Posted inଜାତୀୟ

ଇଡି ଲକ୍‌ଅପ୍‌ରେ ରାତିସାରା ଶୋଇପାରିଲେନି କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨।୩:ଅବକାରୀ ନୀତି ଜାଲିଆତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। କେଜରିଓ୍ବାଲ ସାରା ରାତି ଇଡି ଲକଅପରେ ବିତାଇଛନ୍ତି। ସେ ସାରା ରାତି ସଠିକ ଭାବରେ ଶୋଇପାରି ନାହାଁନ୍ତି। ବର୍ତ୍ତମାନ ସେ ଜାଗ୍ରତ ହୋଇଛନ୍ତି। ରାତିରେ ଘରୁ କମ୍ବଳ ଔଷଧ ଆଣି ତାଙ୍କୁ ଦିଆଯାଇଥିଲା।
କେଜ୍‌ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ଇଡି ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚତ୍ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ପରେ ଗିରଫ କରିଛନ୍ତି। ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଏହା ପ୍ରଥମ ଘଟଣା। ତେବେ ଗିରଫଦାରୀକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ଦଳର ବରିଷ୍ଠ ନେତା ଆତିଶି କହିଛନ୍ତି। ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଗିରଫ ହୋଇ ଜେଲରେ ରହିଛନ୍ତି।
ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ହାଜର ହେବା ପାଇଁ କେଜ୍‌ରିଓ୍ବାଲଙ୍କୁ ଇଡି ନବମ ସମନ ଜାରି କରିବା ପରେ ଆପ୍‌ ନେତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ସମୟରେ ଇଡି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦିଆଯାଇପାରିବ ନାହିଁ। ଏପ୍ରିଲ ୨୨ରେ ମୁଖ୍ୟ ପିଟଶନ ସହ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆବେଦନ ଉପରେ ଅଧିକ ବିଚାର କରାଯିବ ବୋଲି ଜଷ୍ଟିସ୍‌ ସୁରେଶ କୁମାର କୈତ୍‌ ଏବଂ ମନୋଜ ଜୈନଙ୍କ ଖଣ୍ଡପୀଠ କହିଥିଲେ। ହାଜର ହେବା ତାରିଖ ବଦଳାଇବା ପାଇଁ ତାଙ୍କ ଓକିଲ ଅଦାଲତଙ୍କୁ ନିବେଦନ କରିଥିଲେ। ବର୍ତ୍ତମାନ ରଦ୍ଦ ହୋଇଥିବା ଦିଲ୍ଲୀ ଅବକାରୀ ନୀତିରେ ଦକ୍ଷିଣ ଭାରତୀୟ ମଦ ବ୍ୟବସାୟୀମାନେ ଲାଭବାନ ହୋଇଥିଲେ। ସାଉଥ୍‌ ଲବିରୁ ଆପ୍‌କୁ ୧୦୦ କୋଟି ଟଙ୍କା ମିଳିଥିଲା ବୋଲି ଇଡି ଅଭିଯୋଗ ଆଣିଥିଲା। ଉକ୍ତ ମାମଲାରେ ଜେରା ପାଇଁ ହାଜର ହେବା ନିମନ୍ତେ ୫୫ ବର୍ଷୀୟ କେଜ୍‌ରିଓ୍ବାଲଙ୍କୁ ୯ ଥର ସମନ ହେବା ସତ୍ତ୍ୱେ ସେ ଏହାକୁ ଏଡ଼ାଇ ଚାଲିଥିଲେ। ଲୋକ ସଭା ନିର୍ବାଚନ ପ୍ରଚାର ଚାଲିଥିବାବେଳେ ବିରୋଧୀ ପକ୍ଷର ଜଣେ ତୁଙ୍ଗ ନେତାଙ୍କୁ ଗିରଫ କରାଯିବା ପରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ସମୟରେ କେଜ୍‌ରିଓ୍ବାଲଙ୍କ ଗିରଫଦାରି ଅସାମ୍ବିଧାନିକ। ଏହା ଗଣତନ୍ତ୍ରର ହତ୍ୟା ସଦୃଶ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମାଲୋଚନା କରିଛନ୍ତି। ଅନ୍ୟପକ୍ଷେ ଏହି ଗିରଫଦାରି ଦୁର୍ନୀତିର ପରାଜୟ ଏବଂ କେଜ୍‌ରିଓ୍ବାଲ ତତ୍କାଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଉଚିତ୍‌ ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri