Categories: ଫୁରସତ

ଡାଟା ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ ସଭିଏଁ ମୋବାଇଲ୍‌, ଲାପ୍‌ଟପ୍‌ ଆଦିରେ ଅନେକ ଜରୁରୀ ଡାଟା ସେଭ୍‌ କରି ରଖୁଛନ୍ତି। ହେଲେ କେବେକେବେ ଏଭଳି ଗ୍ୟାଜେଟ୍‌ର ମେମୋରି କାର୍ଡ କରପ୍ଟ ହେବା, ହଜିଯିବା, କମ୍ପ୍ୟୁଟରର ହାର୍ଡ ଡ୍ରାଇଭ୍‌ କ୍ରାଶ୍‌ ହେବା କିମ୍ବା ଭୁଲ୍‌ବଶତଃ କୌଣସି ଫୋଲ୍ଡର ଡିଲିଟ୍‌ ହୋଇଯିବା ଦ୍ୱାରା ଅନେକଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାଟା ନଷ୍ଟ ହୋଇଯିବା ନିଜର ରହିଛି। ଏକ୍ଷେତ୍ରରେ ଡାଟା ସୁରକ୍ଷିତ ରଖିବା ଲାଗି ବିଭିନ୍ନ ଇ-ବ୍ୟାକ୍‌ଅପ୍‌ ସର୍ଭିସ୍‌ ବେଶ୍‌ କାମରେ ଆସିଥାଏ। ଜାଣିରଖନ୍ତୁ ସେ ସମ୍ପର୍କରେ…

ଗୁଗୁଲ୍‌ ଡ୍ରାଇଭ୍‌: ଏଥିରେ ଆପଣ ୧୫ ଜିବି ପର୍ଯ୍ୟନ୍ତ ଡାଟା ଫ୍ରିରେ ବ୍ୟାକ୍‌ଅପ୍‌ ନେଇପାରିବେ। ଏହାପରେ ଅଧିକ ମେମୋରି ଷ୍ଟୋରେଜ୍‌ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ। ଅନ୍‌ ସବୁ ସର୍ଭିସ୍‌ ଅପେକ୍ଷା ଏଥିରେ ବ୍ୟାକ୍‌ଅପ୍‌ ନେବା ଖୁବ୍‌ ସହଜ।
ଆଇଡ୍ରାଇଭ୍‌: ଏହା ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ବ୍ୟାକ୍‌ଅପ୍‌ ସର୍ଭିସ୍‌ ତୁଳନାରେ ଶସ୍ତା ଏବଂ ଏହାର ଷ୍ଟୋରେଜ୍‌ କାପାସିଟି ହେଉଛି ୨(ଟିବି)ଟେରା ବାଇଟ୍‌ ୨୦୦୦ ଜିବି(ଗିଗା ବାଇଟ୍‌)। ଏହା ଡେସ୍କଟପ୍‌, ଲାପ୍‌ଟପ୍‌, ମୋବାଇଲ ଏବଂ ଓ୍ବେବ୍‌ ପ୍ଲାଟ୍‌ଫର୍ମରେ ଭଲ କାମ କରିଥାଏ। ଏହାର ପ୍ରାଇଭେସି ପଲିସି ଅନୁସାରେ ଆପଣଙ୍କ ପର୍ସନାଲ ଡାଟା, ସେସନ୍‌ ରିପୋର୍ଟ ଆଦି ସୁରକ୍ଷିତ ରହିଥାଏ। ଏଥିରେ ରିଷ୍ଟୋର କରିବା ଲାଗି ମଧ୍ୟ ଅନେକ ଅପ୍ସନ ରହିଛି, ଯାହାକି ଖୁବ୍‌ ୟୁଜର ଫ୍ରେଣ୍ଡ୍‌ଲି।
ଲାଇଭ୍‌ ଡ୍ରାଇଭ୍‌: ଯଦିଓ ଏଥିରେ ଟପ୍‌ ଟିୟର ଫିଚସ ଭଳି ଫାଇଲ୍‌ ଏକ୍ସପ୍ଲୋରର ଇଣ୍ଟିଗ୍ରେଶନ୍‌ ତଥା ଲଗାତର ବ୍ୟାକ୍‌ଅପ୍‌ ନେବାର ବିକଳ୍ପ ନାହିଁ, ତଥାପି ଏଥିରେ ଥିବା ଆପ୍ଲିକେଶନ୍‌ ସିଧାସଳଖ ବ୍ୟାକ୍‌ଅପ୍‌ ଅପ୍ସନ ଯୋଗାଉଥିବାରୁ ଉଭୟ କମ୍ପ୍ୟୁଟର ଏବଂ ମୋବାଇଲ ଉପଭୋକ୍ତାଙ୍କ ଲାଗି ସୁବିଧାଜନକ ହୋଇଥାଏ।
କାବ୍ରୋନାଇଟ୍‌: ଏହା ଏକ ପ୍ରତିଷ୍ଠିତ ଅନ୍‌ଲାଇନ୍‌ କ୍ଲାଉଡ୍‌ ବ୍ୟାକ୍‌ଅପ୍‌ ସର୍ଭିସ। ଏହା ବ୍ୟକ୍ତିଗତ, ଘରୋଇ ତଥା ବିଜ୍‌ନେସ୍‌ ଡାଟା ବ୍ୟାକ୍‌ଅପ୍‌ ଲାଗି ବ୍ୟବହାର କରାଯାଇଥାଏ। ଏଥିରେ ଅନ୍‌ଲିମିଟେଡ୍‌ ଷ୍ଟୋରେଜ ସୁବିଧା ରହିଛି। ବିଶେଷକରି ଏଥିରେ ବେଶ୍‌ ଭଲ ମୋବାଇଲ ଆପ୍‌ ଉପଲବ୍ଧ। ଏଥିରେ ପ୍ରିମିୟମ୍‌ ଆକାଉଣ୍ଟ ଲାଗି ଏକ୍ସଟର୍ନାଲ ଏବଂ ନେଟ୍‌ଓ୍ବର୍କ ଡ୍ରାଇଭ୍‌ ବ୍ୟାକ୍‌ଅପ୍‌ ଅପ୍ସନରେ ପ୍ରତିବନ୍ଧକ ରହିଛି।
ବ୍ଲାକ୍‌ବ୍ଲେଜ୍‌: ଏହାର ଫିଚର୍ସ ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ବ୍ୟାକ୍‌ଅପ୍‌ ସର୍ଭିସ୍‌ଠାରୁ ନିଆରା, ଯାହାକି ଖୁବ୍‌ ୟୁଜର ଫ୍ରେଣ୍ଡ୍‌ଲି। ଏହାର ଲାଟେଷ୍ଟ ଏଡିଶନ ଫାଇଲ୍‌ ଶେୟାରିଂ ଅପ୍ସନ ବେଶ୍‌ କାମରେ ଆସୁଛି।
ସ୍ପାଇଡରଓକ୍‌ଓ୍ବାନ୍‌: ନିଜ ଡାଟାର ଅନ୍‌ଲାଇନ୍‌ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ ଏହି ସର୍ଭିସ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। କାରଣ ଏଥିରେ ସିକ୍ୟୁରିଟି ଏବଂ ପ୍ରାଇଭେସି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିରେ ଫୋଲ୍ଡରଗୁଡ଼ିକ ଇନ୍‌କ୍ରିପ୍ଟେଡ୍‌ ରହିଥାଏ ଏବଂ ରିଷ୍ଟୋର ସମୟରେ ମଧ୍ୟ ଡାଟା ସୁରକ୍ଷିତ ରହିଥାଏ।

Share