ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟା ହେଉଛି ନିର୍ମାଣ ଶ୍ରମିକ। ଏଣୁ ସରକାର ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ଓ କଲ୍ୟାଣ ପାଣ୍ଠି ବ୍ୟବସ୍ଥା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ସରକାରଙ୍କ ୧୦୦ ଦିନ ପାଳନ ଅବସରରେ କେନ୍ଦୁଝରରେ ଏଭଳି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଚେକ୍ ପ୍ରଦାନ କରାଯାଇଥିଲେ ହେଁ ସେମାନଙ୍କୁ ଅଦ୍ୟାବଧି ସହାୟତା ରାଶି ମିଳି ପାରି ନ ଥିବାରୁ ବହୁ ଅସୁବିଧାରେ ରହୁଛନ୍ତି।

ଧାର କରଜ କରି ଶୁଦ୍ଧି କାର୍ଯ୍ୟ କରିଥିବା ପାରିବାର ମାନେ ଅଦ୍ୟାବଧି ମୃତ୍ୟୁ କାଳୀନ ସହାୟତା ରାଶି ପାଇ ପାରି ନାହାଁନ୍ତି। ଫଳରେ ଅସନ୍ତୋଷ ବଢୁଛି। ଏଭଳି ବାଂଶପାଳ ବ୍ଲକ ଦ୍ୱାରଶୁଣି ଗ୍ରାମର ବୁଧୂରାମ ମାଝୀ ୨୦୨୦ ମସିହାରୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ଅର୍ଥ ଆବେଦନ କରି ଥିଲେ ହେଁ ପାଇ ପାରିନାହାଁନ୍ତି। ସେ ୩/୧୧/୨୦୧୬ ରେ ମୃତ୍ୟୁ ବରଣ କରିଥିଲେ। ସେହିପରି ସଦର ବ୍ଲକ ପୁଟୁଳିଆ, ପଦ୍ମପୁର, ଗ୍ରାମର କୁଲୁ ଦାସ, ତେଲକୋଇ ବ୍ଲକ କନ୍ତଲେଇ ଗ୍ରାମର ଅନନ୍ତ କୁମାର ପାତ୍ର, ଝୁମ୍ପୁରା ବ୍ଲକର କେନ୍ଦୁଆ ଗ୍ରାମର ବାବୁରାମ ମୁଣ୍ଡା ସମେତ ସହାୟତା ପାଇ ପାରି ନ ଥିବା ଅଭିଯୋଗ ହେଉଛି। ଅନନ୍ତଙ୍କ ନାବାଳକ ପୁଅ ନୋମିନି ଥିବା ହେତୁ ଶ୍ରମ କାର୍ଯ୍ୟାଳୟ ତାର ସହାୟତାକୁ ପ୍ରଦାନ କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାକୁ କୁହା ଯାଉଛି କି ତୋ ପୁଅକୁ ୧୮ ବର୍ଷ ହେଲେ ତୁ ସହାୟତା ପାଇବୁ, ଯାହାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। କେବଳ ମୃତ୍ୟୁ କାଳୀନ ସହାୟତା ନୁହଁ ବିବାହ ସହାୟତାରେ ମଧ୍ୟ ରେ ସମାନ ପ୍ରକାର ବୈମାତୃକ ମନୋଭାବ ଶ୍ରମ ବିଭାଗ ପୋଷଣ କରୁଥିବା ଅଭିଯୋଗ ହେଉଛି।

ସେହିପରି କେତେକ ଶ୍ରମିକ ବିବାହ ସହାୟତା ଦୀର୍ଘ ବର୍ଷରୁ ଆବେଦନ କରିଥିଲେ ମଧ୍ୟ ଚାତକ ସଦୃଶ ଅପେକ୍ଷା କରିରହିଛନ୍ତି । ସେମାନେ ହେଲେ ତେଲକୋଇ ବ୍ଲକର ବିଂଞ୍ଝବାହାଳ ଗ୍ରାମର ଦାମୋଦର ଯେନା, (ସେ ୯.୧୨.୨୦୨୩ ରେ ଆବେଦନ କରିଛନ୍ତି), ଉକ୍ତ ଗ୍ରାମର ସୁକାନ୍ତି ନାୟକ ( ଆବେଦନର ତାରିଖ ୨୭.୦୫.୨୦୨୩), ପାଟଣା ବ୍ଲକ ର ଖଜୁରିପୋଷି ଗ୍ରାମର କନକ ମହାନ୍ତ (ଆବେଦନର ବର୍ଷ ୨୦୨୧), କେନ୍ଦୁଆ ଗ୍ରାମର ଭାମା ମହାନ୍ତ, (ଆବେଦନର ବର୍ଷ ୨୦୨୧), ଚମ୍ପୁଆ ବ୍ଲକର ରାଣିପୁର ଗ୍ରାମର ଦୁଃଖିନୀ ନାୟକ(ଆବେଦନର ବର୍ଷ ୨୦୨୧), ପାଟଣା ବ୍ଲକର ବଡ଼ଗମ୍ଭାରିଆ ଗ୍ରାମର ରାଇମାନି ମୁଣ୍ଡା (ଆବେଦନର ବର୍ଷ ୨୦୨୧, ଉକ୍ତ ବ୍ଲକର ରାଧିକା ପାତ୍ର ( ଆବେଦନର ବର୍ଷ ୨୦୨୧)।

ଏହି ନିର୍ମାଣ ଶ୍ରମିକ ଯେଉଁମାନେ କି ନିଜର ମୂଲ୍ୟବାନ ସମୟ ଦେଇ ବାରମ୍ବାର ଶ୍ରମକର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାସହ ନିଜର ଅଧିକାରରୁ ବଞ୍ଚିତ ହଉଛନ୍ତି। ତେବେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଦଉଡି ଖର୍ଚ୍ଚାନ୍ତ ନ ହବାକୁ ସରକାର ୦୧.୦୫.୨୦୧୭ ରିଖ ଠାରୁ ସମ୍ପୂର୍ଣ ପ୍ରକ୍ରିୟାକୁ ଅନଲାଇନ୍ କରିଛନ୍ତି । ଏହା ସତ୍ତ୍ଵେ ଶ୍ରମିକ ଓ ସେମାନଙ୍କ ପରିବାର ବାରମ୍ବାର ଶ୍ରମ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାପରେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। ଏହା ସତ୍ତ୍ଵେ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ସବୁ ପରେ ବି ଶ୍ରମିକ ର ହାତ ଖାଲି ରହିବା ଶ୍ରମିକ ମହଲରେ କ୍ଷୋଭ ପ୍ରକାଶ ପାଉଛି ବୋଲି କଂଗ୍ରେସ ର ବରିଷ୍ଠ ନେତା ଇଂ ବିନୋଦ ନାୟକ କହିଛନ୍ତି। ଯଦି ଉପରୋକ୍ତ ଘଟଣାକୁ ଗୁରୁତର ସହ ବିଚାରକୁ ନ ନିଆ ଯାଏ ତେବେ ଆଗାମୀ ଦିନରେ ଶ୍ରମିକ ମନରେ କୁହୁଳୁଥିବା ଅସେନ୍ତାଷ ଗଣ ଆନ୍ଦୋଳନ ର ରୂପ ନେବ ବୋଲି ଶ୍ରମିକ ସଂଗଠନ ମାନେ କହିଛନ୍ତି। ଏ ନେଇ ଜିଲା ଶ୍ରମ ଅଧିକାରୀ କହିଛନ୍ତି ଯେ ଶ୍ରମିକ ମାନଙ୍କ ସମସ୍ୟାକୁ ଗୁରୁତ୍ଵ ଦିଆଯାଉଛି। ସେମାନେ କିଭଳି ତାଙ୍କର ପ୍ରାପ୍ୟ ପାଇବେ ସେ ନେଇ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri