ବଡ଼ ଦିନ-ନୂଆବର୍ଷକୁ ନଜରରେ ରଖି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର ,୨୪ା୧୨: ଆସନ୍ତାକାଲି ବଡ଼ଦିନ ଓ ଆଗାମୀ ନୂଆବର୍ଷ ପାଳନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ପୁରୀକୁ ଆସୁଛନ୍ତି। ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହିସବୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ନିର୍ମିତ ହୋଇଥିବା ବ୍ୟାରିକେଡ୍‌‌ ଦେଇ ବଡ଼ଦେଉଳକୁ ଯାଇ କଡା ପୁଲିସ ସୁରକ୍ଷା ମଧ୍ୟରେ
ଠାକୁରମାନଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।

ରାତି ୧୨ଟାପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ୩୧ ତାରିଖ ରାତିରେ ପ୍ରଶାସନର ନିଷ୍ପତ୍ତିକ୍ରମେ ରାତିସାରା ଦର୍ଶନ ବ୍ୟବସ୍ଥା କରାଯିବା ଲାଗି ପହୁଡ ନୀତିକୁ ବାତିଲ କରିଦିଆଯାଇଛି ।
ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ସୁରକ୍ଷାଲାଗି ୫୦ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୨୫୦ଜଣ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଉଥିବାର ସୂଚନା ମିଳିଛି ।

ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟିବ ସେଥିଲାଗି ସମୁଦ୍ରକୂଳରେ ବ୍ୟାପକ ସଂଖ୍ୟକ ଲାଇଫ୍‌‌ଗାର୍ଡଙ୍କୁ ମୁତୟନ କରାଯାଉଛି । ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକୁ ଆସନ୍ତାକାଲି ବଡ଼ ଦିନ ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଏହାଛଡା ଜିଲାର କୋଣାର୍କ, ସାତପଡ଼ା, ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଡଲ୍‌‌ଫିନ୍‌‌ ସମେତ ରାମଚଣ୍ଡୀ, ହରଚଣ୍ଡୀ, ବେଲେଶ୍ୱର, ସାକ୍ଷୀଗୋପାଳ, ଶିରୁଳି ମହାବୀର ଓ ପିପିଲି ଆଦି ପରିଦର୍ଶନ ଲାଗି ଏହିସବୁ ପର୍ଯ୍ୟଟକମାନେ ଭିଡ ଜମାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଗିଗଲେ ଆଉଟସୋର୍ସିଂ କର୍ମଚାରୀ, ଦେଲେ ଆନ୍ଦୋଳନ ଧମକ

ଭୁବନେଶ୍ୱର,୧୧।୧୨: ଓଡ଼ିଶାର ଆଉଟସୋର୍ସିଂ କର୍ମଚାରୀମାନେ ତଥ୍ୟ ଗୋପନୀୟତା ଭଙ୍ଗ ହେବାର ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri