କେନ୍ଦୁଝର ପାଲଟିଛି ଅଘୋଷିତ ହାତୀ ସଫାରି

କେନ୍ଦୁଝର,୧୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)ହାତୀପଲ ଜଙ୍ଗଲରୁ ବାହାରି ଗାଁ ଗହଳିରେ ବୁଲୁଛନ୍ତି। ଅବାଧରେ ରାସ୍ତା ପାର ହେଉଛନ୍ତି। ଫସଲ ନଷ୍ଟ କରୁଛନ୍ତି, ଘର ଭାଙ୍ଗୁଛନ୍ତି। ଏହା କେନ୍ଦୁଝର ଜିଲାରେ ନିତିଦିନିଆ ଘଟଣା ପାଲଟିଲାଣିା ଅପରପକ୍ଷେ ହାତୀ ଘଉଡ଼ାଇବା, ରାସ୍ତାପାର ହେଲାବେଳେ ହାତୀପଲ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଗାଁ, ରାଜପଥରେ ବର୍ଷତମାମ ହାତୀ ବୁଲୁଥିବାରୁ କେନ୍ଦୁଝର ଜିଲା ଏକ ମୁକ୍ତାକାଶ ହାତୀ ସଫାରିର ଭ୍ରମ ସୃଷ୍ଟି କରୁଛି।
ଯେ, ଜିଲାରେ ପାଖାପାଖି ଦେଢ଼ଶହ ହାତୀ ବିଭିନ୍ନ ଅଞ୍ଚଳରେ ପଲ ହୋଇ ବୁଲୁଛନ୍ତି। ଧନ ଜୀବନର ସୁରକ୍ଷା ପାଇଁ ଗ୍ରାମବାସୀ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମ ଓ ଜଙ୍ଗଲକୁ ଘଉଡ଼ାଇଥାନ୍ତି। ଏହି ସମୟରେ ହାତୀପଲଙ୍କ ଦୌଡ଼ିବା ଦୃଶ୍ୟକୁ ଦୂରରୁ ଅନେକେ ଉପଭୋଗ କରିଥାନ୍ତି। ଅନେକ ଫଟୋ, ଭିଡ଼ିଓ କରି ଏବଂ କେତେ ଜଣ ଦୂରରୁ ହାତୀ ସହ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ବିଶେଷ କରି ପଲରେ ଥିବା ଛୁଆହାତୀ ଅନେକଙ୍କ ପାଇଁ ଆକର୍ଷଣ ପାଲଟିଥାଏ। ବନ ବିଭାଗ ହାତୀ ଚଳପ୍ରଚଳ ଉପରେ ନଜର ରଖି ସମସ୍ତଙ୍କୁ ସଜାଗ କରିବାକୁ ଚେଷ୍ଟା କରୁଛି। ମାତ୍ର ବିଭିନ୍ନ ସମୟରେ ଲୋକେ ହାତୀପଲ ପାଖକୁ ଯାଇ ହଇରାଣ କରି ମଜା ନେଇ ବିପଦକୁ ଡାକୁଛନ୍ତି, ଯାହାକୁ ନେଇ ବନ ବିଭାଗ ଚିନ୍ତା ବ୍ୟକ୍ତ କରିଛି। ଅନ୍ୟପକ୍ଷେ ଚାଷୀ ଓ ସାଧାରଣ ଲୋକ ହାତୀ ଉପଦ୍ରବରେ କ୍ଷତି ସହୁଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀ ତଥା ମଇଦାନକେଲ ସରପଞ୍ଚ ଭାଗୀରଥି ସିଂ କହିଛନ୍ତି, ସଦର ବ୍ଲକ୍‌ରେ ହାତୀ ଉପଦ୍ରବ ଯୋଗୁ ବହୁ ଫସଲ ନଷ୍ଟ ହୋଇଛି। ଠିକ୍‌ ଆକଳନ କରାଯାଉ ନ ଥିବାରୁ ଉଚିତ ମୂଲ୍ୟ ମିଳୁନି। ଅତିରିକ୍ତ ବନ ସଂରକ୍ଷକ ଅଶୋକ ଦାସ କହିଛନ୍ତି, ହାତୀପଲ ପାଖକୁ ନ ଯିବାକୁ, ସେମାନଙ୍କୁ ଆଘାତ ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଅଘଟଣ ରୋକିବା ପାଇଁ ହାତୀ ଗତିବିଧି ନିରୀକ୍ଷଣ କରାଯାଉଥିବା ସେ କହିଛନ୍ତି। ପୂର୍ବରୁ ହାତୀ ଦେଖିବାକୁ ନନ୍ଦନକାନନ ଯିବାକୁ ପଡୁଥିଲା। ଆଜିକାଲି ହାତୀଙ୍କୁ ରାସ୍ତାରେ ଦେଖି ମଜା ଲାଗୁଛି ବୋଲି କୁହନ୍ତି ପଦ୍ମପୁରର ଦୁର୍ଯ୍ୟୋଧନ ପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri