାଗର ସୁପରିଟେଣ୍ଟଣ୍ଡେଣ୍ଟ କେସିଙ୍ଗା ମୁଖ୍ୟ ଡାକଘର ପରିଦର୍ଶନ ଆସିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏହି ସବୁ ବିଷୟ ଉପରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୋଷ୍ଟ ଅଫିସ ଭିତରେ ଥିବା ଗୋଟିଏ କୁଅ ରକ୍ଷଣବେକ୍ଷଣ ଅଭାବରୁ ଅନୁପଯୋଗୀ ହୋଇଯାଇଛି। ୩ ବର୍ଷରୁ ଅଧିକ ହେଲା ବାହାରେ ଜେନେରେଟର ପଡ଼ି ଉଈ ଖାଇଲାଣି। ଟଙ୍କା ଗଣିବା ମେଶିନ ପୁରୁଣା ହୋଇଯାଇଥିବାରୁ ବହୁତ ଅସୁବିଧା ହେବା ସହ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଖାତା ପ୍ରିଣ୍ଟ ହେଇ ପାରୁନାହିଁ ବୋଲି ଅଭିଯୋଗ ଆସୁଛି। ଏମିତି ଅନେକ ସମସ୍ୟା କେସିଙ୍ଗା ପୋଷ୍ଟ ଅଫିସରେ ଦେଖିବାକୁ ମିଳୁଛି। କେସିଙ୍ଗାରେ ଥିବା ଡାକ ଇନ୍ସପେକ୍ଟର ସିଂବାବୁଙ୍କୁ ପଚାରିଲେ ମୁଁ ପୋଷ୍ଟାଲ ସୁପରିଟେଣ୍ଟଣ୍ଡେଣ୍ଟଙ୍କୁ ଜଣାଇ ଦେଇଛି ବୋଲି କହି କଥାକୁ ଆଡାଇ ଦେଇଛନ୍ତି। ଅତିଶୀଘ୍ର କେସିଙ୍ଗା ପୋଷ୍ଟ ଅଫିସ ସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri