କେନ୍ଦ୍ରାପଡ଼ା ସହର ମାଷ୍ଟର ପ୍ଲାନ୍‌କୁ ଅପେକ୍ଷା କରିଛି

କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଶାସକ ଦଳ ପକ୍ଷରୁ ବିଳମ୍ବିତ ହୋଇଥିବା ପ୍ରକଳ୍ପକୁ ସାରିବାକୁ ତତ୍ପରତା ପ୍ରକାଶ ପାଉଛି। ଏହିକ୍ରମରେ ସହରର ମୁଖ୍ୟସ୍ଥଳ ତିନିମୁହାଣୀ ଛକରେ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତର ସ୍ମୃତି ପାଇଁ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପୂର୍ତ୍ତ ବିଭାଗ ତପତ୍ର ହୋଇପଡ଼ିଛି। ନିକଟରେ ଥିବା ଚାକୁଣ୍ଡା ଗଛ ଡାଳକଟା ହେବା ଓ ସେହି ସ୍ଥାନର ପରିଷ୍କାର ପରିଚ୍ଛନ୍ନ କରାଯାଉଛି। ମାତ୍ର ତିନିମୁହାଣୀ ପରି ବ୍ୟସ୍ତବହୁଳ ଛକରେ ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିରୋଧ ଆରମ୍ଭ ହେଲାଣି। ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳର କୌଣସି ମାଷ୍ଟର ପ୍ଲାନ୍‌ ନ ଥିବାରୁ ମନମୁଖି ପ୍ରକଳ୍ପ ନିର୍ମାଣ ଓ ଜବରଦଖଲ ସହରକୁ ସଙ୍କୁଚିତ କରୁଛି। ଫଳରେ ଜଳ ନିଷ୍କାସନ ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିପରି ଐତିହ୍ୟ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମ ସ୍ଥାପନ କରାଯିବାକୁ ସହରରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ସହରର ଚିତ୍ତରଞ୍ଜନ ସାହୁ, ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ଅସୀତ କୁମାର ମହାପାତ୍ର, କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ବିଶ୍ୱବାସୀଙ୍କ ଆକର୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ସେହିପରି ରାଜ୍ୟର ଏକମାତ୍ର ଜିଓ ଟିଉବୱାଲ, ହୁକିଟୋଲାଠାରୁ ଆରମ୍ଭ କରି ସହର ମଧ୍ୟରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଅଛି। ପ୍ରଚାର ପ୍ରସାର ପରେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। କେନ୍ଦ୍ରାପଡ଼ା ସହର ଏହାର ମଧ୍ୟସ୍ଥଳରେ ଥିବା ବେଳେ ସହରବାସୀଙ୍କ ସଂଖ୍ୟା ଇତିମଧ୍ୟରେ ପ୍ରାୟ ୮୦ ହଜାର ହୋଇଛି। ଆଗାମୀ ଦିନରେ ସହରର ପରିସୀମା ବୃଦ୍ଧିର ପ୍ରସ୍ତାବ ରହିଛି। କୌଣସି ଅଞ୍ଚଳର ବିକାଶ ପାଇଁ ଚିନ୍ତା କଲେ ଆଗାମୀ ୫୦ରୁ ୧୦୦ ବର୍ଷର ସମ୍ଭାବନା ଏଥିରେ ସାମିଲ ଥାଏ। ଏହାକୁ ଦୃଷ୍ଟିରେ ରଖି ରାସ୍ତାଠାରୁ ଜଳ ନିଷ୍କାସନ, ରାତ୍ରିକାଳୀନ ରହଣିଠାରୁ ଭେଣ୍ଡିଂ ଜୋନର ଅବସ୍ଥିତି ପ୍ରତି ସଚେତନ ହେବାକୁ ପଡ଼ିବ। ତେବେ ଗତ ୨୪ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କାର୍ଯ୍ୟାଳୟ ଏକ ସାଇନବୋର୍ଡ ମଧ୍ୟରେ ରହିଛି। ପ୍ରକଳ୍ପର ଅନୁମୋଦନ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଜିଲାର ବ୍ୟସ୍ତବହୁଳ ତିନିମୁହାଣୀ ଛକ ଏବେ ଟ୍ରାଫିକ ସମସ୍ୟାରେ ଅଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ସହ ସହର ମଧ୍ୟକୁ ଏହା ସଂଯୋଗସ୍ଥଳ। ଛକକୁ ଅଧିକ ପ୍ରଶସ୍ଥ ଓ ଯାତାୟାତ ପାଇଁ ଏହାର ସମ୍ପ୍ରସାରଣ ଜରୁରୀ ହୋଇପଡ଼ିଛି। ଏଥିପାଇଁ ନିକଟରେ ଥିବା ଚଟିପୋଲଠାରୁ ନୂତନ ରାସ୍ତା ନିର୍ମାଣାଧୀନ ଅଛି। ତେବେ ତିନିମୁହାଣୀ ଛକରେ ଏକାଧିକ ପ୍ରକଳ୍ପ ଟ୍ରାଫିକ ସମସ୍ୟାକୁ ଉତ୍କଟ କରିଛି। ଏଠାରେ କିଛିଦିନ ହେବ ଗାନ୍ଧୀ ସ୍ମୃୃତି ନାମରେ ଏକ ପିଣ୍ଡି ନିର୍ମାଣ ହୋଇଛି। ସେହିପରି ଶୌଚାଳୟ ଓ ଆଇ ଲଭ କେନ୍ଦ୍ରାପଡ଼ା ପ୍ରତୀକ ରହିଥିବାରୁ ରାସ୍ତା ଉପରେ ବାଇକ୍‌ଠାରୁ ଅଟୋର ଭିଡ଼ ଜମୁଛି। ସହରର ପ୍ରବେଶ ପଥରେ ଭେଣ୍ଡିଂ ଜୋନ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ଏଠାରେ ଥିବା ଗେଟର ପ୍ରାସଙ୍ଗିକତା ଏବେ ପ୍ରଶ୍ନବାଚୀ ସଷ୍ଟି କରିଛି। ତିନିମୁହାଣୀ ଛକ ନିକଟରେ ଥିବା ଇଣ୍ଡଷ୍ଟ୍ରିଆଲ ଏରିଆରେ ଭେଣ୍ଡି ଜୋନଠାରୁ ଆରମ୍ଭ କରି ଶୌଚାଳୟ, ଗାନ୍ଧି ସ୍ମୃତି ପୀଠ, ଐତିହ୍ୟ ମ୍ୟୁଜିୟମ ଆଦି ହୋଇପାରିଥାନ୍ତା। ଫଳରେ ଆଗାମୀ ଦିନରେ ସହରର ଯାତାୟାତ ସହିତ ସୌନ୍ଦର୍ଯ୍ୟ ପ୍ରଦାନ କ୍ଷେତ୍ରରେ ଏହାର ଭାଗୀଦାରି ରହନ୍ତା। ଜିଲାର କୃଷି ପରି ପର୍ଯ୍ୟଟନ ଶିଳ୍ପ ଆର୍ଥିକ ଉନ୍ନତି ଆଣିପାରିବ। ଏଥିସହ ନିକଟରେ ଆଖଡ଼ାଶାଳି ବନ୍ଦର, ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି। ଏସବୁରେ ସହରର ଭୂମିକା କମ୍‌ ନୁହେଁ। ସହର ମଧ୍ୟରେ ଥିବା ଯାତ୍ରୀ ନିବାସ, ରାତ୍ର ରହଣୀସ୍ଥଳ, କଲ୍ୟାଣ ମଣ୍ଡପ, ଇଚ୍ଛାପୁରରେ ଥିବା ପର୍ଯ୍ୟଟନ ବିଭାଗର ନିବାସର ଉପଯୋଗିତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ଦିନରେ ଜିଲା ବାହାର ଲୋକଙ୍କୁ ରହିବା ସମସ୍ୟା ସୃଷ୍ଟି କରିବ। ଜିଲାରେ ବିକ୍ଷିପ୍ତ ଭାବେ ଥିବା ଐତିହ୍ୟ ସ୍ମାରକୀ ପାଇଁ ମ୍ୟୁଜିୟମ ଆବଶ୍ୟକ। ସେହିପରି ଜବରଦଖଲ ମୁକ୍ତ ନ ହେଲେ ସହର ମଧ୍ୟରୁ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିବନି ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ପ୍ରକଳ୍ପର ଅବସ୍ଥିତି ଓ ସମସ୍ୟା ସମ୍ପର୍କରେ ସମୀକ୍ଷା ହେବ। ଏକ ସୁନ୍ଦର ସହର ଗଠନ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri