ବିଭିନ୍ନ ସମସ୍ୟାର ସମାଧାନ ନେଇ କେସିଙ୍ଗା ସିଟିଜେନ୍ସ ଫୋରମ୍‌ର ଦାବି

କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ୍ସ ଫୋରମର ସଭାପତି ଡ.ହେମସାଗର ସାହୁଙ୍କ ନେତୃତ୍ୱରେ କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଏକ ଖବରଦାତା ସମ୍ମିଳନୀ ସରକାରୀ ବିଦ୍ୟାପୀଠର ସଭାଗୃହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗାର ମୁଖ୍ୟ ସମସ୍ୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁସାରେ ଡାକ୍ତର ନିଯୁକ୍ତି, କେସିଙ୍ଗାରୁ ଭୁବନେଶ୍ୱର ଏକ ଟ୍ରେନ ଚଳାଚଳ, ହାଓ୍ବଡା ଇସ୍ପାତ ଟ୍ରେନ୍‌କୁ ଟିଟିଲାଗଡ଼ରୁ କେସିଙ୍ଗା ଯାଏ ସମ୍ପ୍ରସାରଣ, ନିର୍ମାଣାଧୀନ ଓଭର ବ୍ରିଜ୍‌କୁ ଜୋଲକୋ ଯାଏ ସମ୍ପ୍ରସାରଣ କରିବା, କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା, ଧର୍ମଗଡ଼ଠାରୁ କେସିଙ୍ଗା ରେଳ ଷ୍ଟେଶନକୁ ବନ୍ଦେ ଭାରତ ଟ୍ରେନକୁ ସଂଯୋଗ କରିବା ପାଇଁ ଏକ ବସ୍‌ ସେବା ଯୋଗାଇବା, ଆଦର୍ଶ ବିଦ୍ୟାଳୟକୁ ପକ୍କା ରାସ୍ତା ନିର୍ମାଣ, କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ଗ୍ରାମସ୍ଥିତ ଯୋଗମାୟା ପୀଠ ଓ ଦେବ ଗୁମ୍ଫାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦିଆଯିବା, କାଣ୍ଡେଲ ରୋଡ଼ ଷ୍ଟେଶନରେ ଦୁଇ ମିନିଟ୍‌ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ୍‌ ରହଣି ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଆ ଯାଇଥିବା ବିଭିନ୍ନ ଦାବି ବିଷୟରେ ଆଲୋଚନା କରାଯାଇଥିଲା।
ଏଥିରେ ସିଟିଜେନ୍‌ ଫୋରମ୍‌ର ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରି ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ଅନୁଷ୍ଠାନର ଉପସଭାପତି ବିନାୟକ ପ୍ରକାଶ ନାଏକଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri