କାମକୁ ଫେରିଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ବିବାହ ଉତ୍ସବ ପାଇଁ କିଛି ଦିନ ହେବ କାମରୁ ବିରତି ନେଇଥିଲେ। ତେବେ ନିକଟରେ କ୍ୟାଟ୍ରିନା ତାଙ୍କ ଶୁଟିଂ ସେଟ୍‌କୁ ଫେରି ପୁଣି କାମ ଆରମ୍ଭ କରିଦେଇଛନ୍ତି। ଗୁରୁବାର ସେ ଶୁଟିଂ ସେଟ୍‌ରେ ନଜର ଆସିଥିଲେ। ସେ ଫିଲ୍ମ ନିର୍ମାତା ଶ୍ରୀରାମ ରାଘବନଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା। ଶୁଟିଂ ସେଟ୍‌ରୁ କ୍ୟାଟ୍ରିନାଙ୍କ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଗତ ସପ୍ତାହରେ ଭିକି ମଧ୍ୟ କାମକୁ ଫେରିଥିଲେ। ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରରେ କ୍ୟାଟ୍ରିନା ଏବଂ ଭିକିଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହା ପରେ ସେମାନେ ଦୁହେଁ ମୁମ୍ବାଇ ଫେରି ଆସିଥିଲେ।

Share