କେନ୍ଦ୍ରାପଡ଼ା ସହର ମାଷ୍ଟର ପ୍ଲାନ୍‌କୁ ଅପେକ୍ଷା କରିଛି

କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଶାସକ ଦଳ ପକ୍ଷରୁ ବିଳମ୍ବିତ ହୋଇଥିବା ପ୍ରକଳ୍ପକୁ ସାରିବାକୁ ତତ୍ପରତା ପ୍ରକାଶ ପାଉଛି। ଏହିକ୍ରମରେ ସହରର ମୁଖ୍ୟସ୍ଥଳ ତିନିମୁହାଣୀ ଛକରେ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତର ସ୍ମୃତି ପାଇଁ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପୂର୍ତ୍ତ ବିଭାଗ ତପତ୍ର ହୋଇପଡ଼ିଛି। ନିକଟରେ ଥିବା ଚାକୁଣ୍ଡା ଗଛ ଡାଳକଟା ହେବା ଓ ସେହି ସ୍ଥାନର ପରିଷ୍କାର ପରିଚ୍ଛନ୍ନ କରାଯାଉଛି। ମାତ୍ର ତିନିମୁହାଣୀ ପରି ବ୍ୟସ୍ତବହୁଳ ଛକରେ ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିରୋଧ ଆରମ୍ଭ ହେଲାଣି। ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳର କୌଣସି ମାଷ୍ଟର ପ୍ଲାନ୍‌ ନ ଥିବାରୁ ମନମୁଖି ପ୍ରକଳ୍ପ ନିର୍ମାଣ ଓ ଜବରଦଖଲ ସହରକୁ ସଙ୍କୁଚିତ କରୁଛି। ଫଳରେ ଜଳ ନିଷ୍କାସନ ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିପରି ଐତିହ୍ୟ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମ ସ୍ଥାପନ କରାଯିବାକୁ ସହରରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ସହରର ଚିତ୍ତରଞ୍ଜନ ସାହୁ, ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ଅସୀତ କୁମାର ମହାପାତ୍ର, କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ବିଶ୍ୱବାସୀଙ୍କ ଆକର୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ସେହିପରି ରାଜ୍ୟର ଏକମାତ୍ର ଜିଓ ଟିଉବୱାଲ, ହୁକିଟୋଲାଠାରୁ ଆରମ୍ଭ କରି ସହର ମଧ୍ୟରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଅଛି। ପ୍ରଚାର ପ୍ରସାର ପରେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। କେନ୍ଦ୍ରାପଡ଼ା ସହର ଏହାର ମଧ୍ୟସ୍ଥଳରେ ଥିବା ବେଳେ ସହରବାସୀଙ୍କ ସଂଖ୍ୟା ଇତିମଧ୍ୟରେ ପ୍ରାୟ ୮୦ ହଜାର ହୋଇଛି। ଆଗାମୀ ଦିନରେ ସହରର ପରିସୀମା ବୃଦ୍ଧିର ପ୍ରସ୍ତାବ ରହିଛି। କୌଣସି ଅଞ୍ଚଳର ବିକାଶ ପାଇଁ ଚିନ୍ତା କଲେ ଆଗାମୀ ୫୦ରୁ ୧୦୦ ବର୍ଷର ସମ୍ଭାବନା ଏଥିରେ ସାମିଲ ଥାଏ। ଏହାକୁ ଦୃଷ୍ଟିରେ ରଖି ରାସ୍ତାଠାରୁ ଜଳ ନିଷ୍କାସନ, ରାତ୍ରିକାଳୀନ ରହଣିଠାରୁ ଭେଣ୍ଡିଂ ଜୋନର ଅବସ୍ଥିତି ପ୍ରତି ସଚେତନ ହେବାକୁ ପଡ଼ିବ। ତେବେ ଗତ ୨୪ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କାର୍ଯ୍ୟାଳୟ ଏକ ସାଇନବୋର୍ଡ ମଧ୍ୟରେ ରହିଛି। ପ୍ରକଳ୍ପର ଅନୁମୋଦନ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଜିଲାର ବ୍ୟସ୍ତବହୁଳ ତିନିମୁହାଣୀ ଛକ ଏବେ ଟ୍ରାଫିକ ସମସ୍ୟାରେ ଅଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ସହ ସହର ମଧ୍ୟକୁ ଏହା ସଂଯୋଗସ୍ଥଳ। ଛକକୁ ଅଧିକ ପ୍ରଶସ୍ଥ ଓ ଯାତାୟାତ ପାଇଁ ଏହାର ସମ୍ପ୍ରସାରଣ ଜରୁରୀ ହୋଇପଡ଼ିଛି। ଏଥିପାଇଁ ନିକଟରେ ଥିବା ଚଟିପୋଲଠାରୁ ନୂତନ ରାସ୍ତା ନିର୍ମାଣାଧୀନ ଅଛି। ତେବେ ତିନିମୁହାଣୀ ଛକରେ ଏକାଧିକ ପ୍ରକଳ୍ପ ଟ୍ରାଫିକ ସମସ୍ୟାକୁ ଉତ୍କଟ କରିଛି। ଏଠାରେ କିଛିଦିନ ହେବ ଗାନ୍ଧୀ ସ୍ମୃୃତି ନାମରେ ଏକ ପିଣ୍ଡି ନିର୍ମାଣ ହୋଇଛି। ସେହିପରି ଶୌଚାଳୟ ଓ ଆଇ ଲଭ କେନ୍ଦ୍ରାପଡ଼ା ପ୍ରତୀକ ରହିଥିବାରୁ ରାସ୍ତା ଉପରେ ବାଇକ୍‌ଠାରୁ ଅଟୋର ଭିଡ଼ ଜମୁଛି। ସହରର ପ୍ରବେଶ ପଥରେ ଭେଣ୍ଡିଂ ଜୋନ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ଏଠାରେ ଥିବା ଗେଟର ପ୍ରାସଙ୍ଗିକତା ଏବେ ପ୍ରଶ୍ନବାଚୀ ସଷ୍ଟି କରିଛି। ତିନିମୁହାଣୀ ଛକ ନିକଟରେ ଥିବା ଇଣ୍ଡଷ୍ଟ୍ରିଆଲ ଏରିଆରେ ଭେଣ୍ଡି ଜୋନଠାରୁ ଆରମ୍ଭ କରି ଶୌଚାଳୟ, ଗାନ୍ଧି ସ୍ମୃତି ପୀଠ, ଐତିହ୍ୟ ମ୍ୟୁଜିୟମ ଆଦି ହୋଇପାରିଥାନ୍ତା। ଫଳରେ ଆଗାମୀ ଦିନରେ ସହରର ଯାତାୟାତ ସହିତ ସୌନ୍ଦର୍ଯ୍ୟ ପ୍ରଦାନ କ୍ଷେତ୍ରରେ ଏହାର ଭାଗୀଦାରି ରହନ୍ତା। ଜିଲାର କୃଷି ପରି ପର୍ଯ୍ୟଟନ ଶିଳ୍ପ ଆର୍ଥିକ ଉନ୍ନତି ଆଣିପାରିବ। ଏଥିସହ ନିକଟରେ ଆଖଡ଼ାଶାଳି ବନ୍ଦର, ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି। ଏସବୁରେ ସହରର ଭୂମିକା କମ୍‌ ନୁହେଁ। ସହର ମଧ୍ୟରେ ଥିବା ଯାତ୍ରୀ ନିବାସ, ରାତ୍ର ରହଣୀସ୍ଥଳ, କଲ୍ୟାଣ ମଣ୍ଡପ, ଇଚ୍ଛାପୁରରେ ଥିବା ପର୍ଯ୍ୟଟନ ବିଭାଗର ନିବାସର ଉପଯୋଗିତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ଦିନରେ ଜିଲା ବାହାର ଲୋକଙ୍କୁ ରହିବା ସମସ୍ୟା ସୃଷ୍ଟି କରିବ। ଜିଲାରେ ବିକ୍ଷିପ୍ତ ଭାବେ ଥିବା ଐତିହ୍ୟ ସ୍ମାରକୀ ପାଇଁ ମ୍ୟୁଜିୟମ ଆବଶ୍ୟକ। ସେହିପରି ଜବରଦଖଲ ମୁକ୍ତ ନ ହେଲେ ସହର ମଧ୍ୟରୁ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିବନି ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ପ୍ରକଳ୍ପର ଅବସ୍ଥିତି ଓ ସମସ୍ୟା ସମ୍ପର୍କରେ ସମୀକ୍ଷା ହେବ। ଏକ ସୁନ୍ଦର ସହର ଗଠନ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri