ଭାଇଜାନଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି ଏକ୍ସ-ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ: ଅଭିନେତା ସଲମାନ ଖାନ ବିଗ୍‌ବସ୍‌-୧୬ରେ ହୋଷ୍ଟ କରୁଛନ୍ତି। ତେବେ ବିଗ୍‌ବସ୍‌
ଆଗାମୀ ଏପିସୋଡର ଏକ ପ୍ରମୋ ସୋସିଆଲ ମିଡିଆରେ ଶେୟାର ହୋଇଛି। ସେହି ଏପିସୋଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସୁଛନ୍ତି। ତେବେ ଶେୟାର ହୋଇଥିବା ପ୍ରମୋ ଭିଡିଓରେ କ୍ୟାଟ୍ରିନା ସଲାମାନଙ୍କୁ ସୂର୍ଯ୍ୟବଂଶୀ ଫିଲ୍ମର ହିଟ୍‌ ଗୀତ ଟିପ୍‌ ଟିପ୍‌ ବର୍ଷା ପାନିର ଷ୍ଟେପ୍‌ ଶିଖାଉଛନ୍ତି। ସଲାମାନ ମଧ୍ୟ କ୍ୟାଟ୍ରିନାଙ୍କୁ କପି କରି ସେପରି ଡ୍ୟାନ୍ସ କରୁଛନ୍ତି। ଏହି ପ୍ରମୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।
କ୍ୟାଟ୍ରିନା ଏବଂ ସଲମାନ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯେପରିକି ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ମେନ ପ୍ୟାର୍‌ କ୍ୟୁ କିୟା ଏବଂ ଭାରତ। ଏହାସହ ଦୁହିଁଙ୍କୁ ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଟାଇଗର-୩ରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମ ଆସନ୍ତା ବର୍ଷ ଦିୱାଲୀରେ ମୁକ୍ତିଲାଭ କରିବ। ଅନ୍ୟପଟେ, କ୍ୟାଟ୍ରିନାଙ୍କୁ ଫିଲ୍ମ ‘ଫୋନଭୂତ’ ରେ ମଧ୍ୟ ନଜର ଆସିବେ। ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍‌ ହେବ।

Share