କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର, ୧୯।୨ (ବ୍ୟୁରୋ):କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁବାର ରାଜ୍ୟ ସଂଗ୍ରହାଳୟ ପରିସରରେ ପୁସ୍ତକ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏଠାରେ ଏକାଡେମୀର ସମସ୍ତ ପୁସ୍ତକ ୨୪ ଭାଷାରେ ଉପଲବ୍ଧ ହେବ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବରିଷ୍ଠ କବି ରମାକାନ୍ତ ରଥ କହିଛନ୍ତି, ଭାଷା ବିଭିନ୍ନ ହୋଇପାରେ ମାତ୍ର ସାହିତ୍ୟ ଏକ। ସାହିତ୍ୟ ଭିନ୍ନ ଭିନ୍ନ ଭାଷାରେ ଲେଖା ହେଲେ ବି ସାହିତ୍ୟ ଗୋଟିଏ। ଆମ ଦୈନନ୍ଦିନ ଜୀବନର ପ୍ରବେଶ ଦ୍ୱାର ହେଉଛି ସାହିତ୍ୟ। ତେଣୁ ଏହାକୁ ଉପଯୁକ୍ତ ମର୍ଯ୍ୟାଦା ନ ଦେଲେ ଆମ ଜୀବନ ସାର୍ଥକ ହେବ ନାହିଁ। ପୁସ୍ତକ ବିକ୍ରୟ ଉପରୁ ଏବେ ଆଗ୍ରହ ଚାଲିଗଲାଣି। ପୂର୍ବରୁ ଯେଉଁ ସ୍ଥାନରେ ପୁସ୍ତକ ବିକ୍ରି ହେଉଥିଲା ଏବେ ସେଠାରେ ମୋବାଇଲ, ଜୁଏଲେରୀ ଭଳି ଅନ୍ୟ ସାମଗ୍ରୀ ବିକ୍ରି ହେଉଛି। ସାହିତ୍ୟ ହେଉଛି ଜାତିର ପ୍ରାଣ। ମାତ୍ର ଏହାକୁ ଏପରି ପଛକୁ ଠେଲି ଦିଆଯାଉଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।
ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ ଶାଖାର ଆଞ୍ଚଳିକ ସଚିବ ଡ. ଦେବେନ୍ଦ୍ର କୁମାର ଦେବେସ୍‌ କହିଲେ, ଆଦିବାସୀଙ୍କ ଉନ୍ନୟନ ପାଇଁ ଦିଲ୍ଲୀରେ ଥିବା କେନ୍ଦ୍ରକୁ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ। ଏହି କେନ୍ଦ୍ର ରାଜ୍ୟ ସଂଗ୍ରହାଳୟ ପରିସରରେ ଖୋଲିବା ସହ ପୁସ୍ତକ ବିକ୍ରୟ କେନ୍ଦ୍ର ସହ ମିଶି କାମ କରିବ ବୋଲି ସେ ସୂଚନା ଦେଇଥିଲେ। ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ଏକାଡେମୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଥିସହ ରାଜ୍ୟ ସଂଗ୍ରହାଳୟରେ ହେବାକୁ ଥିବା ମହାତ୍ମା ଗାନ୍ଧୀ ଗ୍ୟାଲେରି, ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରି, କଣ୍ଟେମ୍ପରାରି ଆର୍ଟ ଗ୍ୟାଲେରି, ରୟାଲ ହିଷ୍ଟ୍ରି ଗ୍ୟାଲେରି ଆଦି ୫ ଗ୍ୟାଲେରି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ସେଠାରେ ଆଗାମୀ ଦିନରେ ଛୋଟପିଲାଙ୍କ ପାଇଁ ଡଲସ୍‌ ଗ୍ୟାଲେରି ଓ କାଫେଟ୍‌ରିଆର ବ୍ୟବସ୍ଥା ହେବ ବୋଲି କହିଥିଲେ।
ଦିଲ୍ଲୀ ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଆ ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏପରି ପଦକ୍ଷେପ ନେଉଥିବା କହିଥିଲେ। କାର୍ଯ୍ୟକ୍ରମରେ ଏକାଡେମୀର ଆବାହକ ବିଜୟାନନ୍ଦ ସିଂ, ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri