Posted inଜାତୀୟ

ତାନ୍ତ୍ରିକଙ୍କ ପରାମର୍ଶରେ ଦଳର ନାମ ପରିବର୍ତ୍ତନ କରିଛନ୍ତି କେସିଆର, ସୀତାରମଣଙ୍କ ସମାଲୋଚନା ନେଇ ଇସିଙ୍କ ଦ୍ୱାରସ୍ଥ ହେଲା ବିଆରଏସ…

ହାଇଦ୍ରାବାଦ,୧୧।୧୦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ବଣ୍ଡି ସଞ୍ଜୟ କୁମାର ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ରୁ ନୂଆ ନାମ କରଣ ହୋଇଥିବା ଭାରତ ରାଷ୍ଟ୍ର ସମିତି(ବିଆରଏସ) ଆୟୋଗକୁ ନିବେଦନ କରିଛି। ଭାଜପା ନେତାମାନେ ଅଭିଯୋଗ କରିଛନ୍ତି ଯେ ଟିଆରଏସ କଳା ଯାଦୁ ଏବଂ ତାନ୍ତ୍ରିକଙ୍କ ପରାମର୍ଶରେ ନିଷ୍ପତ୍ତି ନିଏ। କେସିଆର ଦଳ ଏହି ଅଭିଯୋଗକୁ ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ବୋଲି କହିଛି।

ଟିଆରଏସ ଏହାର ଅଭିଯୋଗରେ କହିଛି, ଆମେ ଏହି ଅଭିଯୋଗକୁ ମିଥ୍ୟା ଏବଂ ମନଗଢ଼ା ବୋଲି ବିବେଚନା କରୁଛୁ। ଭୋଟରଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଛି। ମୁନୁଗୋଡେ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ଏହା ସୁଚିନ୍ତିତ ଭାବେ କରାଯାଇଛି। କେସିଆର ଭଗବାନଙ୍କ ପ୍ରତି ନାସ୍ତିକ ଆଚରଣ ପ୍ରଦର୍ଶନ କରୁଥିବା ଏବଂ ତନ୍ତ୍ରପ୍ରତି ଆସ୍ତିକ ଭାବ ଦେଖାଉଥିବା ପ୍ରଚାର କରାଯାଉଛି।

ତେଲେଙ୍ଗାନା ଭାଜପା ସଭାପତି ସଞ୍ଜୟ କେସିଆରଙ୍କୁ ଯାଦୁକର ବୋଲି କହିଥିଲେ। ସେ କହିଛନ୍ତି ଯେ ଯାଦୁ ଶକ୍ତି ହାସଲ କରିବା ପାଇଁ କେସିଆର ତାଙ୍କ ଫାର୍ମହାଉସରେ ଏକ କଳା ବିଲେଇ ପାଳନ କରିଛନ୍ତି। ବିଶ୍ୱସ୍ତ ଲୋକଙ୍କଠାରୁ ସେ ଏହି ସୂଚନା ପାଇଛନ୍ତି ବୋଲି ଦାବି କରିଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କେସିଆରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କେବଳ ତାନ୍ତ୍ରିକ ଏବଂ ନ୍ୟୁମ୍ରୋଲୋଜି ବିଶେଷଜ୍ଞଙ୍କ ପରାମର୍ଶରେ ରାଜ୍ୟ ସଚିବାଳୟକୁ ଯିବା ବନ୍ଦ କରିବା ସହିତ ମହିଳାମାନଙ୍କୁ ତାଙ୍କ କ୍ୟାବିନେଟରେ ଦୀର୍ଘ ଦିନ ଧରି ସାମିଲ କରିନାହାଁନ୍ତି। ସୀତାରମଣ ଏହା ମଧ୍ୟ ଦାବି କରିଥିଲେ ଯେ କେସିଆର ତାନ୍ତ୍ରିକଙ୍କ ପରାମର୍ଶରେ ତାଙ୍କ ଦଳର ନାମ ପରିବର୍ତ୍ତନ କରିଛନ୍ତି।

ଅକ୍ଟୋବର ୫ରେ, ଦଳର ସାଧାରଣ ବୈଠକ ତେଲେଙ୍ଗାନା ଭବନରେ ଅପରାହ୍ନ ୧ଟା ୧୯ରେ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଶୁଭ ସମୟ ବିଷୟରେ ପଣ୍ଡତିମାନେ କେସିଆରଙ୍କୁ ପରାମର୍ଶ ଦେଇଥିଲେ। ଟିଆରଏସକୁ ଭାରତ ରାଷ୍ଟ୍ର ସମିତି ଭାବରେ ନାମିତ କରାଯାଇଥିଲା। କୁହାଯାଉଛି ଯେ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେସିଆର ଏହି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri