ମା’ ହେବାକୁ ଯାଉଛନ୍ତି କଟ୍ରିନା !

ବମ୍ବେ: ଗର୍ଭବତୀ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। ଖୁବ୍‌ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି। ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବାର ଭିଡିଓ ଭାଇରାଲ ହେବା ପରେ କଟ୍ରିନା ମା’ ହେବାକୁ ଯାଉଥିବା କୁହାଯାଉଛି।

କଟ୍ରିନା ସ୍ବାମୀ ବିକ୍କିଙ୍କ ସହ ଉତ୍ସବରେ ସାମିଲ ହୋଇଥିଲେ। ଲାଲ ରଙ୍ଗର ସାଧାରଣ ଶାଢ଼ିରେ ସେ ବେଶ ସୁନ୍ଦର ଲାଗୁଥିଲେ। ହୀରାର ହାର ତାଙ୍କ ଲୁକ୍‌କୁ ଦ୍ୱିଗୁଣିତ କରିଥିଲା। ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଟ୍ରିନାଙ୍କ ବେବି ବମ୍ପ।

ଦୁହିଁଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। କଟ୍ରିନା ନିହାତି ଭାବେ ଗର୍ଭବତୀ ଅଛନ୍ତି। ତାଙ୍କ ମୁହଁରେ ଥିବା ଗ୍ଲୋ ସବୁକିଛି କହୁଛି। ଏବେ ବେବି ବମ୍ପ ମଧ୍ୟ ନଜର ଆସିଲାଣି ବୋଲି ଅନେକେ କହୁଛନ୍ତି।

ବିକ୍କି ଆଉ କଟ୍ରିନା ଏଯାବତ ଏନେଇ ମୁହଁ ଖୋଲି ନାହାନ୍ତି। ତେବେ ଦୁହେଁ ୨୦୨୧ରେ ବିବାହ କରିଥିଲେ। ଏହାପରଠାରୁ ଅନେକ ଥର ସେ ଗର୍ଭବତୀ ଥିବାର ଖବର ଚର୍ଚ୍ଚାକୁ ଆସୁଛି। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

 

View this post on Instagram

 

A post shared by Varinder Chawla (@varindertchawla)


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri