Posted inଫୁରସତ

ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ରଖନ୍ତୁ ଦୂରେଇ, ଆମେରିକାର ଏକ ଗବେଷଣା ସଂସ୍ଥା ଦେଲା ବଡ ଚେତାବନୀ

ଓ୍ବାଶିଂଟନ୍‌,୧୪।୬: ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଖୁବ୍‌ ହାନିକାରକ। ଏହି ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଦ୍ୱାରା ପିଲାଙ୍କୁ ହେଉଛି ଆଜମା। ଏପରି ଦାବି କରିଛି ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ। ଆଉ ଏଥିପାଇଁ ଆମେରିକାରେ ଗ୍ୟାସ୍‌ ଚୁଲା ବନ୍ଦ କରିବାକୁ ହେଉଛି ଜୋରଦାର ଦାବି। ଏମିତିକି ସଂସଦରେ ମଧ୍ୟ ଗ୍ୟାସଚୁଲା ବନ୍ଦ କରିବାକୁ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି।
ଏକ ଅଧ୍ୟୟନରୁ ଜଣାପଡିଛି କିି, ଗ୍ୟାସଚୁଲା ବ୍ୟବହାର ଦ୍ୱାରା ପିଲାଙ୍କ ଠାରେ ଆସ୍ଥାମା ଦେଖାଯାଉଛି। ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗର କମିଶନର ରିଚାର୍ଡ ଟୁମକା ଜାନୁଆରୀରେ ଏକ ବିବୃତ୍ତିରେ କହିଥିଲେ ଯେ, ଗ୍ୟାସଚୁଲା ବ୍ୟବହାର ପାଇଁ ଆବଶ୍ୟକୀୟ ମାନଦଣ୍ଡ ସ୍ଥିର କରାଯିବ। ଭବିଷ୍ୟତରେ ଗ୍ୟାସଚୁଲାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ଅନୁଯାୟୀ, ଭାରତର ସହରାଞ୍ଚଳର ୮୮.୬ପ୍ରତିଶତ ପରିବାର ରୋଷେଇ ପାଇଁ ଗ୍ୟାସ ବ୍ୟବହାର କରୁଥିବାବେଳେ ମାତ୍ର ୪୨ପ୍ରତିଶତ ଗ୍ରାମାଞ୍ଚଳର ପରିବାର ଗ୍ୟାସ ବ୍ୟବହାର କରନ୍ତି।
ସେହିପରି ଆମେରିକାର ୩୫ ପ୍ରତିଶତ ଘରେ ଗ୍ୟାସଚୁଲା ବ୍ୟବହାର କରାଯାଏ। ଏଭଳି ପରିସ୍ଥିତିରେ ନିଷେଧାଦେଶ ଖବରକୁ ବିରୋଧ କରାଯାଉଛି। ଗ୍ୟାସ୍‌ ଚୁଲାରେ ପ୍ରତିବନ୍ଧକ ଲାଗିଲେ ଆମେରିକାର ରେଷ୍ଟୁରାଣ୍ଟ ହୋଟେଲ୍‌ ବ୍ୟବସାୟ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି। ପାଞ୍ଚ ଦଶକ ପୂର୍ବରୁ ଇଂଲଣ୍ଡ ଏବଂ ସ୍କଟଲାଣ୍ଡର ବିଶେଷଜ୍ଞମାନେ ୫୦୦୦ହଜାର ପରିବାରକୁ ନେଇ ଏକ ସର୍ଭେ କରିଥିଲେ। ଯେଉଁଥିରେ ଜଣାପଡିଥିଲା କି, ଏହି ଗ୍ୟାସଚୁଲା ଦ୍ୱାରା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଏବଂ ପିଏମ୍‌ ୨.୫ ପରି ବିଷାକ୍ତ କଣିକା ନିର୍ଗତ ହୋଇଥାଏ। ଯାହାଦ୍ୱାରା ଶ୍ୱାସରୋଗ କିମ୍ବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ।

ବିଶେଷଜ୍ଞଙ୍କନୁସାରେ ଗ୍ୟାସଚୁଲା ବିକଳ୍ପ ଭାବେ ଆମେ ଇଣ୍ଡକ୍ସନ ଚୁଲା ବ୍ୟବହାର କରିପାରିବା। ଏଥିରୁ କ୍ଷତିକାରକ ଗ୍ୟାସ ନିର୍ଗତ ହୋଇ ନ ଥାଏ। ଆମେରିକାରେ ମୁଦ୍ରାସ୍ଫୀତି ହ୍ରାସ ଅଧିନିୟମ ଅନୁଯାୟୀ, ଯେଉଁମାନେ ଗ୍ୟାସ ଚୁଲା ବଦଳରେ ଇଲେକ୍ଟ୍ରିକ୍‌ ଚୁଲା କିଣୁଛନ୍ତି ସେମାନଙ୍କ ପାଇଁ ୮୪୦ ଡଲାର ଅର୍ଥାତ୍‌ ୬୮,୦୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ କରିବାର ବ୍ୟବସ୍ଥା ରହିଛି। ଏହି ଚୁଲା କିଣିବା ପାଇଁ ସବସିଡି ମଧ୍ୟ ଦିଆଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୨.୭ପ୍ରତିଶତ ଆସ୍ତମା ଆମେରିକୀୟ ପିଲାଙ୍କୁ ଗ୍ୟାସ ଚୁଲା ଯୋଗୁ ହୋଇଥାଏ। ସମୁଦାୟ ୬.୫ନିୟୁତ ଆମେରିକୀୟ ପିଲା ଗ୍ୟାସ ଚୁଲା ଦ୍ୱାରା ଆସ୍ତମା ରୋଗରେ ପୀଡିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri