କେବିସି ୧୫: ବଦଳିବ ଲାଇଫ ଲାଇନ, ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଅଗଷ୍ଟ ୧୪ରେ କୌନ ବନେଗା କରୋଡପତି ୧୫ସହ ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିବାକୁ ପ୍ରସ୍ତୁତ ହୋଇଗଲେଣି। ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି। ସେଟ ଡିଜାଇନଠାରୁ ଅମିତାଭଙ୍କ ଲୁକ ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ କରାଯାଇଛି। ଅମିତାଭଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା କେବିସି ଅଗଷ୍ଟ ୧୪ ରାତି ୯ଟାରେ ସୋନି ଟିଭିରେ ପ୍ରିମିୟର ହେବ।

ପ୍ରଶଂସକଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେବିସି ନିର୍ମାତାମାନେ ସେଟକୁ ଏକ ନୂଆ ଲୁକ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଶଂସକମାନେ ଏଥର ସେଟ ରେ ଏକ ପରିବର୍ତ୍ତନ ଦେଖିବେ ଯାହା ‘ଏକ୍ସ’ ଆକାରରେ। କେବିସିର ସେଟ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଦେଖାଯିବ।
କୌତୁହଳର ବିଷୟ, ଏଥର ଶୋ’ରେ ଏକ ନୂ୍ରା ଲାଇଫ ଲାଇନ ରହିବ, ଯଦିଓ ଏହା ପୁରୁଣାକୁ ବଦଳାଇବ ନା ପୂର୍ବ ଲାଇଫ ଲାଇନ ସହିତ ରହିବ ତାହା ଦେଖିବାକୁ ବାକି ରହିଲା। ବିଗ ବିଙ୍କ ଦ୍ୱାରା ‘ଡୁଗଡୁଗି ଜୀ’ ନାମକ ଟାଇମର୍‌ ମଧ୍ୟ ପରିବର୍ତ୍ତନ କରାଯିବ।
ବଲିଉଡ ମେଗାଷ୍ଟାର ପ୍ରମୋରେ # ନ୍ୟୁ ବେଗିନିଂସ ଘୋଷଣା କରି କହିଲେ, ୫ଜିବି ସ୍ପିଡକୁ ନବୀକରଣ କରିବାର ନୂତନ ଆଭିମୁଖ୍ୟ ସହିତ, ଏହି ନୂତନ ଯୁଗରେ ଆପଣମାନଙ୍କୁ ବହୁତ ସ୍ବାଗତ … ଏହି ପୋଷ୍ଟରେ ଲେଖାଥିଲା, ଜ୍ଞାନଦାର, ଧନଦାର ଔର ଶାନଦାର ଭାବେ କୌନ ବାନେଗା କରୋଡପତି ଏକ ନୂତନ ଅବତାରରେ ଆସୁଛି।
ଏହି ସିଜନର ଲୁକ ପରିବର୍ତ୍ତନ ବିଷୟରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲିଷ୍ଟ ପ୍ରିୟା ପାଟିଲ କହିଛନ୍ତି ଯେ କୌନ ବାନେଗା କରୋଡପତିର ୧୫ତମ ସିଜିନ ପାଇଁ ଲୁକକୁ ‘ନ୍ୟୁ’ ଏବଂ ‘ଫ୍ରେସ୍‌’ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରିୟା ପାଟିଲ କହିଛନ୍ତି ଯେ କ୍ଲାସିକ ଲୁକ ବଜାୟ ରଖିବାବେଳେ ଆମେ ଗୋଟିଏ ପାଦ ଆଗକୁ ଯାଇ ଏଥିରେ ନୂତନ ଉପାଦାନ ଯୋଡିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମିତାଭ ସାରଙ୍କୁ ଏକ ଭିନ୍ନ ରୂପ ଦେବା ପାଇଁ ଆମେ କ୍ଲାସିକ ଯୋଧପୁରୀ ଉପରେ ଏକ ଶାଲ ମଧ୍ୟ ସାମିଲ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri