Categories: ବାଣିଜ୍ୟ

କେନ୍‌ଷ୍ଟାରର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୩।୩ (ଅଭୟ ଦାଶ): ଦେଶର ପ୍ରମୁଖ ଗୃହୋପଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ତଥା କେନ୍‌ଷ୍ଟାରର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ମାସିକିଆ ସ୍ବତନ୍ତ୍ର ଅଭିଯାନ ‘କ୍ୟାମ୍ପନିଂ ଭ୍ୟାନ୍‌’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ପକ୍ଷରୁ ୨ଟି ପ୍ରଦର୍ଶନୀଭିତ୍ତିକ ଭ୍ୟାନ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଉକ୍ତ ଭ୍ୟାନ୍‌ରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ‘କୁଲର ଏବଂ ଓ୍ବାଶିଂ ମେଶିନ’ ସଂଯୋଗ ହୋଇଛି। ଏହା ଉଭୟ କମ୍ପାନୀର ଆଭିମୁଖ୍ୟ ଓ ଉତ୍ପାଦକୁ ପ୍ରଦର୍ଶିତ କରାଇବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଭୁବନେଶ୍ୱରର ଶହୀଦନଗର ଏବଂ ପଟିଆଠାରେ ଏକ ସ୍ବତନ୍ତ୍ର ଶୁଭାରମ୍ଭ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ କେନ୍‌ଷ୍ଟାରର ଆଞ୍ଚଳିକ ମୁଖ୍ୟ (ଇଷ୍ଟ) ଚିତ୍ତରଞ୍ଜନ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍‌ଷ୍ଟାର ଓଡ଼ିଶା ୟୁନିଟ୍‌ର ଶାଖା ପରିଚାଳକ (ବିଏମ୍‌) ରଞ୍ଜନ ପରିଡାଙ୍କ ସମେତ ବ୍ରାଣ୍ଡ୍‌ ପାର୍ଟନର ଶ୍ୟାମ ଅଗ୍ରଓ୍ବାଲ, ସନ୍ତୋଷ କୁମାର ସାହୁ, ନିବାସ ମହାପାତ୍ର ଏବଂ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଏହି ଅଭିଯାନ ୨୦୨୪ ଏପ୍ରିଲ ୨୦ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଜାରି ରହିବ। ବିଶେଷ କରି କମ୍ପାନୀର ୨ଟି ସ୍ବତନ୍ତ୍ର ଭ୍ୟାନ୍‌ରେ ବ୍ରାଣ୍ଡ୍‌ର କୁଲର ଏବଂ ଓ୍ବାଶିଂ ମେଶିନ ସୁଜ୍ଜିତ ହୋଇ ରହିଥିବାବେଳେ ଉକ୍ତ ଭ୍ୟାନ୍‌ ୩୦ ଦିନରେ ୩୦ ଜିଲାର ପ୍ରମୁଖ ବଜାର, ଜନଗହିଳପୂର୍ଣ୍ଣ ଅଞ୍ଚଳ ସହିତ କମ୍ପାନୀର ଡିଷ୍ଟ୍ରିବ୍ୟୁଟର୍ସ ଓ ରିଟେଲ ଆଉଟ୍‌ଲେଟ ଦେଇ ଅତିକ୍ରମ କରିବ। ଏପରିକି କମ୍ପାନୀର ଅଭିଜ୍ଞ କର୍ମଚାରୀମାନେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଇବା ସହ ଉତ୍ପାଦର ଗୁଣବତ୍ତା ଓ ସୁବିଧା ଆଦି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ।

Share