କ୍ୟାଟ୍ରିନାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ରଣବୀର!

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସହଜରେ ପାଖ ଲୋକଙ୍କୁ ଆପଣାର କରି ପାରନ୍ତି ବୋଲି କୁହାଯାଏ। ତାଙ୍କର ସରଳ ସ୍ବଭାବ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ଏବେ ଏହି ନାୟିକା ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ସେ ତାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ସେ ନିଜେ ଜଣେ ବିଫଳ ପ୍ରେମିକା ବୋଲି କୁହାଯାଏ। କିଛିଦିନ କ୍ୟାଟ୍ରିନା କୈଫ ଓ ରଣବୀର କପୁରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା। ଆଉ ଏହାପରେ ରଣବୀରଙ୍କ ଜୀବନରେ ଆସିଥିଲେ ଆଲିଆ। ଉଭୟ ଲିଭ୍‌ଇନରେ ରହିଥିବା ବେଳେ ଅନେକ ପାର୍ଟିରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳୁଥଲା। ଏମିତିକି ଏମାନଙ୍କର ଏକାଠି କିଛି ଫଟୋ ମଧ୍ୟ ଆସିଥିଲା ଚର୍ଚ୍ଚାକୁ। ଏମାନେ ପରସ୍ପର ସହ ଥିବା ସମ୍ପର୍କକୁ ନେଇ ଖୋଲାଖୋଲି କଥା ବି ହେଉଥିଲେ। ଆଉ ସମସ୍ତେ ଭାବୁଥିଲେ ଦୁହେଁ ନିକଟରେ ବିବାହ କରିପାରନ୍ତି। କିନ୍ତୁ ହଠାତ୍‌ ଉଭୟଙ୍କ ଭିତରେ ଦେଖାଦେଇଥିଲା ଫାଟ। କାରଣ ଥିଲେ କ୍ୟାଟ୍ରିନା। ତାଙ୍କର କିଛି ବିକିନି ଫଟୋ ସାମ୍ନାକୁ ଆସିବା ପରେ ଏହା ରଣବୀରଙ୍କୁ ଆଦୌ ପସନ୍ଦ ନ ଥିଲା। ଏହାକୁ ନେଇ ରଣବୀରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ କ୍ୟାଟ୍ରିନା ମୋ ପାଇଁ ସବୁବେଳେ ସ୍ପେଶାଲ, ମୁଁ ତାଙ୍କ ପାଇଁ ଜୀବନ ଦେଇପାରେ। ତେବେ ରଣବୀରଙ୍କ ମାତାପିତାଙ୍କୁ କ୍ୟାଟ୍ରିନା ପସନ୍ଦ ନ ଆସିବାରୁ କୁଆଡେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା ବୋଲି କୁହାଯାଏ। ଏବେ କ୍ୟାଟ୍ରିନାଙ୍କ ନାମ ଭିକ୍କି କୌଶଲଙ୍କ ସହ ଯୋଡା ଯାଇଥିବା ବେଳେ ଦୁହିଁଙ୍କୁ ଏବେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। କୁହାଯାଏ କ୍ୟାଟ୍ରିନା ତାଙ୍କ ଆଡୁ କେତେଜଣ ନାୟକଙ୍କ ପ୍ରେମରେ ପଡିଥିବା ବେଳେ ସେଥିରେ ମଧ୍ୟ ସେ ସଫଳ ହୋଇ ନାହାନ୍ତି।

Share