Posted inଜାତୀୟ

ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ରହିଥିବା କେସିଆର କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ, ହେଲେ ଦଳ ରଖିଲା ଏମିତି ମତ

ନୂଆଦିଲ୍ଲୀ, ୨୬।୪:୨୦୨୪ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନୀତୀଶ ବିରୋଧୀ ଦଳ ନେତାଙ୍କ ସହ ଭେଟ କରି ସମସ୍ତଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗାମୀ ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ ଏନ୍‌ଡିଏ ବିପକ୍ଷରେ ମେଣ୍ଟକରି ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଅଣ୍ଟା ଭିଡ଼ିଲେଣିି। ଅନ୍ୟପଟେ କିଛି ଦଳ ତୃତୀୟ ସାମ୍ମୁଖ୍ୟ ନେଇ ଚିନ୍ତା କରୁଛନ୍ତି। ଏପରି ଏକ ଦଳ ହେଉଛି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)। ଆଗାମୀ ନିର୍ବାଚନ ପାଇଁ ଚନ୍ଦ୍ରଶେଖର କଂଗ୍ରେସରେ ବିରୋଧୀ ଦଳ ଏକାଠି କରିବା ସପକ୍ଷରେ ଥିଲେ। ମାତ୍ର ସେ ଏବେ ନିଜର ଆଭିମୁଖ୍ୟ ବଦଳାଇ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଇଣ୍ଡିଆନ ଏକ୍ସପ୍ରେସକୁ ବିଆର୍‌ଏସ୍‌ର ଜଣେ ନେତା କହିଛନ୍ତି, କେନ୍ଦ୍ର ବିରୋଧୀ ଦଳ ନେତାଙ୍କ ସ୍ବର ଚାପିବାକୁ ଆଗଭର ହୋଇ ଉଠିଛି। ଏପରି ହେଲେ ପାକିସ୍ତାନ ଭଳି ହୋଇଯିବ। ପାକିସ୍ତାନରେ ଯେତେବେଳେ ଇମ୍ରାନ ସରକାର କ୍ଷମତାରେ ଥିଲେ ବିରୋଧୀ ଦଳ ନେତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ତେଣୁ ବିରୋଧୀଙ୍କୁ ଏକଜୁଟ ହେବାକୁ ପଡ଼ିବ। ଏବେ ୨୦୧୯ ଭଳି ସ୍ଥିତି ନାହିଁ। ଆମ ମଧ୍ୟରେ ଥିବା ମତଭେଦକୁ ଶେଷ କରିବାକୁ ପଡ଼ିବ। ଦେଶକୁ ବଞ୍ଚାଇବାକୁ ହେଲେ ଭାଜପାକୁ ହରାଇବା ହିଁ ବିରୋଧୀଙ୍କ ପ୍ରାଥମିକତା ହେବା ଉଚିତ।

କଂଗ୍ରେସ ସମସ୍ତ ଆଞ୍ଚଳିକ ଦଳ ସହ ବିରୋଧୀ ମେଣ୍ଟ ନେଇ ଆଲୋଚନା କରୁ। କଂଗ୍ରେସ ଯେଉଁଠାରେ ମଜଭୁତ ରହିଛି ସେଠାରେ ଦଳକୁ ଟିକେଟ ମିଳୁ, ହେଲେ ଆଞ୍ଚଳିକ ଦଳ ଯେଉଁ ଯେଉଁ ଆସନରେ ମଜଭୁତ ରହିଛି ସେଠାରେ କଂଗ୍ରେସ ଆଞ୍ଚଳିକ ଦଳକୁ ସୁଯୋଗ ଦେବା ଆବଶ୍ୟକ । ଏହିପ୍ରକାର ହେଲେ ବିରୋଧୀ ମେଣ୍ଟ ମଜଭୁତ ହେବ ଏବଂ ଭାଜପା ସହ ମୁକାବିଲା କରି ହେବ ବୋଲି ବିଆର୍‌ଏସ୍‌ର ଜଣେ ବରିଷ୍ଠ ନେତା କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୯ ଭଳି ୨୦୨୪ରେ ମୋଦି ବନାମ ରାହୁଲ ଗାନ୍ଧୀ ମୁକାବିଲା ନ ହେଉ। ଏପରି ନେଗେଟିଭ ଦ୍ୱାରା ବିରୋଧୀଙ୍କୁ କ୍ଷତି ସହିବାକୁ ପଡିଛି। ତେବେ ଏପରି ସ୍ଥିତିରେ ନୀତୀଶ କୁମାର କିମ୍ବା ମମତା ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା କରାଯାଉ। ସେମାନଙ୍କ ନିକଟରେ ସରକାର ଚଳାଇବାର ଅଭିଜ୍ଞତା ରହିଛି। ରାହୁଲ ବର୍ତ୍ତମାନ ସୁଦ୍ଧା ମଧ୍ୟ କଂଗ୍ରେସର ଅଫିସିଆଲ ଚେହେରା ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ଓଲଟିଗଲା ବାଜି, ୪୦ ବର୍ଷ ପୁରୁଣା ବାମ ଗଡ଼କୁ ଭାଙ୍ଗିଲା ଭାଜପା

ତିରୁଭାନନ୍ତପୁରମ,୧୩।୧୨: କେରଳର ନଗର ନିଗମ ନିର୍ବାଚନରେ ତିରୁଭାନନ୍ତପୁରମ ନଗର ନିଗମରେ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଐତିହାସିକ ବିଜୟ ହାସଲ କରିଛି। ଚାରି ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri