ପରିଚୟ ଖୋଜୁଛି ‘କବିତ୍ରା’

କେନ୍ଦୁଝର,୧୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ମୁଖ୍ୟାଳୟକୁ ଲାଗିଥିବା କବିତ୍ରା ଗ୍ରାମ ଅପହଞ୍ଚ ହୋଇ ରହିଛି। ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁ ଗ୍ରାମକୁ ରାଜସ୍ବ ମାନ୍ୟତା ମିଳି ନ ଥିବାରୁ ଏଠାରେ ରହୁଥିବା ଲୋକେ ସରକାରୀ ଯୋଜନା ଓ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଏହାକୁ ନେଇ ଅଭିଯୋଗ, ଗୁହାରି କଲେ ମଧ୍ୟ ଦୀର୍ଘ ବର୍ଷ ହେଲା ସମସ୍ୟା ଶୁଣିବାକୁ କେହି ନାହିଁ। ଫଳରେ ବୁଧବାର ସ୍ଥାନୀୟ ଲୋକେ ଲିଖିତ ଭାବେ ଜିଲାପାଳଙ୍କୁ ସମସ୍ୟା ଜଣାଇ ନ୍ୟାୟ ମାଗିଛନ୍ତି। ଯଦି ନ୍ୟାୟ ନ ମିଳେ ବାଧ୍ୟ ହୋଇ ଭୋଟ ବର୍ଜନ ସହ ରାଜନେତା ଓ ସରକାରୀ କଳଙ୍କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।
ଅଭିଯୋଗ ମୁତାବକ, ପୂର୍ବରୁ ଉକ୍ତ ଗ୍ରାମକୁ ପଞ୍ଚାୟତରୁ ଅଲଗାକରି କେନ୍ଦୁଝର ଗଡ଼ ପୌରପାଳିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୌର ପ୍ରଶାସନର ଅବହେଳା ଯୋଗୁ ସ୍ଥାନୀୟ ଲୋକେ ପୁଣି ପଞ୍ଚାୟତ ଅଧୀନକୁ ଯିବା ପାଇଁ ଦାବି କରିଥିଲେ। ଏନେଇ ଆନ୍ଦୋଳନ କରିବା ସହ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଗ୍ରାମକୁ ପୁଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମରେ ଏବେ ୪ ୱାର୍ଡରେ ପାଖାପାଖି ୪ ହଜାର ବିଭିନ୍ନ ବର୍ଗ ଓ ଜାତିର ଲୋକ ରହୁଛନ୍ତି। ଏହା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଅବସ୍ଥିତ। ତେବେ ଦୀପ ତଳ ଅନ୍ଧାର ଭଳି ଏଠାରେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନା ପହଞ୍ଚତ୍ ପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗ୍ରାମ ପୁନଃ ପଞ୍ଚାୟତରେ ମିଶ୍ରଣ ପରଠାରୁ ନିଜର ପରିଚୟ ଖୋଜୁଛି। ଏହା ସଦର ବ୍ଲକ୍‌ ଅନ୍ତର୍ଗତ ବୋଦାପଳସା ପଞ୍ଚାୟତ ଅଧୀନରେ ଥିଲେ ହେଁ ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଜବ୍‌ କାର୍ଡ, କୃଷକ ବୀମା, କୃଷକ ସହାୟତା ରାଶି, ସ୍ବଚ୍ଛ ଭାରତ ମିଶନ ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅପହଞ୍ଚ ହୋଇପଡ଼ିଛି। ଫଳରେ ଲୋକମାନେ ଦୀର୍ଘ ବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶାରେ ରହୁଛନ୍ତି। ଏଣୁ ନିର୍ବାଚନ ଘୋଷଣା ପୂର୍ବରୁ ସରକାରୀ ଯୋଜନା ନ ମିଳିଲେ ବାଧ୍ୟ ହୋଇ ଆସନ୍ତା ସାଧାରଣ ନିର୍ବାଚନକୁ ବର୍ଜନକରିବା ସହ ନେତା ଓ ଅଧିକାରୀଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ୱାର୍ଡମେମ୍ବର ସୁଦୀପ୍ତ ନାୟକ, ଗୌରୀ ନାୟକ, କଲ୍ୟାଣୀ ଜେନାଙ୍କ ସମେତ ଶୁଭ୍ର ମହାନ୍ତ, ମମତା ମହାନ୍ତ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ଅନ୍ୟମାନେ ଚେତାବନୀ ଦେବା ସହ ଏ ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏବିଡିଓ ଭାଗବତ ନାୟକ କହିଛନ୍ତି, ଗ୍ରାମ ପୌରଅଞ୍ଚଳରୁ ପଞ୍ଚାୟତକୁ ଆସିବା ପରଠାରୁ ଗ୍ରାମର ସ୍ଥିତି ନେଟ୍‌ରେ ଦେଖାଉନାହିଁ। ଫଳରେ ଉନ୍ନୟନ କାର୍ଯ୍ୟ କରିବାରେ ସମସ୍ୟା ଉପୁଜୁଛି। ସମାଧାନ ପାଇଁ ଜିଲାପାଳଙ୍କୁ ଚିଠି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri